Categories: ଖେଳ

ସଚିନଙ୍କୁ ‘କିଚେନ୍‌-୧୦୦’ ର ଚ୍ୟାଲେଞ୍ଜ୍‌ ଦେଲେ ଯୁବରାଜ

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର କ୍ରିକେଟ ପଡିଆରେ ଅନେକ ରେକର୍ଡ ହାସଲ କରିଛନ୍ତି। ସଚିନଙ୍କୁ ଚ୍ୟାଲେଞ୍ଜ୍‌ ଦେବା ଅନ୍ୟ କ୍ରିକେଟରଙ୍କ ପାଇଁ କଷ୍ଟକର ବ୍ୟାପାର। କିନ୍ତୁ ପୂର୍ବତନ କ୍ରିକେଟର ଯୁବରାଜ ସିଂ ସଚିନଙ୍କୁ ଏକ ନୂଆ ଚ୍ୟାଲେଞ୍ଜ ଦେଇଛନ୍ତି। ଚ୍ୟାଲେଞ୍ଜ୍‌ଟି ହେଉଛି ‘କିଚେନ୍‌-୧୦୦’। ଯୁବରାଜ କିଚେନ ଭିତରେ ଆଖିରେ ପଟ୍ଟି ବାନ୍ଧି ଏକ ବେଲଣା କାଠିରେ ଟେନିସ ବଲରେ ୧୦୦ଥର ନକ୍‌ କରୁଥିବା ଦେଖାଯାଇଛି। ଏହାର ଏକ ଭିଡିଓ ସେ ଟୁଇଟରରେ ଶେୟାର କରି କହିଛନ୍ତି ସଚିନ ପାଜି ଏବେ ଆଉ ଗୋଟିଏ ଚ୍ୟାଲେଞ୍ଜ୍‌ ପାଇଁ ପ୍ରସ୍ତୁତ ହୁଅ। ଆପଣ ତ ପଡିଆରେ ଅନେକ ଶତକ ମାରିଛନ୍ତି ଏବେ କିଚେନ୍‌ରେ ଶତକ ଲଗାଇବାର ସମୟ ଆସିଛି। ମୁଁ ତ ଏହି ଚ୍ୟାଲେଞ୍ଜ୍‌ ପୂରା କରିଦେଲି। ଆଶା କରୁଛି ଆପଣ ଏହି ଚ୍ୟାଲେଞ୍ଜ୍‌ ପୂରଣ କରିବା ଚକ୍କରରେ କିଚେନ୍‌ର କୌଣସି ଜିନିଷପତ୍ର ଭାଙ୍ଗିବେ ନାହିଁ।

Share