ସକାଳେ ଏଥିରୁ ଖାଆନ୍ତୁ ଫାଳେ, ମିଳିବ ବହୁ ଫାଇଦା…

ସେଓ ଖାଇବା ଦ୍ୱାରା ଅନେକ ରୋଗ ଦୂର ହୋଇଥାଏ । ଏହା ବିଭିନ୍ନ ପ୍ରକାର ପୋଷକତତ୍ତ୍ୱରେ ଭରପୂର। ସେଓ ସ୍ବାସ୍ଥ୍ୟ ପାଇଁ ହିତକର ହୋଇଥାଏ ଏବଂ ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ । ପ୍ରତିଦିନ ଫାଳେ ସେଓ ଖାଇଲେ ଏହା ଆର୍ଟ ଆଟାକ ଦୂର କରିବା ସହିତ ମେଦବହୁଳତା, ଡାଇବେଟିସ୍‌, ରକ୍ତଚାପ ଆଦି ରୋଗରୁ ମୁକ୍ତି ଦିଏ ବୋଲି ଚିକିତ୍ସକ ପରାମର୍ଶ ଦେଇଥାନ୍ତି। ସେଓରେ ଥିବା ଫାଇବର୍‌ ଅନ୍ତଃନଳୀ ରୋଗରୁ ମୁକ୍ତି ଦିଏ । ସେଓ ଶରୀରର ପିଏଚ୍‌ସ୍ତରକୁ ମଧ୍ୟ ନିୟନ୍ତ୍ରିତ କରିଥାଏ । କୋଲେଷ୍ଟରଲ୍‌ କମ୍‌ କରିବାରେ ଏହା ମହୌଷଧୀ ସଦୃଶ କାର୍ଯ୍ୟକରେ। ସେଓ ଖାଇବା ଦ୍ୱାରା ଶରୀରରୁ ଅନାବଶ୍ୟକ ଚର୍ବି ବାହାରି ଯାଏ ବୋଲି ଚିକିତ୍ସକ କହିଥାନ୍ତି। ସେଓରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ ରହିଥାଏ। ଫଳରେ ପ୍ରତିଦିନ ସେଓ ଖାଇବା କିମ୍ବା ଏହା ଜୁସ୍‌ ପିଇବା ଦ୍ୱାରା ହାଡ଼ ମଜଭୁତ ରହିଥାଏ।