ସଙ୍ଗରୋଧ କେନ୍ଦ୍ର ମଟର ତରକାରିରେ ଝିଟିପିଟି

କେନ୍ଦ୍ରାପଡ଼ା ଅଫିସ, ୨୧ା୫: କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ ଅଞ୍ଚଳର ଏକ ସଙ୍ଗରୋଧ କେନ୍ଦ୍ରର ଗୁରୁବାର ସକାଳେ ପ୍ରସ୍ତୁତ ହୋଇଥିବା ମଟର ତରକାରିରେ ଝିଟିପିଟି ବାହାରିଛି। ଏହା ଜଣାପଡିବା ପରେ କେନ୍ଦ୍ରରେ ଥିବା ଅନ୍ତେବାସୀ ଖାଦ୍ୟ ଗ୍ରହଣ କରି ନ ଥିଲେ। ଫଳରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ନଷ୍ଟ କରାଯାଇଛି। ତେବେ ଖାଦ୍ୟରେ ଝିଟିପିଟି ବାହାରିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ କେତେକ ସାମାଜିକ କର୍ମୀ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ା ଏ ନେଇ ଜିଲାପାଳ ସମର୍ଥ ବର୍ମା କହିଛନ୍ତି, ଘଟଣା ସମ୍ପର୍କରେ ସୂଚନା ମିଳିଛି। କିଭଳି ଏହି ଘଟଣା ଘଟିଲା ତାହାର ତଦନ୍ତ ପାଇଁ ଗରଦପୁର ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି।