Categories: ବାଣିଜ୍ୟ

ସଙ୍କଟରେ ପାକିସ୍ତାନୀ ମୁଦ୍ରା;ଭାରତ ତୁଳନାରେ ମୂଲ୍ୟ ଅଧା

ନୂଆଦିଲ୍ଲୀ,୧୯-୫: ଭାରତୀୟ ମୁଦ୍ରା ଟଙ୍କା ଏବେ ପଡ଼ୋଶୀ ପାକିସ୍ତାନର ମୁଦ୍ରାଠାରୁ ଅଧିକ ମୂଲ୍ୟବାନ ହୋଇଛି। ଶୁକ୍ରବାର ଭାରତୀୟ ଟଙ୍କା ଡଲାର ତୁଳନାରେ ୭୦ ସ୍ତରରେ ଥିଲା ବେଳେ ପାକିସ୍ତାନ ଟଙ୍କା ୧୫୦ ଟପିଯାଇଛି। ଏପରି ନୁହେଁ ଯେ, ପାକିସ୍ତାନୀ ଟଙ୍କାର ମୂଲ୍ୟ ଏବେ ହ୍ରାସ ପାଇଛି। ଗତ କିଛି ମାସ ହେବ ସେଦେଶର ଟଙ୍କା ବେଶ୍‌ ଚାପରେ ରହିଛି। କିନ୍ତୁ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଏହା ଭାରତୀୟ ମୁଦ୍ରା ତୁଳନାରେ ଅଧା ହୋଇ ନ ଥିଲା। ଚଳିତ ସପ୍ତାହରେ ପାକିସ୍ତାନୀ ଟଙ୍କା ସର୍ବନିମ୍ନ ସ୍ତରରେ ପହଞ୍ଚତ୍ୟାଇଛି। ନିକଟରେ ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ପାକିସ୍ତାନକୁ ୬ ବିଲିୟନ ଡଲାର ଋଣ ପ୍ୟାକେଜ ଦେବାକୁ ରାଜି ହୋଇଛି। ଆଇଏମ୍‌ଏଫ୍‌ ୧୯୮୦ରୁ ଅଦ୍ୟାବଧି ପାକିସ୍ତାନକୁ ୧୨ ଥର ସହାୟତା ପ୍ୟାକେଜ ଦେଇସାରିଲାଣି। ଗତ ବର୍ଷକ ଭିତରେ ପାକ୍‌ର ମୁଦ୍ରା ୨୦%ରୁ ଅଧିକ ହ୍ରାସ ପାଇସାରିଛି ଏବଂ ଡଲାର ତୁଳନାରେ ଏହା ଏସିଆରେ ସବୁଠୁ ଖରାପ ପ୍ରଦର୍ଶନ କରିଛି। ଟଙ୍କାର ମୂଲ୍ୟ କମିବା କାରଣରୁ ଏବେ ପଡୋଶୀ ଦେଶର ମୁଦ୍ରାସ୍ଫୀତି ୮% ହୋଇସାରିଛି। ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନ ରିଜର୍ଭ ବ୍ୟାଙ୍କ ସୋମବାର ସୁଧ ହାର ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛି ବୋଲି ଜଣାପଡିଛି।

Share