ସଚେତନତା ଅଭାବ: ବଢୁଛି ଦୁର୍ଘଟଣାଜନିତ ମୃତ୍ୟୁ : ବେପରୁଆ ଗାଡ଼ିି ଚାଳନା ନେଉଛି ଜୀବନ

କଟକ ଅଫିସ୍‌, ୧୭ା୭: ବିଗତ କିଛିବର୍ଷ ହେବ ରାଜ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସରକାର, ପରିବହନ ଓ ପୋଲିସ ବିଭାଗର ଦାୟିତ୍ୱହୀନତା ଯୋଗୁ ଏଥିରେ ରୋକ ଲାଗିପାରୁନି। ଦୁର୍ଘଟଣାଜନିତ ମୃତ୍ୟୁରେ ଜାତୀୟ ହାର ୦.୬ ପ୍ରତିଶତ ରହିଥିବା ବେଳେ ଓଡ଼ିଶାରେ ତାହା ୧୧ ପ୍ରତିଶତ ଅଛି। ୨୦୧୭ ଜାନୁଆରୀରୁ ଚଳିତବର୍ଷ ମେ ମାସ ଭିତରେ ଦୁର୍ଘଟଣାରେ ଶୀକାର ହୋଇ ୧୨ହଜାର ୬୩୭ ଜଣଙ୍କର ମୃତ୍ୟୁ ଘଟିଛି। ଏଥିଯୋଗୁ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ଷ୍ଟେଟ୍‌ ଟ୍ରାନ୍ସପୋର୍ଟ ଅଥରିଟି (ଏସ୍‌ଟିଏ) ସୂଚନା ଅନୁଯାୟୀ,୨୦୧୮ ଜାନୁଆରୀରୁ ମେ ମାସ ମଧ୍ୟରେ ୨୨୩୮ ଜଣଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ଚଳିତ ବର୍ଷ ଜାନୁଆରୀରୁ ମେ ୫ମାସ ମଧ୍ୟରେ ୫୩୨ଜଣ ଲୋକଙ୍କ ଜୀବନ ଯାଇଛି। ଏହାକୁ ଦେଖିଲେ ଚଳିତବର୍ଷ ପ୍ରଥମ ୫ମାସରେ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ୧୩ ପ୍ରତିଶତ ବୃଦ୍ଧି ପାଇଛି। ସର୍ବାଧିକ ଦୁର୍ଘଟଣାପ୍ରବଣ ଜିଲା ଭିତରେ ମୟୁରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ଭଦ୍ରକ, ବୌଦ୍ଧ ଓ ରାୟଗଡ଼ା ରହିଛି। ୨୦୧୭ରେ ରାସ୍ତା ଦୁର୍ଘଟଣାରେ ୪୭୯୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୧୮ରେ ୫୩୧୫ ଜଣଙ୍କ ପ୍ରାଣହାନୀ ଘଟିଥିଲା। ଏହାକୁ ଅନୁଧ୍ୟାନ କଲେ ଓଡ଼ିଶାରେ ଦୁର୍ଘଟଣାଜନିତ ମୃତ୍ୟୁହାର ବର୍ଷକୁ ୧୧ ପ୍ରତିଶତ ବୃଦ୍ଧି ପାଉଥିବାବେଳେ ଜାତୀୟ ହାର ମାତ୍ର ୦.୬ ପ୍ରତିଶତ ବୃଦ୍ଧି ପାଉଛି।
ସଚେତନତାର ଅଭାବ ଯୋଗୁ ଲୋକେ ବେପରୁଆ ଗାଡ଼ିଚାଳନା କରି ଦୁର୍ଘଟଣାର ଶୀକାର ହୋଇ ମୃତ୍ୟୁମୁଖରେ ପଡୁଛନ୍ତି। ବିଶେଷକରି ଦ୍ରୁତ ଗତିରେ ଗାଡ଼ି ଚାଳନା, ନିଶା ସେବନ କରି ଓ ମୋବାଇଲରେ କଥା ହୋଇ ଗାଡ଼ିି ଚଳାଇବା ଆଦି କାରଣରୁ ଅଧିକ ଦୁର୍ଘଟଣା ଘଟୁଛି। ସରକାର, ପରିବହନ ଏବଂ ପୋଲିସ ବିଭାଗ ପକ୍ଷରୁ ସଚେତନତାମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଉଥିଲେ ସୁଦ୍ଧା ତାହା ଯଥେଷ୍ଟ ନୁହେଁ। ଜିଲାସ୍ତରରେ ଗଠିତ ଡିଷ୍ଟ୍ରିକ୍ଟ ରୋଡ ସେଫ୍ଟି କମିଟି ନିୟମିତ ବ୍ୟବଧାନରେ ସଡ଼କ ସୁରକ୍ଷା ସଂକ୍ରାନ୍ତ ବୈଠକ କରୁନାହିଁ। ଫଳରେ ଲୋକେ ସଚେତନ ହୋଇପାରୁନାହାନ୍ତି। ଏହାଛଡ଼ା ଠିକ୍‌ ଭାବେ ଯାଞ୍ଚ ହେଉ ନ ଥିବାରୁ ଲୋକେ ଟ୍ରାଫିକ୍‌ ନିୟମ ମାନୁନାହାନ୍ତି। ଲୋକଙ୍କର ପୋଲିସ ପ୍ରତି ଭୟ ରହୁନାହିଁ। ଫଳରେ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି। ଯାଞ୍ଚ କ୍ଷେତ୍ରରେ ପୋଲିସଠୁ ବହୁତ ପଛରେ ରହିଛି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)। ଏସ୍‌ଟିଏରୁ ମିଳିଥିବା ସୂଚନା ଅନୁଯାୟୀ, ଏବେ ଓଡ଼ିଶାରେ ୩୫ଟି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ରହିଛି। ଏହି ସମସ୍ତ କାର୍ଯ୍ୟାଳୟକୁ ଚଳିତବର୍ଷ ଜାନୁଆରୀରୁ ମେ ୫ମାସ ଭିତରେ ଡ୍ରଙ୍କ୍‌ ଆଣ୍ଡ୍‌ ଡ୍ରାଇଭ୍‌ କରୁଥିବା ୧୦ହଜାର ୯୫୦ ଚାଳକଙ୍କୁ ଧରିବାକୁ ଟାର୍ଗେଟ ଦିଆଯାଇଥିଲା। ହେଲେ ମାତ୍ର ୧୩୦୮ ଜଣଙ୍କୁ ଧରାଯାଇଛି। ଓଡ଼ିଶାରେ ଦୁର୍ଘଟଣାଜନିତ ମୃତ୍ୟୁହାର ବଢୁଥିବାରୁ ସଡ଼କ ସୁରକ୍ଷା ପାଇଁ ଗଠିତ ସୁପ୍ରିମ୍‌କୋର୍ଟ କମିଟି ଉଦ୍‌ବେଗ ପ୍ରକାଶ କରିଛନ୍ତି। ଅନେକ ସ୍ଥାନରେ ଭୁଲ ରାସ୍ତା ନିର୍ମାଣ ପାଇଁ ମଧ୍ୟ ଦୁର୍ଘଟଣା ଘଟୁଛି। ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନକୁ ଦୁର୍ଘଟଣାପ୍ରବଣ ଅଞ୍ଚଳ ବା ବ୍ଲାକ୍‌ସ୍ପଟ ଭାବେ ଚିହ୍ନଟ କରିବାକୁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦିଆଯାଉନାହିଁ। ଦ୍ରୁତ ଗତିରେ ଯାଉଥିବା ଗାଡ଼ିଗୁଡ଼ିକୁ ଧରିବା ପାଇଁ ସ୍ପିଡ୍‌ ଯାଞ୍ଚ ମେଶିିନ୍‌ କି ଦୁର୍ଘଟଣାପ୍ରବଣ ସ୍ଥାନରେ ସ୍ପିଡ୍‌ ବ୍ରେକର ଲଗାଯାଉନାହିଁ। ଫଳରେ ଲୋକେ ମନଇଛା ଗାଡ଼ି ଚଳାଇ ଦୁର୍ଘଟଣାକୁ ଡାକୁଛନ୍ତି। ଯଦି ସରକାରଙ୍କ ପକ୍ଷରୁ ଦୃଢ ପଦକ୍ଷେପ ନିଆ ନ ଯାଏ ତେବେ ଦୁର୍ଘଟଣାଜନିତ ହାର ଆଗାମୀ ଦିନରେ ଆହୁରି ବୃଦ୍ଧି ପାଇବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। ଏ ନେଇ ପରିବହନ କମିଶନର ଅନିଲ କୁମାର ସାମଲଙ୍କୁ ପଚାରିବାରେ କହିଛନ୍ତି, ଦୁର୍ଘଟଣା ରୋକିବା ପାଇଁ ସମସ୍ତ ଚେଷ୍ଟା ଜାରି ରହିଛି। ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନକାରୀଙ୍କୁ ଧରିବା ପାଇଁ ଆର୍‌ଟିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ଏବଂ ଜିଲାସ୍ତରରେ ଅଧିକ ସଚେତନତାମୂଳକ କାର୍ଯ୍ୟକ୍ରମ କରିବାକୁ କୁହାଯାଇଛି। ତେବେ ପ୍ରଥମେ ଲୋକେ ନିଜେ ଏଥିପ୍ରତି ସଚେତନ ହେବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri