ସଙ୍କଟରେ ବିଶ୍ୱର ଅଧା ଶ୍ରମଶକ୍ତି

ଜେନେଭା,୩।୫ : ମହାମାରୀ କରୋନା ମୁକାବିଲା ପାଇଁ ଜାରି ଲକ୍‌ଡାଉନ୍‌ ଯୋଗୁ ଅଣସଙ୍ଗଠିତ ଅର୍ଥନୀତିର ପ୍ରାୟ ୧୬୦ କୋଟି ଶ୍ରମିକ ଜୀବିକା ହରାଇବେ, ଯାହାଙ୍କୁ ବିଶ୍ୱର ଅଧା ଶ୍ରମଶକ୍ତି ବୋଲି ଧରାଯାଇଥାଏ। ସେହିପରି ୪୩୬ ନିୟୁତ ଉଦ୍ୟୋଗ ବନ୍ଦ ହେବା ଅବସ୍ଥାକୁ ଚାଲିଆସିଛି ବୋଲି ଅନ୍ତର୍ଜାତୀୟ ଶ୍ରମ ସଙ୍ଗଠନ (ଆଇଏଲ୍‌ଓ) ପକ୍ଷରୁ ଶନିବାର ସତର୍କ କରିଦିଆଯାଇଛି।
ବିଶ୍ୱର ନିଯୁକ୍ତି ହରାଇବା ସମ୍ପର୍କିତ ଆଇଏଲ୍‌ଓର ସଦ୍ୟ ରିପୋର୍ଟରେ କୁହାଯାଇଛି ଯେ, ୨୦୨୦ର ଦ୍ୱିତୀୟ ତ୍ରୈମାସରେ କାର୍ଯ୍ୟ ସମୟ ବହୁ ପରିମାଣରେ ହ୍ରାସ ପାଇବ, ଯାହାକି ପୂର୍ବରୁ କେବେ ଆକଳନ କରାଯାଇ ନ ଥିଲା। ୨୦୧୯ର ଶେଷ ତ୍ରୈମାସ ତୁଳନାରେ ସ୍ଥିତି ଏବେ ୧୦.୫% ବିଗିଡ଼ିଯିବା ଆଶଙ୍କା ସୃଷ୍ଟି ହୋଇଛି। ଅର୍ଥାତ୍‌ ୩୦୫ ନିୟୁତ ପୂର୍ଣ୍ଣକାଳୀନ ନିଯୁକ୍ତି (ସପ୍ତାହକ ୪୮ ଘଣ୍ଟା କାମ) ଉଚ୍ଛେଦ ହେବ ବୋଲି ‘ଆଇଏଲ୍‌ଓ ମନିଟର ଥାର୍ଡ ଏଡିଶନ: କୋଭିଡ୍‌-୧୯ ଆଣ୍ଡ ଦି ଓ୍ବାଲର୍‌ଡ ଅଫ୍‌ ଓ୍ବାର୍କ’ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଗତମାସର ଆକଳନରେ ଏହି ହାର ୬.୭% (୧୯୫ ନିୟୁତ ପୂର୍ଣ୍ଣକାଳୀନ ଶ୍ରମିକଙ୍କ କାର୍ଯ୍ୟ) ହ୍ରାସ ପାଇବ ବୋଲି ଅନୁମାନ କରାଯାଉଥିଲା। ତେବେ ମହାମାରୀ କରୋନା ଲାଗି ସୃଷ୍ଟି ହୋଇଥିବା ସଙ୍କଟ ଯୋଗୁ ଅଣସଙ୍ଗଠିତ କ୍ଷେତ୍ରର ମୋଟ ୨ ବିଲିୟନ୍‌ ଶ୍ରମିକଙ୍କ ମଧ୍ୟରୁ ୧.୬ ବିଲିୟନ ଜୀବିକା ହରାଇବେ ବୋଲି ଆଶଙ୍କା ପ୍ରକାଶ ପାଇଛି। ପ୍ରକାଶ ଯେ, ବର୍ତ୍ତମାନ ସାରା ବିଶ୍ୱରେ ୩.୩ ବିଲିୟନ୍‌ ବା ୩୩୦ କୋଟି ଶ୍ରମଶକ୍ତି ରହିଛନ୍ତି। କାରଣ ଲକ୍‌ଡାଉନ୍‌ ଯୋଗୁ ଶ୍ରମିକମାନଙ୍କ ଉପାର୍ଜନ କ୍ଷମତା ବହୁ ପରିମାଣରେ କମିଯାଇଛି। ସେହିପରି ସାରା ବିଶ୍ୱରେ ୪୩୬ ନିୟୁତ ଉଦ୍ୟୋଗ ଉପରେ ସଙ୍କଟର ବାଦଲ ଘନେଇଛି। ଏହି ଶିଳ୍ପ ସଂସ୍ଥାଗୁଡ଼ିକ ପାଇଁ ଦୁର୍ଦ୍ଦିନ ଆସିଯାଇଛି। ସେଥିମଧ୍ୟରୁ ହୋଲ୍‌ସେଲ ଓ ରିଟେଲ ସେକ୍ଟରରେ ୨୩୨ ନିୟୁତ, ମାନୁଫାକ୍‌ଚରିଂରେ ୧୧୧ ନିୟୁତ, ଆକୋମୋଡେଶନ ଓ ଫୁଡ୍‌ ସର୍ଭିସ୍‌ରେ ୫୧ ନିୟୁତ ଏବଂ ରିୟଲ୍‌ ଇଷ୍ଟେଟ୍‌ ତଥା ଅନ୍ୟ ବ୍ୟବସାୟିକ କ୍ଷେତ୍ରରେ ୪୨ ନିୟୁତ ଉଦ୍ୟୋଗ ରହିଛି। ତେଣୁ ଏଭଳି ସଙ୍କଟରେ ଶ୍ରମିକ ଓ ବ୍ୟବସାୟିକ ସଂସ୍ଥାଗୁଡ଼ିକୁ ବିଶେଷକରି କ୍ଷୁଦ୍ର ଉଦ୍ୟୋଗମାନଙ୍କୁ ସହାୟତା ପ୍ରଦାନ କରିବା ଜରୁରୀ ବୋଲି ଆଇଏଲ୍‌ଓ ପକ୍ଷରୁ ଆହ୍ବାନ ଦିଆଯାଇଛି। ଆଇଏଲ୍‌ଓ ମହାନିର୍ଦ୍ଦେଶକ ଗାଏ ରାଇଡର କହିଛନ୍ତି, ଲକ୍ଷ ଲକ୍ଷ ଶ୍ରମିକ କିଛି ଆୟ କରି ନ ପାରିବାର ମାନେ ହେଉଛି ସେମାନେ ଖାଦ୍ୟ, ନିରାପତ୍ତା ଓ ଭବିଷ୍ୟତ ହରାଇବେ। ମହାମାରୀ ଓ ନିଯୁକ୍ତି ସଙ୍କଟ ବଢ଼ିବାରେ ଲାଗିଥିବାରୁ ଶ୍ରମିକମାନେ ଅଧିକ ବିପଦ ଭିତରକୁ ଠେଲି ହୋଇଯାଉଛନ୍ତି। ଉଦ୍ୟୋଗଗୁଡ଼ିକୁ ସହଯୋଗ କରା ନ ଗଲେ ସେଗୁଡ଼ିକ ଲୋପ ପାଇଯିବା ଭଳି ଅବସ୍ଥା ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଯୁଦ୍ଧ ଭିତରେ ଆମେରିକାରେ ରାଷ୍ଟ୍ରପତି ପଦ ଛାଡିବେ ଟ୍ରମ୍ପ? ନିଜେ କହିଦେଲେ…

ଓ଼୍ବାଶିଂଟନ,୭।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଆସିଛି। ସେ ଦାବି କରିଛନ୍ତି ଯେ ସେ…

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଘୋଷଣା କଲେ ପାକ୍‌ ପ୍ରଧାନମନ୍ତ୍ରୀ, ଲୋକେ ଛାନିଆ!

ଇସଲାମାବାଦ,୭।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପରଠାରୁ, ଦକ୍ଷିଣ ଏସୀୟ ଏବଂ ୟୁରୋପୀୟ ଦେଶଗୁଡ଼ିକ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri