ସକାଳୁ ଏଥିରୁ ଦୁଇମୁଠା…

ସକାଳେ ଦୁଇ ମୁଠା ବୁଟ, ମଟର ଅବା ମୁଗ ଗଜା ଚୋବାଇ ଖାଇଲେ ମିଳିଥାଏ ଅନେକ ଫାଇଦା। ଏହା କୋଷ୍ଠକାଠିନ୍ୟରୁ ମୁକ୍ତି ଦିଏ। ରକ୍ତରେ କୋଲେଷ୍ଟଟରଲସ୍ତର ହ୍ରାସ କରି ଏହା ହାର୍ଟ ଆଟାକ୍‌ରୁ ମୁକ୍ତି ଦିଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏଥିରେ ଥିବା ଆଲ୍ଫା ଲିନୋଲେନିକ ଏସିଡ୍‌, ଆମିନୋ ୩ ଫ୍ୟାଟି ଏସିଡ୍‌ କୋଲେଷ୍ଟରଲ ସ୍ତରକୁ କମ୍‌ କରେ । ଏଥିରେ ଭରପୂର ମାତ୍ରାରେ ପ୍ରୋଟିନ ରହିଥାଏ । ଏହା ମାଂସପେଶୀକୁ ଶକ୍ତ କରେ। ଏଥିରେ ଥିବା ତନ୍ତୁଜ କୋଷ୍ଠକାଠିନ୍ୟ ଦୂର କରି ହଜମ ଶକ୍ତି ବଢ଼ାଏ । ରକ୍ତ ଶର୍କରା ସ୍ତରକୁ ଏହା ନିୟନ୍ତ୍ରିତ କରେ। ଫଳରେ ମଧୁମେହରୁ ମୁକ୍ତି ମିଳେ । ଏଥିରେ ଆଇରନର ମାତ୍ରା ଅଧିକ ଥିବାରୁ ରକ୍ତହୀନତା ରୋଗରେ ଏହା ମହୌଷଧୀ ଭଳି କାମ ଦିଏ। ବୁଟ ଗଜାରେ ଫସ୍‌ଫରସର ମାତ୍ରା ଅଧିକ ଥାଏ। ଏହାକୁ ଖାଇଲେ ଦାନ୍ତ ମଜଭୁତ ହେବା ସହ ମାଢି ସମସ୍ୟା ଦୂର ହୁଏ । ଏହା କିଡ୍‌ନୀ ସମସ୍ୟାରୁ ମଧ୍ୟ ମୁକ୍ତି ଦିଏ। ଏଥିରେ ଥିବା ଟ୍ରିପ୍ଟାଫେନ୍‌ ମାନସିକ ଚାପ କମ୍‌ କରି ଶାନ୍ତି ପ୍ରଦାନ କରେ ।