ସଚେତନ କରିବାକୁ ବୈଠକ

ବଇଣ୍ଡା, ୫ା୪(ଡି.ଏନ.ଏ.)- କରୋନା ଭାଇରସ ସମ୍ପର୍କରେ ଗ୍ରାମାଞ୍ଚଳ ବାସିନ୍ଦାଙ୍କୁ ସଚେତନ କରାଇବା ନିମନ୍ତେ ଏକ ବୈଠକ ରବିବାର କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ଜଳଧର ସାହୁଙ୍କ ସଭାପତିତ୍ୱରେ ଏହି ବୈଠକରେ ସ୍ବସ୍ଥ୍ୟକର୍ମୀ ସସ୍ମିତା ସାହୁ, ନାରାୟଣ ଦେହୁରୀ, ବଇଣ୍ଡା ସ୍ବାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ବାମଦେବ ପ୍ରଧାନ, ଅଙ୍ଗନୱାଡି କର୍ମୀ ଗୀତା ପ୍ରଧାନ, ସବିତା ସେନାପତି, ମନ୍ଦାକିନୀ ବିଳାସ, ସସ୍ମିତା ଦେହୁରୀ, ଆଶାକର୍ମୀ ମମତା ପାତ୍ର, ସୁମିତ୍ରା ବେହେରା, ୱାର୍ଡମେମ୍ବର ଶଙ୍କର ଦାସ, ସୁଶୀଳ ଦାସ ପ୍ରମୁଖ ଯୋଗଦେଇଥିଲେ। ବିଶେଷକରି ପରିଷ୍କାର ପରିଚ୍ଛନ ରହିବା ସହ ସର୍ବଦା ସାମାଜିକ ଦୂରତ୍ୱ ବଜାୟ ରଖିବା ଉପରେ ଲୋକଙ୍କୁ ସଚେତନ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।