Categories: ଖେଳ

ସଚିନଙ୍କୁ ରାଜନୀତିଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ ଏହି ରାଜନେତା

ଶିବସେନାର ସଂସ୍ଥାପକ ବାଲ୍‌ ଠାକରେ ଆଜିର ଦିନରେ ହିଁ ଦୁନିଆରୁ ବିଦାୟ ନେଇଥିଲେ। ଜୀବନରେ କେବେ ନିର୍ବାଚନ ଲଢି ନ ଥିଲେ ମଧ୍ୟ ସେ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଥରେ ବାଲ୍‌ ଠାକରେ ଟିମ୍‌ ଇଣ୍ଡିଆର ମହାନ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକରଙ୍କୁ ରାଜନୀତିଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ। ମୁମ୍ବାଇ କେବଳ ମହାରାଷ୍ଟ୍ରବାସୀଙ୍କର କି ବୋଲି ଥରେ ଗଣମାଧ୍ୟମ ପକ୍ଷରୁ ସଚିନଙ୍କୁ ପ୍ରଶ୍ନ କରାଯାଇଥିଲା। ଏହାର ଜବାବରେ ସେ କହିଥିଲେ ମୁମ୍ବାଇ ଭାରତୀୟଙ୍କର, ତେଣୁ ମୁଁ ପ୍ରଥମେ ଜଣେ ଭାରତୀୟ ତା’ପରେ ମହାରାଷ୍ଟ୍ରୀୟାନ୍‌। ବାଲ୍‌ ଠାକରେଙ୍କ କାନରେ ସଚିନ କଥା ପଡିବା ପରେ ସେ କହିଥିଲେ, ସଚିନ ରାଜନୀତିରେ ମୁଣ୍ଡ ନ ପୂରାଇବା ଭଲ। ସଚିନ କେବଳ କ୍ରିକେଟ ହିଁ ଖେଳନ୍ତୁ, ରାଜନୀତି ପଡିଆରେ ବ୍ୟାଟିଂ କରିବାକୁ ପ୍ରୟାସ ନ କରନ୍ତୁ ବୋଲି ଠାକରେ ବନ୍ତବ୍ୟ ଦେଇଥିଲେ।

Share