Posted inଫୁରସତ

ସଙ୍ଗୀତ ମାୟାରେ ଆରୋହୀ-ସ୍ବପ୍ନାରାଣୀ

ପ୍ରଗାଢ଼ ନିଷ୍ଠା ବଳରେ ଜଣେ ମହିଳା କିପରି ନିଜର ଲକ୍ଷ୍ୟ ହାସଲ କରିପାରେ ତାହାର ଅନେକ ନଜିର ରହିଛି। ତେବେ ଏହି ତାଲିକାରେ ନିଜ ନାମକୁ ସାମିଲ କରିଛନ୍ତି ଦୁଇ ଭଉଣୀ। କେବଳ ସେତିକି ନୁହେଁ, ନିଜର ଉଦ୍ୟମ ବଳରେ ସଙ୍ଗୀତ କ୍ଷେତ୍ରରେ ଅନ୍ୟମାନଙ୍କ ପାଇଁ ଏହି ଦୁଇ ଜଣ ସାଜିଛନ୍ତି ପ୍ରେରଣାର ଉତ୍ସ। ଆଜି ଯେଉଁ ସ୍ଥାନରେ ପହଞ୍ଚତ୍ପାରିଛନ୍ତି ସେଥିପାଇଁ ନିଜ ପରିଶ୍ରମ ଏବଂ ପରିବାର ଲୋକଙ୍କ ପ୍ରେରଣା ଓ ଉତ୍ସାହକୁ ସର୍ବାଗ୍ରେ ସ୍ମରଣ କରନ୍ତି ମ୍ୟୁଜିକ୍‌ କମ୍ପୋଜର ଆଣ୍ଡ ଡାଇରେକ୍ଟର ଆରୋହୀ ଅଜିତା ସାହୁ ଏବଂ ସାନ ଭଉଣୀ ତଥା ଗୀତିକାର ସ୍ବପ୍ନାରାଣୀ ସାହୁ। ବିଶେଷକରି ଆରୋହୀ ସ୍ବର ସଂଯୋଜନାରେ ଅଧିକ ଗୁରୁତ୍ୱ ଦିଅନ୍ତି। ବେଳେବେଳେ ସେ ଶ୍ରୋତାଙ୍କୁ ପ୍ରଭାବିତ କରିବା ଭଳି କେତେକ ଗୀତ ପାଇଁ କଣ୍ଠଦାନ କରିଥାଆନ୍ତି। ୨୦୧୬ ଜୁଲାଇରେ ସଙ୍ଗୀତ ଜଗତକୁ ପ୍ରବେଶ କରନ୍ତି ଆରୋହୀ। ସଙ୍ଗୀତ ପ୍ରତି କାହିଁକି ଆକର୍ଷିତ ହେଲେ ପ୍ରଶ୍ନର ଉତ୍ତରରେ ସେ କହନ୍ତି, ”ପିଲାବେଳୁ ଏହି ଦିଗକୁ ଆସିବାକୁ ଇଚ୍ଛା ଥିଲା। ମୋର ଗୀତ ପ୍ରତି ଆଗ୍ରହ ଦେଖି ପରିବାର ଲୋକେ ପ୍ରାୟ ୫ ବର୍ଷ ବୟସରୁ ହିଁ ଗୁରୁଙ୍କଠାରୁ ଗୀତ ଶିଖିବାର ବ୍ୟବସ୍ଥା କରାଇଥିଲେ। ଏବେ ବି କୋଲକାତାରେ ଗୁରୁ ଉଜ୍ଜ୍ୱଳ ଦତ୍ତଙ୍କ ଠାରୁ ଗୀତ ଶିଖୁଛି। ମୋ ବାପା ରମେଶ ଚନ୍ଦ୍ର ସାହୁ ଜଣେ ବିଜ୍‌ନେସ୍‌ମ୍ୟାନ୍‌ ଓ ମାଆ ଯଶୋଦାରାଣୀ ଗୃହିଣୀ। ଯୁକ୍ତ ୨ ପରେ ପାଠ ପଢ଼ାରେ ପୂର୍ଣ୍ଣଚ୍ଛେଦ ପକାଇ ମ୍ୟୁଜିକ୍‌କୁ ହିଁ କ୍ୟାରିୟର କରିବାର ନିଷ୍ପତ୍ତି ନେଇଥିଲି। କେବଳ ଓଡ଼ିଆ ନୁହେଁ, ହିନ୍ଦୀ ଏବଂ ବଙ୍ଗଳା ଭାଷାରେ ମ୍ୟୁଜିକ କମ୍ପୋଜିଂରେ ମୁଁ ନିଜକୁ ଏବେ ବ୍ୟସ୍ତ ରଖିଛି। ଯେହେତୁ ମୁଁ ଜଣେ ଓଡ଼ିଆ, ଓଡ଼ିଆ ଶ୍ରୋତାଙ୍କ ପ୍ରତି ମୋର ଅଧିକ ଦୁର୍ବଳତା ରହିବା ସ୍ବାଭାବିକ। ହଁ, ଓଡ଼ିଆ ସଙ୍ଗୀତର ଉନ୍ନତି ସେତେବେଳେ ହେବ ଯେତେବେଳେ ଓଡ଼ିଆ ଭାଷାକୁ ଅଧିକ ପ୍ରୋତ୍ସାହନ ମିଳିବ। ମୋ ମତରେ କାହାକୁ କପି ନ କରି ସବୁବେଳେ ନିଜର କମ୍ପୋଜିଂ କିପରି ଅନ୍ୟମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏବଂ ୟୁନିକ୍‌ ହେବ ସେ ନେଇ ସଚେତନ ରହିଲେ କିଛି ପରିବର୍ତ୍ତନ ଆସିପାରିବ।“ ଦୁଇଟି ଆଲ୍‌ବମ୍‌ ରିଲିଜ୍‌ ହେବା ପରେ ତାଙ୍କର ଜଣେ ସମ୍ପର୍କୀୟ ଭାଇ ଏ ଲାଇନ୍‌ରେ କ୍ୟାରିଅର କରିବା ପାଇଁ ତାଙ୍କୁ କହିଥିଲେ। ମ୍ୟୁଜିକ ଆଲ୍‌ବମ୍‌ ‘ଷ୍ଟୁପିଡ୍‌ ଲଭ୍‌’ ଏବଂ ‘ଏତେ ଭଲ ପାଆନି ମୋତେ ମୁଁ ମରିଯିବି’ ଗୀତଟି ତାଙ୍କ କ୍ୟାରିୟର ପାଇଁ ଟର୍ନିଂ ପଏଣ୍ଟ ସାବ୍ୟସ୍ତ ହୋଇଥିଲା। ଓଡିଆ ଆଲ୍‌ବମ୍‌ ମ୍ୟୁଜିକ୍‌ ‘ଚୁପ୍‌ ଚୁପ୍‌’ର ଡିରେକ୍ସନ ଦେଇଛନ୍ତି ସେ। ବଲିଉଡ୍‌ ଆଲ୍‌ବମ୍‌ ମ୍ୟୁଜିକ୍‌ ‘ହମ୍‌ ରହେ ୟା ନ ରହେ’ର ଡିରେକ୍ସନ ଦେବା ସହ ନିଜେ ଗୀତ ଗାଇଛନ୍ତି ଆରୋହୀ। ଅବସର ସମୟରେ ଆରୋହୀ ଭଲ ଜାଗା ବୁଲି ଯିବାକୁ ପସନ୍ଦ କରିଥାଆନ୍ତି। ବିଶେଷଭାବରେ ନିରୋଳା ସ୍ଥାନରେ ବସି ମ୍ୟୁଜିକ କମ୍ପୋଜ କରିବାକୁ ପସନ୍ଦ କରିଥାନ୍ତି ସେ। ଅପରପକ୍ଷରେ ସ୍ବପ୍ନାରାଣୀ ଜଣେ ଗୀତିକାର ଭାବରେ ନିଜ କ୍ୟାରିୟରକୁ ଆଗେଇ ନେଉଛନ୍ତି। ପେସାରେ ସେ ଜଣେ ଶିକ୍ଷୟିତ୍ରୀ। ଏ ସମ୍ପର୍କରେ ସେ କହନ୍ତି, ”ମୋର ଗୀତ ଲେଖିବା ଦେଖି ମୋ ବଡ଼ ଭଉଣୀ ଆରୋହୀ ମୋତେ ଏହାକୁ କ୍ୟାରିୟର କରିବାକୁ ଉତ୍ସାହିତ କରିଥିଲେ। ମୋର ପ୍ରଥମ ଗୀତ ଥିଲା ‘ଯାଆନି ଯାଆନି ରେ’। ଆଉ ଏହି ଗୀତକୁ ଆରୋହୀ ହିଁ ଗାଇଥିଲେ। ଏହାକୁ ମେଲ୍‌ ଭର୍ସନରେ ଗାଇଥିଲେ ବିଷ୍ଣୁମୋହନ କବି।“ ପରେ ସହରକୁ ଆସି ଗାଁକୁ ଭୁଲିଯାଇଥିବା ଲୋକଙ୍କୁ ନେଇ ଏହି ଦୁଇ ଭଉଣୀ ମିଶି ଲେଖିଥିଲେ ‘ମୋ ଗାଁ’ ଗୀତଟି। ଓଡ଼ିଶାର ସଂସ୍କୃତିକୁ ଆଧାରକରି ଲେଖାଯାଇଥିବା ଏହି ଗୀତଟି ଶ୍ରୋତାମାନଙ୍କ ମନକୁ ବେଶ୍‌ ଛୁଇଁପାରିଥିଲା। ସ୍ବପ୍ନାରାଣୀଙ୍କର ‘ହାଏଲୋ ଛୋରି’ ଆଉ ‘ଅତୀତର ସେହି ସ୍ମୃତି’ ଗୀତ ବେଶ୍‌ ଲୋକପ୍ରିୟତା ହାସଲ କରିପାରିଥିଲା। ସ୍କୁଲରୁ ଫେରିଲା ପରେ ରାତିରେ ଲାଗିପଡ଼ନ୍ତି ଗୀତ ଲେଖିବାରେ ସେ। ରାତି ୯ଟା ପରେ ଦୁଇ ଭଉଣୀ ମିଶି ଗୀତ କମ୍ପୋଜ ଆଉ ଡିରେକ୍ସନ ବିଷୟରେ ଆଲୋଚନା କରିଥାଆନ୍ତି। ଭବିଷ୍ୟତରେ ଆରୋହୀ ମ୍ୟୁଜିକ୍‌କୁ ହିଁ ନିଜର କ୍ୟାରିୟର କରିବେ ବୋଲି ନିଷ୍ପତ୍ତି ନେଇଥିବାବେଳେ ସ୍ବପ୍ନାରାଣୀ ଶିକ୍ଷକତା ସହ ଗୀତ ରଚନାକୁ ସମାନ ଗୁରୁତ୍ୱ ଦେବାକୁ ଯୋଜନା କରିଛନ୍ତି।
– ଦେବସ୍ମିତା ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri