Posted inଫୁରସତ

ସକାଳର ଅପେକ୍ଷାରେ…

ପ୍ରତ୍ୟେକ ମା,ବାପା ସନ୍ତାନ ଜନ୍ମପରେ ତାଙ୍କ ଭବିଷ୍ୟତ ନେଇ ଅନେକ ସ୍ବପ୍ନ ଦେଖିଥାନ୍ତି, ମାତ୍ର ପରିସ୍ଥିତି ବେଳେବେଳେ ସେସବୁକୁ ବଦଳେଇଦିଏ। ଯେଉଁଥିରେ କି ସେମାନଙ୍କ ଭବିଷ୍ୟତ ସମ୍ପୂର୍ଣ୍ଣ ଅନ୍ଧାର ଆଡ଼କୁ ଠେଲି ହୋଇଯାଏ। ଚାରିଆଡ଼ୁ ହତାଶ ଭିତରେ ଅଣ୍ଟା ସଳଖି ଛିଡ଼ାହେବା ଆଶାରେ ବଞ୍ଚୁଥିବା ଏକ ପରିବାର ସମ୍ପର୍କରେ …

ଯନ୍ତ୍ରଣାରେ ବଞ୍ଚିଛି, ନିତି ମରଣକୁ ଦେଖୁଛି- ମୋର ନାମ କୈଳାସ ବେହେରା, ବୟସ ପ୍ରାୟ ୩୪ ହେବ। ବାପାଙ୍କ ନାମ ନାହ୍ଳୁ ବେହେରା। ମା’ଙ୍କ ନାମ ନିଶା ଦେଈ। ଆମ ଘର ଖୋର୍ଦ୍ଧା ଜିଲାର ଟାଙ୍ଗି ବ୍ଲକ ଅନ୍ତର୍ଗତ ରତନପୁର ଗ୍ରାମପଞ୍ଚାୟତର ରତନମାଳା-ବଧିସାହିରେ । ଆଜକୁ ପ୍ରାୟ ୯ବର୍ଷ ତଳେ ଗାଁରେ ତ କେବେ ରାଜ୍ୟ ବାହାରେ ଦିନମଜୁରିଆ ଭାବେ ରୋଜଗାର କରି ପରିବାର ଚଳାଉଥିଲି। ସମୟ କ୍ରମେ ମୋ ଦେହ ଅସୁସ୍ଥ ହେବାରୁ ଚିକିତ୍ସକଙ୍କ ପରାମର୍ଶରେ ଔଷଧ ଖାଇଲି। ଦେହଟିକେ ସୁସ୍ଥ ହେବାରୁ ଗାଁ ଗାଁ ବୁଲି ମାଛ ବେପାର କରୁଥିଲି। ଏମିତିରେ ଯାହାକିଛି ରୋଜଗାର ହେଉଥିଲା ସେଥିରେ ବାପା, ବୋଉ, ସ୍ତ୍ରୀ ମୋର ୫ବର୍ଷର ପୁଅ ଏବଂ ୨ବର୍ଷର ଝିଅ ଏବଂ କିଛି ବର୍ଷତଳୁ ମୋର ବଡ଼ଭାଇଙ୍କ ଅକାଳମୃତ୍ୟୁ ଘଟିଥିବାରୁ ତାଙ୍କର ବି ଗୋଟିଏ ପୁଅ, ଗୋଟିଏ ଝିଅ ଏବଂ ବିଧବା ଭାଉଜ ଆଦି ପ୍ରାୟ ୯ଜଣକୁ ନେଇ ବହୁ ଅଭାବ ଅସୁବିଧାରେ ଆମ ଘର ଚାଲିଥାଏ । ମାତ୍ର ଦିନକୁ ଦିନ ଦୁତ୍ଃଖ ବଢିବାରେ ଲାଗିଲା । ୨୦୦୯ମସିହା କଥା ମୋର ବ୍ରେନଟ୍ୟୁମର ହେବାରୁ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ ପଡ଼ିଲା। ଏଥିପାଇଁ ପରିବାର ଓ ବାନ୍ଧୁବାନ୍ଧବ ସାମର୍ଥ୍ୟ ମତେ ସାହାଯ୍ୟ ସହଯୋଗ କରିଥିଲେ । ପୁଣି ୨୦୧୮ ମସିହାରେ ବିବେକାନନ୍ଦ ହସ୍ପିଟାଲରେ ବ୍ରେନ ଟ୍ୟୁମର ଅପରେସନ କରାଗଲା। ସେଠାରେ କିଛିଦିନ ଚିକିତ୍ସିତ ହେଲି, ମାତ୍ର ଆର୍ଥତ୍କ ଅଭାବରୁ ସେଠାରୁ କଟକ ବଡ଼ ଡାକ୍ତରଖାନାରେ ଯାଇ ଚିକିତ୍ସା ହେଲି। ବାପା ବି ମୋ ପାଖରେ ରହିଲେ। ରୋଗରୁ ଆରୋଗ୍ୟ ପାଇଁ ସେ କାହା କାହା ଠାରୁ କିଛି ଧାରକରଜ କରିଥିଲେ। ଏହିି ପରିସ୍ଥିତିରେ ମୋର ତ ସମ୍ପୂର୍ଣ୍ଣ ରୋଜଗାର ବନ୍ଦ ହୋଇଗଲା । କିଛିଦିନ ପରେ ଡାକ୍ତରଖାନାରୁ ଗାଁକୁ ଫେରିଲି । ଆମ ସମସ୍ତଙ୍କ ମୁହଁରେ ଦାନାପାଣି ଦେବା ପାଇଁ ବାପା ତାଙ୍କର ସେଇ ପୁରୁଣା ସାଇକେଲରେ ସୋରଣ ଚିଲିକା କୂଳରୁ କିଛି ମାଛକିଣି ଗାଁ ଗାଁ ବୁଲି ବିକ୍ରି କଲେ। ଯାହା କିଛି ରୋଜଗାର ହେଲା ସେଥିରେ ଘରର ୯ଜଣ ଆମେ ନିର୍ଭର କଲୁ । ସେହି ରୋଜଗାରରୁ ମୋର ଔଷଧ ଖର୍ଚ୍ଚ ଏବଂ ଅନ୍ୟଠାରୁ ଆଣିଥିବା କିଛି ଧାରକରଜ ଟଙ୍କାକୁ ଶୁଝିବା ପାଇଁ ଚେଷ୍ଟାକଲେ। ଘରେ ମୋ ରୋଗଯନ୍ତ୍ରଣା ଦେଖି ବେଳେବେଳେ ବାପା ବୋଉ ଚୁପଚାପ ଆଖିରୁ ଲୁହ ଗଡ଼ାଇ କାନ୍ଦନ୍ତି। ମୁଁ ତ ପୂରା ନିରୁପାୟ ! ସତେ ଯେମିତି ଗୋଟିଏ ଜିଅନ୍ତା ଶବ ପାଲଟି ଯାଇଛି। ମୋ ପିଲାମାନେ ମୋ ମୁହଁକୁ ବଲବଲ ହୋଇ ଚାହଁୁଥାନ୍ତି। ଏସବୁ ଦେଖି ରୋଗଯନ୍ତ୍ରଣା ଠାରୁ ଦୁଃଖ ଯନ୍ତ୍ରଣାରେ ଛାତି ଭିତରଟା କୋରିହୋଇପଡ଼େ ।

ଯେମିତି କି ମୁଁ କେବଳ ଯନ୍ତ୍ରଣାରେ ବଞ୍ଚିଛି, ନିତି ମରଣକୁ ଦେଖୁଛି। ଘର ଚଳିବାରେ ଦିନକୁ ଦିନ ଘୋର ଅସୁବିଧା ଦେଖାଦେବାରୁ ଗାଁର କେତେକ ଯୁବକ କାହାରିଠାରୁ କିଛି ଚାଉଳ ଟଙ୍କା ଆଦାୟକରି ସାହାଯ୍ୟ କରିଥିଲେ। ସରକାରଙ୍କ ତରଫରୁ ଥରେ ୨୦ ହଜାର ଏବଂ ଥରେ ୭ହଜାର ଟଙ୍କା ସାହାଯ୍ୟ ମିଳିଥିଲା। ଔଷଧ ଖର୍ଚ୍ଚରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇସାରିଲାଣି । ମୋ ପିଲାଙ୍କ ଭବିଷ୍ୟତ ଓ ଶରୀର ଆରୋଗ୍ୟ ପାଇଁ କେବଳ ଭଗବାନ ହିଁ ଭରସା ।

ଦୁଃଖର ଲୁହରେ କାଟୁଛି ଦିନ- ଆଜକୁ ପ୍ରାୟ ୮ବର୍ଷ ହେବ, ସେତେବେଳେ ର୍ଁମୁ ବାପଘରେ ରହିଥାଏ। ଭାଦ୍ରବମାସ ଅପରାହ୍ନ ସମୟ। ହଠାତ ଏକ ଖବର ଶୁଣି ମୋ ପାଦତଳୁ ମାଟିଖସିଗଲା ପରି ଲାଗିଲା ଆଉ ଯାହା କେବେ ଭାବି ନ ଥିଲି ତାହା ହିଁ ଘଟିଲା। ମୋ ସ୍ବାମୀ କୂଅରେ ପଡ଼ି ଚାଲିଗଲେ, ସବୁ କିଛି ସରିଗଲା। ଏମିତି ଦୁତ୍ଃଖର କଥାକୁ ଶୁଣାଇଥିଲେ ନାହ୍ଲୁ ବେହେରାଙ୍କ ବଡ଼ବୋହୂ ତିଳୋତ୍ତମା। ସେ କୁହନ୍ତି, ସେବେଠାରୁ ଦୁଃଖର ଲୁହରେ ହିଁ ଦିନକାଟୁଛି। ସବୁବେଳେ ପିଲାଙ୍କ ପାଇଁ ଚିନ୍ତା, ରାତିଦିନ କେମିତି କଟେ କିଛି ଜଣାପଡ଼େନା। ଯେବେ ପିଲାମାନେ ଅଝଟ ହୁଅନ୍ତି ମନେପଡ଼େ ତାଙ୍କ କଥା। ଏମିତି କଥା କହୁ କହୁ ତାଙ୍କ ଆଖିରେ ଲୁହ ଛଳଛଳ ହୋଇଯାଏ। ପିଲାମାନେ ତାଙ୍କ ବାପାଙ୍କୁ ହରାଇଲା ପରେ ଦୁଃଖ ହିଁ ପାଲଟିଛି ମୋର ସାଥୀ। ଏପରି କି ୭୫ବର୍ଷୀୟା ବୃଦ୍ଧ ଶ୍ୱଶୁର ଘରଚଳେଇବା ପାଇଁ ବାଧ୍ୟ ବାଧକତାରେ ଗାଁ ଗାଁ ବୁଲି ମାଛ ବିକୁଛନ୍ତି। ସେତିକିରେ ଅଭାବ ଦୂରେଇ ପାରୁନି । ବେଳେବେଳେ ପରିବାରରେ ଓଳିଏ ଖାଇଲେ ଓଳିଏ ଉପବାସ ରହିବାକୁ ପଡ଼ୁଛି।
ବିକଳ ସହିହେଉନି,

ଏମାନଙ୍କ ପାଇଁ ବଞ୍ଚିଛି- କୈଳାସଙ୍କ ବାପା ନାହ୍ଲୁ ବେହେରା କୁହନ୍ତି, ଦିନଥିଲା ପୁଅ, ବୋହୂ, ନାତି ନାତୁଣୀରେ ଘର ପୂରି ଉଠୁଥିଲା, ଆଉ ଭାବିଥିଲି ମୋ ବୃଦ୍ଧବୟସରେ ଦୁଇପୁଅ ଯାକ ସାହାହେବେ, ଏପରି କି ମୁଁ ମରିଗଲେ ମୋ ଶୁଦ୍ଧିକ୍ରିୟା କରିଥାନ୍ତେ, ମାତ୍ର ମୋ ମରଣ ପୂର୍ବରୁ ବଡ଼ପୁଅ ଚାଲିଗଲା । ଏବେ ସାନପୁଅର ଏପରି ଅବସ୍ଥା । ମୋ ପାଖରେ ବଡ଼ପୁଅର ଦୁଇଟା ବାପଛେଉଣ୍ଡ ପିଲା ।
ଆମର ତ ସେଭଳି କିଛି ପୈତୃକ ସମ୍ପତ୍ତି ନାହଁି କିି ପୁଞ୍ଜି ବି ନାହିଁ। କେବଳ ମୁଣ୍ଡ ଗୁଞ୍ଜିବାକୁ ସେତେବେଳେ ଯାହାଯେମିତି ଉପାୟରେ ଆଜବେଷ୍ଟ ଘରଖଣ୍ଡେ କରିଥିଲି । ଘରେ ଖାଇବାକୁ ମୁଠେ ଦାନା ନାହିଁ। ଅଭାବ ଅନଟନରେ ଭୋକ ଉପାସରେ ରହିବାକୁ ପଡ଼େ। ଏବେ ମୋର କିଡ୍‌ନୀ ଏବଂ ହାର୍ଟ ଅସୁବିଧା ଥିବାରୁ ଔଷଧ ଖାଇବାକୁ ପଡ଼ୁଛି । ଏହି ବୟସରେ ଟାଣିଟୁଣି ହୋଇ କେବଳ ବଞ୍ଚିବା ପାଇଁ ମାଛ ବେପାର କରୁଛି। ସବୁ ଦୁଃଖ ଯନ୍ତ୍ରଣାର ଭାର ମୋରି କାନ୍ଧରେ ଲଦି ହୋଇପଡ଼ୁଛି। କ’ଣ କରିବି କିଛି ବୁଦ୍ଧିବାଟ ଦିଶୁ ନାହିଁ। ଏମିତିରେ କୈଳାସଙ୍କ ନାଁରେ ରାଶନ କାର୍ଡଟିଏ ନାହିଁ କି ଗ୍ରାମପଞ୍ଚାୟତରୁ ସେଭଳି କିଛି ସରକାରୀ ସହାୟତା ବି ମିଳିପାରୁ ନାହିଁ। ଯେଉଁଠି ପେଟ ଚାଖଣ୍ଡକ ପାଇଁ ସଂଘର୍ଷ ସେଠି ଆଉ ଭବିଷ୍ୟତ କଥା କିପରି ଚିନ୍ତା କରିପାରିବୁ ।

ତା’ ମାଆ ଆଖିରୁ ଲୁହ ଶୁଖୁନି, ସବୁବେଳେ ଚିନ୍ତାରେ ରହୁଛି । ଯାହା କେବଳ ଭଗବାନଙ୍କ ଉପରେ ଭରସା । ସେ ଯାହା କରିବେ । ମୋର ଆଉ କିଛି ଉପାୟ ନାହିଁ। ବଞ୍ଚିଛୁ କେବଳ ଏଇ ପିଲାଙ୍କ ମୁହଁକୁ ଚାହିଁ। ଅନ୍ୟପକ୍ଷେ ଗ୍ରାମର ପବିତ୍ର ପ୍ରଧାନ କୁହନ୍ତି, ଅସହାୟ, ଗରିବ ଓ ଦୁରାରୋଗ୍ୟ ବ୍ୟାଧି ପୀଡ଼ିତଙ୍କୁ ସରକାରୀସ୍ତରରେ ଚିକିତ୍ସାଠାରୁ ଆରମ୍ଭ କରି ବିଭିନ୍ନ ସହାୟତା ମିଳିପାରିବାର ଯୋଜନା ରହିଛି। କିନ୍ତୁ ଏଠି ଏସବୁ ସ୍ବପ୍ନ ପାଲଟିଛି।

-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri