ସକାଳେ ପିଇଲେ ମଲ୍ଲୀ ପତ୍ର ରସ ମିଳିବ ଏସବୁ ଫାଇଦା…

ନିୟମିତ ମଲ୍ଲୀ ପତ୍ର ରସ ଚାମୁଚେ ପିଇଲେ ଅନେକ ଉପକାର ମିଳିଥାଏ। ଏହା କୃମି ନାଶ କରେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଚର୍ମ ରୋଗରେ ଏହାକୁ ଦେହରେ ମାଲିସ କଲେ ସୁଫଳ ମିଳିଥାଏ। ପାଟି ଘା’କୁ ଏହା ଭଲ କରିଥାଏ। ଦାନ୍ତମାଢ଼ି ସମସ୍ୟାରେ ଏହାକୁ କୁଳି କଲେ ଏହା ଦୂର ହୁଏ। ବାନ୍ତି ହେଉଥିଲେ ମଲ୍ଲୀ ଫୁଲ ରସ ସହିତ କିଛି ଗୋଲମରିଚ ଗୁଣ୍ଡ ମିଶାଇ ପିଇଲେ ଏହା ବନ୍ଦ ହୋଇଯାଏ। ମହିଳାଙ୍କ ଋତୁସ୍ରାବ ସମସ୍ୟାରେ ଏହାକୁ କିଛି ଦିନ ପିଇଲେ ସୁଫଳ ମିଳେ। ମୁଣ୍ଡବିନ୍ଧା ହେଉଥିଲେ ମଲ୍ଲୀ ପତ୍ର ରସକୁ ମୁଣ୍ଡରେ ମାଲିସ କଲେ ଆରାମ ମିଳେ ବୋଲି ଆୟୁର୍ବେଦରେ ଉଲ୍ଲେଖ ଅଛି।

Share