Categories: ଖେଳ

ସଚିନଙ୍କ ବିଶ୍ୱ ଏକାଦଶ ଖେଳାଳି ତାଲିକାରେ ଧୋନୀଙ୍କ ସ୍ଥାନ ନାହିଁ

ଲଣ୍ଡନ, ୧୫।୭: କ୍ରିକେଟର ମହାନ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକର ବିଶ୍ୱ ଏକାଦଶ ଖେଳାଳି ତାଲିକା ପ୍ରକାଶ କରିଛନ୍ତି। ସବୁଠୁ ଆଶ୍ଚର୍ଯ୍ୟଜନକ ଭାବେ ଏହି ତାଲିକାରେ ସ୍ଥାନ ପାଇନାହାନ୍ତି ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ଗତ କିଛିଦିନ ଫର୍ମରେ ନ ଥିବା ଧୋନୀ ବିଶ୍ୱକପରେ ଖରାପ ପ୍ରଦର୍ଶନ ପାଇଁ ଆଲୋଚନାର ଶିକାର ହେବାକୁ ପଡିଥିଲା। ବୋଧହୁଏ ଏହି କାରଣରୁ ସଚିନ ବିଶ୍ୱ ଏକାଦଶ ତାଲିକାରେ ଧୋନୀଙ୍କୁ ନେଇନାହାନ୍ତି। ଆଇସିସ ବିଶ୍ୱକପ ଫାଇନାଲରେ କମେଣ୍ଟ୍ରି କରୁଥିବାବେ ସଚିନ ଖେଳାଳି ଏହି ତାଲିକା ପ୍ରକାଶ କରିଥିଲେ। ବିଶ୍ୱ ଏକାଦଶର ନେତୃତ୍ୱ ସେ ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲିୟମସନକୁ ଦେଇଛନ୍ତି। ଭାରତୀୟ ଦଳର ୫ ଜଣ ଖେଳାଳି ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଜାଣନ୍ତୁ ସଚିନଙ୍କ ବିଶ୍ୱ ଏକାଦଶରେ କେଉଁ ଖେଳାଳି ସ୍ଥାନ ପାଇଛନ୍ତି।
କେନ ଓ୍ବିଲିୟମସନ(ଅଧିନାୟକ)
ରୋହିତ ଶର୍ମା
ଜନ ବେୟାରଷ୍ଟୋ

ବେନ ଷ୍ଟୋକ୍ସ
ସାକିବ ଉଲ ହାସନ
ବିରାଟ କୋହଲି
ହାର୍ଦ୍ଦିକ ପାଣ୍ଡ୍ୟା
ରବିନ୍ଦ୍ର ଜାଡେଜା
ମିଶେଲ ଷ୍ଟ୍ରାକ
ଜୋଫ୍ରା ଆର୍ଚର
ଜଶପ୍ରିତ୍‌ ବୁମରା

Share