Posted inଜାତୀୟ

ସଙ୍କଟରେ ଭାରତୀୟ ଅର୍ଥବ୍ୟବସ୍ଥା: ଛଟେଇ, ବେକାରି ସମସ୍ୟା ଓ ଦରଦାମ୍‌ ବୃଦ୍ଧିରେ ଅସ୍ତବ୍ୟସ୍ତ ସାଧାରଣ ଲୋକେ

ନୂଆଦିଲ୍ଲୀ,୨୨।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତୀୟ ଇନିଂସ୍‌ର ପ୍ରଥମ ଭାଗରେ ଭାରତୀୟ ଅର୍ଥବ୍ୟବସ୍ଥା ସଙ୍କଟ ଦେଇ ଗତି କରୁଛି। ସରକାରଙ୍କ ଅଦୂରଦର୍ଶୀ ଯୋଜନା ଯୋଗୁ ଏବେ ବିଭିନ୍ନ କମ୍ପାନୀରେ ଛଟେଇ ଜାରି ରହିଛି। ଏହାଯୋଗୁ ବେକାରି ସମସ୍ୟା ବଢ଼ି ଚାଲିଛି। ଏହାର ସିଧା ସଳଖ ପ୍ରଭାବ ଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍‌ ବୃଦ୍ଧି ହେବାରେ ଲାଗିଛି। ସମ୍ପ୍ରତି ପାର୍ଲେ ଜି କମ୍ପାନୀ ଏହା ଆର୍ଥିକ ସ୍ଥିତି ସୁଧାରିବା ପାଇଁ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି। ଭୁଶୁଡ଼ି ପଡ଼ିଥିବା ଅର୍ଥନୀତିର ତାଲିକା ଲମ୍ବା ରହିଛି। ଇତିମଧ୍ୟରେ ଜେଟ୍‌ ଏୟାର ଓ୍ବେ ବନ୍ଦ ହୋଇ ଯାଇଛି। ଅପରପକ୍ଷରେ ଏୟାର ଇଣ୍ଡିଆ ୭୬ ଶହ କୋଟି କ୍ଷତିରେ ବୁଡ଼ି ରହିଛି। ବିଏସ୍‌ଏନ୍‌ଏଲ୍‌ର ୫୪ ହଜାର କର୍ମଚାରୀଙ୍କ ମୁଣ୍ଡରେ ଛଟେଇ ଖଣ୍ଡା ଝୁଲୁଛି। ଏଚ୍‌ଏଏଲ୍‌ କର୍ମଚାରୀଙ୍କୁ ଦରମା ଦେବା ପାଇଁ ସରକାରଙ୍କ ପାଖରେ ଟଙ୍କା ନାହିଁ। ସେହିପରି ଡାକ ବିଭାଗ ୧୫ ହଜାର କୋଟି କ୍ଷତିରେ ଚାଲୁଛି। ଅଟୋ ଶିଳ୍ପରେ ଏକ ନିୟୁତ କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ହୋଇଛି। ମାରୁତି ଏହାର ଉତ୍ପାଦନରେ ହ୍ରାସ କରିବାକୁ ଯୋଜନା କରିଛି। ବିଭିନ୍ନ ଅଟୋ କମ୍ପାନୀରେ ୫୫ ହଜାର କୋଟି କାର୍‌ ଇନଭେଣ୍ଟ୍ରି ବିକ୍ରି ନ ହୋଇ ପଡ଼ି ରହିଛି। ଦେଶର ପ୍ରମୁଖ ସହରରେ ନିର୍ମାଣ ହୋଇ ୧୨.୭୬ ଲକ୍ଷ ଘର ବିକ୍ରି ହୋଇ ପାରୁନି। ବିମୁଦ୍ରୀକରଣ ତଥା ତ୍ରୁଟିଯୁକ୍ତ ଜିଏସ୍‌ଟି ଯୋଗୁ ଏଭଳି ହେଉଥିବା ଅର୍ଥନୀତିଜ୍ଞ ମତପୋଷଣ କରିଛନ୍ତି। ଲୋକଙ୍କ ପାଖରେ ଘର କିଣିବା ପାଇଁ ଟଙ୍କାର ଅଭାବ ଦେଖାଦେଇଛି। କେତେକ ବିଲ୍ଡର ଘର ବିକ୍ରି ନକରିପାରି ଆତ୍ମହତ୍ୟା ମଧ୍ୟ କରିଛନ୍ତି। ଜିଏସ୍‌ଟି ୧୮%ରୁ ୨୮%କୁ ବୃଦ୍ଧି ହେବା ଯୋଗୁ ସେମାନେ ଦେବାଳିଆ ହୋଇ ଏଭଳି କରିଥିବା କୁହାଯାଉଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌ ହ୍ରାସ କରିବା ଯୋଗୁ ସୁଧ ହାର କମିଛି ସତ ମାତ୍ର ସଞ୍ଚୟ ଖାତାରେ ଅଧିକ ସୁଧ ମିଳୁନି। ଏହା ସାଧାରଣ ଲୋକଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ସାବ୍ୟସ୍ତ ହୋଇଛି। ଏୟାର ସେଲ୍‌, ଟାଟା ଡୋକୋମୋ ଓ ଜେପି ଗ୍ରୁପ୍‌ ବନ୍ଦ ହୋଇଯାଇଛି। ସେହିପରି ଭିଡ଼ିଓକନ୍‌ ଦେବାଳିଆ ହୋଇଯାଇଛି। ଏହା ଯୋଗୁ ବେକାରି ସମସ୍ୟାରେ ଅଧିକ ଲୋକ ଯୋଡ଼ି ହୋଇଛନ୍ତି। ଗତ ୪୫ ବର୍ଷ ମଧ୍ୟରେ ଦେଶର ବେକାରି ସମସ୍ୟା ସର୍ବାଧିକ ହୋଇଥିବା ଅର୍ଥନୀତିଜ୍ଞ ମତପୋଷଣ କରିଛନ୍ତି। ଲାଭକାରୀ କମ୍ପାନୀ ଓଏନ୍‌ଜିସି ଏବେ କ୍ଷତିରେ ଚାଲୁଛି। ଦେଶର ୩୬ଜଣ ବିତ୍ତଶାଳୀ ଋଣ ନେଇ ଦେଶ ଛାଡ଼ିଛନ୍ତି। ଏହାର ପ୍ରଭାବ ଋଣ ଦେଇଥିବା ସମ୍ପୃକ୍ତ ବ୍ୟାଙ୍କଗୁଡ଼ିକ ଉପରେ ପଡ଼ିଛି। ପିଏନ୍‌ବି ସମେତ ଅନ୍ୟ ସମସ୍ତ ବ୍ୟାଙ୍କ କ୍ଷତିରେ ଚାଲୁଛି। ସେହିପରି ଦେଶର ବାହ୍ୟ ଋଣ ୫ ଶହ ବିଲିୟନ୍‌ ଡଲାରରୁ ଅଧିକ ହୋଇଛି। ଏହାର ପ୍ରଭାବ ରପ୍ତାନୀ-ଆମଦାନି ଉପରେ ପଡ଼ିବାରେ ଲାଗିଛି। କେନ୍ଦ୍ର ସରକାର ରେଲଓ୍ବେର ଘରୋଇ କରଣ ଯୋଜନା କରୁଛନ୍ତି। ଏହାଦ୍ୱାରା ଭାରତୀୟ ରେଲଓ୍ବେ କର୍ମଚାରୀଙ୍କ ମଧ୍ୟରେ ଛଟେଇ ଆଶଙ୍କା ଦେଖାଦେଇଛି। ତେବେ ସରକାରଙ୍କ ନୀତି ଯୋଗୁ କିଛି ମୁଷ୍ଟିମେୟ କମ୍ପାନୀ ଫାଇଦାରେ ରହିଛନ୍ତି। ଦେଶକୁ ଅର୍ଥସଙ୍କଟରୁ ଉଦ୍ଧାର ପାଇଁ ସୁଚିନ୍ତତ ଯୋଜନା ଆଣିବା ନେଇ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

‘ଦେଶର ସବୁଠାରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ?’ ଅଭିଜିତ ଦୀପକେଙ୍କ ଉତ୍ତରକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜୀତ ଦୀପକେଙ୍କୁ ଯେତେବେଳେ ପଚରାଯାଇଥିଲା ଯେ, ଦେଶର ଏପର୍ଯ୍ୟନ୍ତର ସବୁଠାରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ, ସେତେବେଳେ ସେ ପଣ୍ଡିତ…

ଭବାନୀପାଟଣାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୩୨ କିଲୋ ବାସି-କୃତ୍ରିମ ରଙ୍ଗଯୁକ୍ତ ଖାଦ୍ୟ ନଷ୍ଟ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): ଆଗକୁ ଆସୁଥିବା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ସୋମବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ପୋଲିସ ସହଯୋଗରେ ଚଢ଼ାଉ…

ଧୋକା ଦେଲେ ସରକାର! ପୁଣି ବଡ଼ ଆନ୍ଦୋଳନ ଘୋଷଣା କଲା CJP: ଏଇଠୁ ହେବ ଆରମ୍ଭ

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP) ଆସନ୍ତା ୫ ସେପ୍ଟେମ୍ବରରେ ଦିଲ୍ଲୀରେ ରାଷ୍ଟ୍ରବ୍ୟାପୀ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିଛି। ଦଳ ଭାରତ ସରକାରଙ୍କ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri