Posted inଜାତୀୟ

ସଙ୍କଟରେ ଭାରତୀୟ ଅର୍ଥବ୍ୟବସ୍ଥା: ଛଟେଇ, ବେକାରି ସମସ୍ୟା ଓ ଦରଦାମ୍‌ ବୃଦ୍ଧିରେ ଅସ୍ତବ୍ୟସ୍ତ ସାଧାରଣ ଲୋକେ

ନୂଆଦିଲ୍ଲୀ,୨୨।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତୀୟ ଇନିଂସ୍‌ର ପ୍ରଥମ ଭାଗରେ ଭାରତୀୟ ଅର୍ଥବ୍ୟବସ୍ଥା ସଙ୍କଟ ଦେଇ ଗତି କରୁଛି। ସରକାରଙ୍କ ଅଦୂରଦର୍ଶୀ ଯୋଜନା ଯୋଗୁ ଏବେ ବିଭିନ୍ନ କମ୍ପାନୀରେ ଛଟେଇ ଜାରି ରହିଛି। ଏହାଯୋଗୁ ବେକାରି ସମସ୍ୟା ବଢ଼ି ଚାଲିଛି। ଏହାର ସିଧା ସଳଖ ପ୍ରଭାବ ଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍‌ ବୃଦ୍ଧି ହେବାରେ ଲାଗିଛି। ସମ୍ପ୍ରତି ପାର୍ଲେ ଜି କମ୍ପାନୀ ଏହା ଆର୍ଥିକ ସ୍ଥିତି ସୁଧାରିବା ପାଇଁ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି। ଭୁଶୁଡ଼ି ପଡ଼ିଥିବା ଅର୍ଥନୀତିର ତାଲିକା ଲମ୍ବା ରହିଛି। ଇତିମଧ୍ୟରେ ଜେଟ୍‌ ଏୟାର ଓ୍ବେ ବନ୍ଦ ହୋଇ ଯାଇଛି। ଅପରପକ୍ଷରେ ଏୟାର ଇଣ୍ଡିଆ ୭୬ ଶହ କୋଟି କ୍ଷତିରେ ବୁଡ଼ି ରହିଛି। ବିଏସ୍‌ଏନ୍‌ଏଲ୍‌ର ୫୪ ହଜାର କର୍ମଚାରୀଙ୍କ ମୁଣ୍ଡରେ ଛଟେଇ ଖଣ୍ଡା ଝୁଲୁଛି। ଏଚ୍‌ଏଏଲ୍‌ କର୍ମଚାରୀଙ୍କୁ ଦରମା ଦେବା ପାଇଁ ସରକାରଙ୍କ ପାଖରେ ଟଙ୍କା ନାହିଁ। ସେହିପରି ଡାକ ବିଭାଗ ୧୫ ହଜାର କୋଟି କ୍ଷତିରେ ଚାଲୁଛି। ଅଟୋ ଶିଳ୍ପରେ ଏକ ନିୟୁତ କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ହୋଇଛି। ମାରୁତି ଏହାର ଉତ୍ପାଦନରେ ହ୍ରାସ କରିବାକୁ ଯୋଜନା କରିଛି। ବିଭିନ୍ନ ଅଟୋ କମ୍ପାନୀରେ ୫୫ ହଜାର କୋଟି କାର୍‌ ଇନଭେଣ୍ଟ୍ରି ବିକ୍ରି ନ ହୋଇ ପଡ଼ି ରହିଛି। ଦେଶର ପ୍ରମୁଖ ସହରରେ ନିର୍ମାଣ ହୋଇ ୧୨.୭୬ ଲକ୍ଷ ଘର ବିକ୍ରି ହୋଇ ପାରୁନି। ବିମୁଦ୍ରୀକରଣ ତଥା ତ୍ରୁଟିଯୁକ୍ତ ଜିଏସ୍‌ଟି ଯୋଗୁ ଏଭଳି ହେଉଥିବା ଅର୍ଥନୀତିଜ୍ଞ ମତପୋଷଣ କରିଛନ୍ତି। ଲୋକଙ୍କ ପାଖରେ ଘର କିଣିବା ପାଇଁ ଟଙ୍କାର ଅଭାବ ଦେଖାଦେଇଛି। କେତେକ ବିଲ୍ଡର ଘର ବିକ୍ରି ନକରିପାରି ଆତ୍ମହତ୍ୟା ମଧ୍ୟ କରିଛନ୍ତି। ଜିଏସ୍‌ଟି ୧୮%ରୁ ୨୮%କୁ ବୃଦ୍ଧି ହେବା ଯୋଗୁ ସେମାନେ ଦେବାଳିଆ ହୋଇ ଏଭଳି କରିଥିବା କୁହାଯାଉଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌ ହ୍ରାସ କରିବା ଯୋଗୁ ସୁଧ ହାର କମିଛି ସତ ମାତ୍ର ସଞ୍ଚୟ ଖାତାରେ ଅଧିକ ସୁଧ ମିଳୁନି। ଏହା ସାଧାରଣ ଲୋକଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ସାବ୍ୟସ୍ତ ହୋଇଛି। ଏୟାର ସେଲ୍‌, ଟାଟା ଡୋକୋମୋ ଓ ଜେପି ଗ୍ରୁପ୍‌ ବନ୍ଦ ହୋଇଯାଇଛି। ସେହିପରି ଭିଡ଼ିଓକନ୍‌ ଦେବାଳିଆ ହୋଇଯାଇଛି। ଏହା ଯୋଗୁ ବେକାରି ସମସ୍ୟାରେ ଅଧିକ ଲୋକ ଯୋଡ଼ି ହୋଇଛନ୍ତି। ଗତ ୪୫ ବର୍ଷ ମଧ୍ୟରେ ଦେଶର ବେକାରି ସମସ୍ୟା ସର୍ବାଧିକ ହୋଇଥିବା ଅର୍ଥନୀତିଜ୍ଞ ମତପୋଷଣ କରିଛନ୍ତି। ଲାଭକାରୀ କମ୍ପାନୀ ଓଏନ୍‌ଜିସି ଏବେ କ୍ଷତିରେ ଚାଲୁଛି। ଦେଶର ୩୬ଜଣ ବିତ୍ତଶାଳୀ ଋଣ ନେଇ ଦେଶ ଛାଡ଼ିଛନ୍ତି। ଏହାର ପ୍ରଭାବ ଋଣ ଦେଇଥିବା ସମ୍ପୃକ୍ତ ବ୍ୟାଙ୍କଗୁଡ଼ିକ ଉପରେ ପଡ଼ିଛି। ପିଏନ୍‌ବି ସମେତ ଅନ୍ୟ ସମସ୍ତ ବ୍ୟାଙ୍କ କ୍ଷତିରେ ଚାଲୁଛି। ସେହିପରି ଦେଶର ବାହ୍ୟ ଋଣ ୫ ଶହ ବିଲିୟନ୍‌ ଡଲାରରୁ ଅଧିକ ହୋଇଛି। ଏହାର ପ୍ରଭାବ ରପ୍ତାନୀ-ଆମଦାନି ଉପରେ ପଡ଼ିବାରେ ଲାଗିଛି। କେନ୍ଦ୍ର ସରକାର ରେଲଓ୍ବେର ଘରୋଇ କରଣ ଯୋଜନା କରୁଛନ୍ତି। ଏହାଦ୍ୱାରା ଭାରତୀୟ ରେଲଓ୍ବେ କର୍ମଚାରୀଙ୍କ ମଧ୍ୟରେ ଛଟେଇ ଆଶଙ୍କା ଦେଖାଦେଇଛି। ତେବେ ସରକାରଙ୍କ ନୀତି ଯୋଗୁ କିଛି ମୁଷ୍ଟିମେୟ କମ୍ପାନୀ ଫାଇଦାରେ ରହିଛନ୍ତି। ଦେଶକୁ ଅର୍ଥସଙ୍କଟରୁ ଉଦ୍ଧାର ପାଇଁ ସୁଚିନ୍ତତ ଯୋଜନା ଆଣିବା ନେଇ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପୁଟିନ୍‌ଙ୍କ ପାଇଁ ଭୋଜିରେ ଥିଲା ୪୦,୦୦୦ ଟଙ୍କା କେଜିର ଛତୁ, ଜାଣନ୍ତୁ ଏହାର ବିଶେଷତ୍ୱ

ନୂଆଦିଲ୍ଲୀ,୭ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ତାଙ୍କ ଭାରତ-ରୁଷିଆ ଶିଖର ସମ୍ମିଳନୀ ପାଇଁ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆୟୋଜନ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri