କିଡ୍‌ନୀ ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ପିଅନ୍ତୁ ମଞ୍ଜୁଆତି ପତ୍ର ପାଣି…

ପ୍ରତିଦିନ ସକାଳେ ଅଧାକପ୍‌ ମଞ୍ଜୁଆତି ପତ୍ର ପାଣି ପିଇଲେ ଅନେକ ଉପକାର ମିଳିଥାଏ। ମଞ୍ଜୁଆତି ପତ୍ରକୁ ରାତିରେ ସିଝାଇ ସକାଳେ ଏହାକୁ ଛାଣି ପିଇବାକୁ ପଡ଼ିଥାଏ। ଏହା ଦ୍ୱାରା ଡାଇବେଟିସ୍‌ରୁ ମୁକ୍ତି ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏହା ଇନସୁଲିନ୍‌ କ୍ଷରଣକୁ ନିୟନ୍ତ୍ରିତ କରେ। ସେହିପରି ଏଥିରେ ଥିବା ରାସାୟନିକ ପଦାର୍ଥ ରକ୍ତ ସଞ୍ଚାଳନକୁ ସ୍ବାଭାବିକ କରିଥାଏ। ଫଳରେ ହାର୍ଟ ଆଟାକ, କିଡ୍‌ନୀ ସମସ୍ୟା ଆଦିରୁ ମୁକ୍ତି ମିଳେ। ଏହାର ଚେରକୁ ଅରୁଆ ଚାଉଳ ଧୁଆ ପାଣିରେ ବାଟି ପିଇଲେ ଜଣ୍ଡିସ୍‌ରୁ ମୁକ୍ତି ମିଳିଥାଏ।

Share