ସଙ୍ଗରୋଧ ଗୃହରୁ ଫେରିଲେ ୧୬ ଶ୍ରମିକ

ଟିକିରି,୨୯ା୪: ରାୟଗଡ଼ା ଜିଲା କାଶିପୁର ବ୍ଲକ୍‌ ଟିକିରି ହାଇସ୍କୁଲସ୍ଥିତ ସଙ୍ଗରୋଧ କେନ୍ଦ୍ରରେ ଥିବା ୧୬ ଶ୍ରମିକ ମଙ୍ଗଳବାର ଫେରିଛନ୍ତି। ପ୍ରକାଶ ଯେ, ମାର୍ଚ୍ଚ ୨୯ ରେ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରୁ ୬ ଜଣ ବ୍ୟକ୍ତି ବାଇକ୍‌ ଯୋଗେ ବଲାଙ୍ଗୀର ଜିଲାର ବଡ଼ମାଲ ଅଞ୍ଚଳକୁ କାମ ପାଇଁ ଯିବା ସମୟରେ ପୋଲିସ ଅଟକାଇଥିଲା। ପରେ ଏମାନଙ୍କୁ ସଙ୍ଗରୋଧରେ ରଖାଯାଇଥିଲା। ଜଣଙ୍କ ନିକଟରେ ପାସ୍‌ ରହିଥିବାରୁ ତାଙ୍କୁ ୨ ଦିନ ସଙ୍ଗରୋଧ ଗୃହରେ ରଖି ସ୍ବାସ୍ଥ୍ୟ ପରୀକ୍ଷା ପରେ ଛାଡ଼ି ଦିଆଯାଇଥିବାବେଳେ ଅନ୍ୟ ୫ ଜଣ ସଙ୍ଗରୋଧ ଗୃହରେ ଥିଲେ। ସେହିପରି ମାର୍ଚ୍ଚ ୩୦ରେ ରାୟଗଡ଼ାରୁ ନବରଙ୍ଗପୁର ଚାଲି ଚାଲି ଯାଉଥିବା ନବରଙ୍ଗପୁର ଜିଲାର ୧୧ ଶ୍ରମିକଙ୍କୁ ଅଟକାଇ ସଙ୍ଗରୋଧରେ ରଖାଯାଇଥିଲା। ସଙ୍ଗରୋଧରେ ଥିବା ସମୟରେ ଏମାନଙ୍କ ଖାଦ୍ୟ ବ୍ୟବସ୍ଥା ସହ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଥିଲା। ମଙ୍ଗଳବାର ଜିଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲ, କାଶିପୁର ବିଡିଓ ସୁଧାକର ରଇତ, ଏବିଡିଓ ବଳରାମ ପାତ୍ର, ତହସିଲଦାର ଶରତ ଶବର, ଟିକିରି ଆଇଆଇସି ସୁଜ୍ଞାନୀ ସାହୁଙ୍କ ସମେତ ସରପଞ୍ଚ କୁମାରୀ ପିଡିକା ପ୍ରମୁଖ ଉପସ୍ଥିତ ରହି ସଙ୍ଗରୋଧରେ ଥିବା ଶ୍ରମିକମାନଙ୍କୁ ନିଜ ଅଞ୍ଚଳକୁ ପଠାଇଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶରେ ନବରଙ୍ଗପୁର ଅଞ୍ଚଳର ୧୧ ଜଣଙ୍କୁ ଏକ ସ୍କୁଲ୍‌ ବସ୍‌ ଯୋଗେ ପଠାଯାଇଛି। ସେହିପରି ଆନ୍ଧ୍ର ପ୍ରଦେଶର ୫ଜଣଙ୍କୁ ବୋଲେରୋ ଯୋଗେ ସେମାନଙ୍କ କର୍ମସ୍ଥଳୀ ବଲାଙ୍ଗୀର ପଠାଯାଇଥିବା ଜଣାପଡ଼ିଛି। ଯିବା ସମୟରେ ସାଥିରେ ଖାଦ୍ୟ ସାମଗ୍ରୀ ମଧ୍ୟ ଦିଆଯାଇଥିବା କୁହାଯାଇଛି। ଏହି ସମୟରେ ଟିକିରି ପଞ୍ଚାୟତର ପିଇଓ ସୁନୀଲ୍‌ କୁମାର ବ୍ରହ୍ମା, ଜିଆର୍‌ଏସ୍‌ ଭୁବନ ଖୋସ୍‌ଲା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri