Categories: ଖେଳ

ସଚିନଙ୍କଠାରୁ ଧୋନୀ: ଏହି ୫ ଖେଳାଳି ସେନା ପୋଷାକ ପିନ୍ଧି ଉଡାଇଥିଲେ ତ୍ରିରଙ୍ଗା

ଭାରତୀୟ କ୍ରିକେଟ ଦଳର ଏମିତି କିଛି ଖେଳାଳି ଅଛନ୍ତି, ଯେଉଁମାନେ ଭାରତୀୟ ସେନାରେ ନିଜକୁ ସାମିଲ କରିଛନ୍ତି। ହେମୁ ଅଧିକାରୀ, ମହେନ୍ଦ୍ର ସିଂ ଧୋନୀ, ସଚିନ ତେନ୍ଦୁଲକର ଏବଂ ସିକେ ନାଇଡୁଙ୍କ ଭଳି ଖେଳାଳି କ୍ରିକେଟ ସହ ଭାରତୀୟ ସେନାର ବିଭିନ୍ନ ଉଚ୍ଚ ପଦବୀରେ ରହିଥିଲେ। ବିଭିନ୍ନ ସ୍ଥାନରେ ସେନା ପୋଷାରେ ସେମାନଙ୍କୁ ତ୍ରିରଙ୍ଗା ଉଡାଉ ଥିବା ଦେଖାଯାଇଥିଲା।

ହେମୁ ଅଧିକାରୀ
ଭାରତୀୟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ହେମୁ ଅଧିକାରୀ ଭାରତୀୟ ସେନାରେ ଲ୍ୟୁଟନାଣ୍ଟ କଲୋନେଲ ଥିଲେ। ହେମୁ ଭାରତ ପକ୍ଷରୁ ୨୧ଟି ଟେଷ୍ଟ ଖେଳି ୮୭୨ ରନ୍‌ କରିଥିଲେ। ସେ ପ୍ରଥମ ଭାରତୀୟ ଖେଳାଳି ଭାବେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଶତକ ଅର୍ଜନ କରିଥିଲେ।

 

ସିକେ ନାଇଡୁ
ଭାରତୀୟ କ୍ରିକେଟ ଦଳର ପ୍ରଥମ ଅଧିନାୟକ ସିକେ ନାଇଡୁ ୧୯୨୩ରେ ହୋଲକର ରାଜାଙ୍କ ନିମନ୍ତ୍ରଣରେ ଇନ୍ଦୋର ପହଞ୍ଚିଥିଲେ। ତାଙ୍କ ପୂରା ନାମ କର୍ନେଲ କୋଟ୍ଟେରୀ ନାଇଡୁ ଥିଲା। ହୋଲକର ରାଜା ତାଙ୍କୁ ସେନାର କଲାନେଲ ପଦରେ ନିଯୁକ୍ତ କରିଥିଲେ। ସିକେ ନାଇଡୁ ଭାରତ ପକ୍ଷରୂୁ ୭ଟି ଟେଷ୍ଟ ଖେଳି ୩୫୦ ରନ କରିଥିଲେ।

କପିଳ ଦେବ
ଭାରତକୁ ପ୍ରଥମ ବିଶ୍ୱକପ୍‌ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କପିଳ ଦେବ ୨୦୦୮ରେ ଭାରତୀୟ ସେନାର ଲ୍ୟୁଟନାଣ୍ଟ କଲୋନେଲ ଭାବେ ନିଯୁକ୍ତ ପାଇଥିଲେ।

ସଚିନ ତେନ୍ଦୁଲକର
ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଭାରତୀୟ ବାୟୁସେନା ଗ୍ରୁପ୍‌ କ୍ୟାପ୍ଟେନ୍‌ ର଼୍ୟାଙ୍କ୍‌ ପ୍ରଦାନ କରାଯାଇଥିଲା। ପ୍ରଥମ କ୍ରିକେଟର ଭାବେ ସେ ଏହି ସମ୍ମାନର ଅଧିକାରୀ ହୋଇଥିଲେ।

ମହେନ୍ଦ୍ର ସିଂ ଧୋନୀ
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଭାରତୀୟ ସେନାର ଲ୍ୟୁଟନାଣ୍ଟ କଲୋନେଲ ପଦ ଦିଆଯାଇଥିଲା। ଧୋନୀ ଟେରିଟୋରିଆଲ ଆର୍ମିରେ ଟ୍ରେନିଂ ମଧ୍ୟ ନେଇଥିଲେ।

Share