ସକାଳେ କପେ ପାନମଧୁରୀ ଚା’…

ପାନମଧୁରୀ ଚା’ ଦେହ ପାଇଁ ବହୁ ଉପକାରୀ। ବହୁ ରୋଗରୁ ଏହା ଦୂରେଇ ରଖିଥାଏ। କେତେକ ଏହାକୁ ‘ଥାଇମ୍‌ ଟି’ ମଧ୍ୟ କୁହନ୍ତି। ଏହା ହୃଦୟ ଓ ମସ୍ତିଷ୍କ ପାଇଁ ବେଶ ଲାଭଦାୟକ। ଅଭ୍ୟାସ କରି ସକାଳେ ଅଧାକପ ପାନମଧୁରୀ ଚା’ ପିଇଲେ ବ୍ରେନ୍‌ଷ୍ଟ୍ରୋକ୍‌ରୁ ମୁକ୍ତି ମିଳେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏଥିରେ ଓମେଗା ୩ ଫ୍ୟାଟି ଏସିଡ୍‌ ଥାଏ। ଏହି ଚା’ ପିଇଲେ ଶରୀରରେ ଖରାପ କୋଲେଷ୍ଟରଲ ମାତ୍ରା କମ ହୋଇଥାଏ। ଏହା ମସ୍ତିଷ୍କ ଟ୍ୟୁମରୁ ମଧ୍ୟ ମୁକ୍ତି ଦିଏ। ଏହି ଚା’ରେ ଫାଇବର ଥାଏ। ଏହା ଶରୀରରୁ ଚର୍ବି କମ କରିବାରେ ସହାୟକ ହୋଇଥାଏ । ଏହାକୁ ବ୍ୟବହାର କଲେ ମେଦବହୁଳତାରୁ ମଧ୍ୟ ମୁକ୍ତି ମିଳିଥାଏ । ଏହି ଚା’ରେ ମହୁ ପକାଇ ପିଇଲେ ଆଜ୍‌ମା ସମସ୍ୟାରୁ ମୁକ୍ତି ମିଳେ।