Categories: ଜାତୀୟ

ସଙ୍କଟରେ ଦେଶର ଅର୍ଥବ୍ୟବସ୍ଥା; ଭାଜପା ପାଇଁ ଭଗବାନ ଭରସା: ସୁବ୍ରମଣ୍ୟମ୍‌ ସ୍ବାମୀ

ନୂଆଦିଲ୍ଲୀ,୩।୧୨: ଦେଶର ଅର୍ଥବ୍ୟବସ୍ଥା ସଙ୍କଟରେ ରହିଛି। ଏନେଇ ଭାଜପା ନେତା ସୁବ୍ରମଣ୍ୟମ୍‌ ସ୍ବାମୀ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସରକାର ଏଭଳି ସ୍ଥିତିରେ ସୁଧାର ଆଣି ନ ପାରିଲେ ଭାଜପାକୁ ଭଗବାନଙ୍କ ଭରସାରେ ଛାଡ଼ିଦେବା ଆବଶ୍ୟକ ବୋଲି ସ୍ବାମୀ କହିଛନ୍ତି। ଅର୍ଥବ୍ୟବସ୍ଥାକୁ ନିୟନ୍ତ୍ରଣ ନ କରି ପାରିଲେ ରାମମନ୍ଦିର ବିଜୟ ମଧ୍ୟ ଭାଜପାକୁ ରକ୍ଷା କରି ପାରିବ ନାହିଁ। ଏହାର ପରିଣାମ ଭାଜପାକୁ ଦିଲ୍ଲୀ ଏବଂ ଝାଡ଼ଖଣ୍ଡ ନିର୍ବାଚନରେ ଭୋଗିବାକୁ ପଡ଼ିବ ବୋଲି ସ୍ବାମୀ ସଙ୍କେତ ଦେଇଛନ୍ତି।

Share