ସଙ୍ଗୀତ ପ୍ରତି ରାଧାକୃଷ୍ଣ ଭଞ୍ଜଙ୍କ ନିଷ୍ଠା ଥିଲା ଅନନ୍ୟ

ବାରିପଦା ଅଫିସ,୬।୧୧: ଓଡିଶାର ମହାନ ସଙ୍ଗୀତ ନିଦ୍ଦେର୍ର୍ଶକ ତଥା ମୟୂରଭଞ୍ଜ ମାଟିର ଗର୍ବ ଓ ଗୌରବ ସ୍ବର୍ଗତ ରାଧାକୃଷ୍ଣ ଭଞ୍ଜଙ୍କ ଜୟନ୍ତୀ ସ୍ଥାନୀୟ ମିଶନ ସାଇନ୍ସ ଏକାଡେମୀ ପରିସରରେ ପାଳିତ ହୋଇଯାଇଛି। ସାହିତ୍ୟ ସଂସ୍କୃତି ବିକାଶ ମଞ୍ଚ ତରଫରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମଞ୍ଚର ସଭାପତି ଡ.ସରୋଜ କୁମାର ନାୟକ ସଭାପତିତ୍ୱ କରିଥିବାବେଳେ ଗୋପବନ୍ଧୁ ସାହିତ୍ୟ ସଂସଦର ସମ୍ପାଦକ ଭାରତ ଶିକ୍ଷାରତ୍ନ ଅମିତାଭ ମିଶ୍ର ଓ ସ୍ବର୍ଗତ ଭଙ୍କ ସୁପୁତ୍ର ଦୀପକ କୁମାର ଭ ଯୋଗ ଦେଇ ରାଧାକୃଷ୍ଣଙ୍କ ସଙ୍ଗୀତ ପ୍ରତି ଅନୁରାଗ ସମ୍ପର୍କରେ ଆଲୋଚନା କରିଥିଲେ। କବିୟତ୍ରୀ ସୁନିତା ରାଣୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।