Posted inଫୁରସତ

ସକାଳର ଅପେକ୍ଷାରେ…

ପ୍ରତ୍ୟେକ ମା,ବାପା ସନ୍ତାନ ଜନ୍ମପରେ ତାଙ୍କ ଭବିଷ୍ୟତ ନେଇ ଅନେକ ସ୍ବପ୍ନ ଦେଖିଥାନ୍ତି, ମାତ୍ର ପରିସ୍ଥିତି ବେଳେବେଳେ ସେସବୁକୁ ବଦଳେଇଦିଏ। ଯେଉଁଥିରେ କି ସେମାନଙ୍କ ଭବିଷ୍ୟତ ସମ୍ପୂର୍ଣ୍ଣ ଅନ୍ଧାର ଆଡ଼କୁ ଠେଲି ହୋଇଯାଏ। ଚାରିଆଡ଼ୁ ହତାଶ ଭିତରେ ଅଣ୍ଟା ସଳଖି ଛିଡ଼ାହେବା ଆଶାରେ ବଞ୍ଚୁଥିବା ଏକ ପରିବାର ସମ୍ପର୍କରେ …

ଯନ୍ତ୍ରଣାରେ ବଞ୍ଚିଛି, ନିତି ମରଣକୁ ଦେଖୁଛି- ମୋର ନାମ କୈଳାସ ବେହେରା, ବୟସ ପ୍ରାୟ ୩୪ ହେବ। ବାପାଙ୍କ ନାମ ନାହ୍ଳୁ ବେହେରା। ମା’ଙ୍କ ନାମ ନିଶା ଦେଈ। ଆମ ଘର ଖୋର୍ଦ୍ଧା ଜିଲାର ଟାଙ୍ଗି ବ୍ଲକ ଅନ୍ତର୍ଗତ ରତନପୁର ଗ୍ରାମପଞ୍ଚାୟତର ରତନମାଳା-ବଧିସାହିରେ । ଆଜକୁ ପ୍ରାୟ ୯ବର୍ଷ ତଳେ ଗାଁରେ ତ କେବେ ରାଜ୍ୟ ବାହାରେ ଦିନମଜୁରିଆ ଭାବେ ରୋଜଗାର କରି ପରିବାର ଚଳାଉଥିଲି। ସମୟ କ୍ରମେ ମୋ ଦେହ ଅସୁସ୍ଥ ହେବାରୁ ଚିକିତ୍ସକଙ୍କ ପରାମର୍ଶରେ ଔଷଧ ଖାଇଲି। ଦେହଟିକେ ସୁସ୍ଥ ହେବାରୁ ଗାଁ ଗାଁ ବୁଲି ମାଛ ବେପାର କରୁଥିଲି। ଏମିତିରେ ଯାହାକିଛି ରୋଜଗାର ହେଉଥିଲା ସେଥିରେ ବାପା, ବୋଉ, ସ୍ତ୍ରୀ ମୋର ୫ବର୍ଷର ପୁଅ ଏବଂ ୨ବର୍ଷର ଝିଅ ଏବଂ କିଛି ବର୍ଷତଳୁ ମୋର ବଡ଼ଭାଇଙ୍କ ଅକାଳମୃତ୍ୟୁ ଘଟିଥିବାରୁ ତାଙ୍କର ବି ଗୋଟିଏ ପୁଅ, ଗୋଟିଏ ଝିଅ ଏବଂ ବିଧବା ଭାଉଜ ଆଦି ପ୍ରାୟ ୯ଜଣକୁ ନେଇ ବହୁ ଅଭାବ ଅସୁବିଧାରେ ଆମ ଘର ଚାଲିଥାଏ । ମାତ୍ର ଦିନକୁ ଦିନ ଦୁତ୍ଃଖ ବଢିବାରେ ଲାଗିଲା । ୨୦୦୯ମସିହା କଥା ମୋର ବ୍ରେନଟ୍ୟୁମର ହେବାରୁ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ ପଡ଼ିଲା। ଏଥିପାଇଁ ପରିବାର ଓ ବାନ୍ଧୁବାନ୍ଧବ ସାମର୍ଥ୍ୟ ମତେ ସାହାଯ୍ୟ ସହଯୋଗ କରିଥିଲେ । ପୁଣି ୨୦୧୮ ମସିହାରେ ବିବେକାନନ୍ଦ ହସ୍ପିଟାଲରେ ବ୍ରେନ ଟ୍ୟୁମର ଅପରେସନ କରାଗଲା। ସେଠାରେ କିଛିଦିନ ଚିକିତ୍ସିତ ହେଲି, ମାତ୍ର ଆର୍ଥତ୍କ ଅଭାବରୁ ସେଠାରୁ କଟକ ବଡ଼ ଡାକ୍ତରଖାନାରେ ଯାଇ ଚିକିତ୍ସା ହେଲି। ବାପା ବି ମୋ ପାଖରେ ରହିଲେ। ରୋଗରୁ ଆରୋଗ୍ୟ ପାଇଁ ସେ କାହା କାହା ଠାରୁ କିଛି ଧାରକରଜ କରିଥିଲେ। ଏହିି ପରିସ୍ଥିତିରେ ମୋର ତ ସମ୍ପୂର୍ଣ୍ଣ ରୋଜଗାର ବନ୍ଦ ହୋଇଗଲା । କିଛିଦିନ ପରେ ଡାକ୍ତରଖାନାରୁ ଗାଁକୁ ଫେରିଲି । ଆମ ସମସ୍ତଙ୍କ ମୁହଁରେ ଦାନାପାଣି ଦେବା ପାଇଁ ବାପା ତାଙ୍କର ସେଇ ପୁରୁଣା ସାଇକେଲରେ ସୋରଣ ଚିଲିକା କୂଳରୁ କିଛି ମାଛକିଣି ଗାଁ ଗାଁ ବୁଲି ବିକ୍ରି କଲେ। ଯାହା କିଛି ରୋଜଗାର ହେଲା ସେଥିରେ ଘରର ୯ଜଣ ଆମେ ନିର୍ଭର କଲୁ । ସେହି ରୋଜଗାରରୁ ମୋର ଔଷଧ ଖର୍ଚ୍ଚ ଏବଂ ଅନ୍ୟଠାରୁ ଆଣିଥିବା କିଛି ଧାରକରଜ ଟଙ୍କାକୁ ଶୁଝିବା ପାଇଁ ଚେଷ୍ଟାକଲେ। ଘରେ ମୋ ରୋଗଯନ୍ତ୍ରଣା ଦେଖି ବେଳେବେଳେ ବାପା ବୋଉ ଚୁପଚାପ ଆଖିରୁ ଲୁହ ଗଡ଼ାଇ କାନ୍ଦନ୍ତି। ମୁଁ ତ ପୂରା ନିରୁପାୟ ! ସତେ ଯେମିତି ଗୋଟିଏ ଜିଅନ୍ତା ଶବ ପାଲଟି ଯାଇଛି। ମୋ ପିଲାମାନେ ମୋ ମୁହଁକୁ ବଲବଲ ହୋଇ ଚାହଁୁଥାନ୍ତି। ଏସବୁ ଦେଖି ରୋଗଯନ୍ତ୍ରଣା ଠାରୁ ଦୁଃଖ ଯନ୍ତ୍ରଣାରେ ଛାତି ଭିତରଟା କୋରିହୋଇପଡ଼େ ।

ଯେମିତି କି ମୁଁ କେବଳ ଯନ୍ତ୍ରଣାରେ ବଞ୍ଚିଛି, ନିତି ମରଣକୁ ଦେଖୁଛି। ଘର ଚଳିବାରେ ଦିନକୁ ଦିନ ଘୋର ଅସୁବିଧା ଦେଖାଦେବାରୁ ଗାଁର କେତେକ ଯୁବକ କାହାରିଠାରୁ କିଛି ଚାଉଳ ଟଙ୍କା ଆଦାୟକରି ସାହାଯ୍ୟ କରିଥିଲେ। ସରକାରଙ୍କ ତରଫରୁ ଥରେ ୨୦ ହଜାର ଏବଂ ଥରେ ୭ହଜାର ଟଙ୍କା ସାହାଯ୍ୟ ମିଳିଥିଲା। ଔଷଧ ଖର୍ଚ୍ଚରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇସାରିଲାଣି । ମୋ ପିଲାଙ୍କ ଭବିଷ୍ୟତ ଓ ଶରୀର ଆରୋଗ୍ୟ ପାଇଁ କେବଳ ଭଗବାନ ହିଁ ଭରସା ।

ଦୁଃଖର ଲୁହରେ କାଟୁଛି ଦିନ- ଆଜକୁ ପ୍ରାୟ ୮ବର୍ଷ ହେବ, ସେତେବେଳେ ର୍ଁମୁ ବାପଘରେ ରହିଥାଏ। ଭାଦ୍ରବମାସ ଅପରାହ୍ନ ସମୟ। ହଠାତ ଏକ ଖବର ଶୁଣି ମୋ ପାଦତଳୁ ମାଟିଖସିଗଲା ପରି ଲାଗିଲା ଆଉ ଯାହା କେବେ ଭାବି ନ ଥିଲି ତାହା ହିଁ ଘଟିଲା। ମୋ ସ୍ବାମୀ କୂଅରେ ପଡ଼ି ଚାଲିଗଲେ, ସବୁ କିଛି ସରିଗଲା। ଏମିତି ଦୁତ୍ଃଖର କଥାକୁ ଶୁଣାଇଥିଲେ ନାହ୍ଲୁ ବେହେରାଙ୍କ ବଡ଼ବୋହୂ ତିଳୋତ୍ତମା। ସେ କୁହନ୍ତି, ସେବେଠାରୁ ଦୁଃଖର ଲୁହରେ ହିଁ ଦିନକାଟୁଛି। ସବୁବେଳେ ପିଲାଙ୍କ ପାଇଁ ଚିନ୍ତା, ରାତିଦିନ କେମିତି କଟେ କିଛି ଜଣାପଡ଼େନା। ଯେବେ ପିଲାମାନେ ଅଝଟ ହୁଅନ୍ତି ମନେପଡ଼େ ତାଙ୍କ କଥା। ଏମିତି କଥା କହୁ କହୁ ତାଙ୍କ ଆଖିରେ ଲୁହ ଛଳଛଳ ହୋଇଯାଏ। ପିଲାମାନେ ତାଙ୍କ ବାପାଙ୍କୁ ହରାଇଲା ପରେ ଦୁଃଖ ହିଁ ପାଲଟିଛି ମୋର ସାଥୀ। ଏପରି କି ୭୫ବର୍ଷୀୟା ବୃଦ୍ଧ ଶ୍ୱଶୁର ଘରଚଳେଇବା ପାଇଁ ବାଧ୍ୟ ବାଧକତାରେ ଗାଁ ଗାଁ ବୁଲି ମାଛ ବିକୁଛନ୍ତି। ସେତିକିରେ ଅଭାବ ଦୂରେଇ ପାରୁନି । ବେଳେବେଳେ ପରିବାରରେ ଓଳିଏ ଖାଇଲେ ଓଳିଏ ଉପବାସ ରହିବାକୁ ପଡ଼ୁଛି।
ବିକଳ ସହିହେଉନି,

ଏମାନଙ୍କ ପାଇଁ ବଞ୍ଚିଛି- କୈଳାସଙ୍କ ବାପା ନାହ୍ଲୁ ବେହେରା କୁହନ୍ତି, ଦିନଥିଲା ପୁଅ, ବୋହୂ, ନାତି ନାତୁଣୀରେ ଘର ପୂରି ଉଠୁଥିଲା, ଆଉ ଭାବିଥିଲି ମୋ ବୃଦ୍ଧବୟସରେ ଦୁଇପୁଅ ଯାକ ସାହାହେବେ, ଏପରି କି ମୁଁ ମରିଗଲେ ମୋ ଶୁଦ୍ଧିକ୍ରିୟା କରିଥାନ୍ତେ, ମାତ୍ର ମୋ ମରଣ ପୂର୍ବରୁ ବଡ଼ପୁଅ ଚାଲିଗଲା । ଏବେ ସାନପୁଅର ଏପରି ଅବସ୍ଥା । ମୋ ପାଖରେ ବଡ଼ପୁଅର ଦୁଇଟା ବାପଛେଉଣ୍ଡ ପିଲା ।
ଆମର ତ ସେଭଳି କିଛି ପୈତୃକ ସମ୍ପତ୍ତି ନାହଁି କିି ପୁଞ୍ଜି ବି ନାହିଁ। କେବଳ ମୁଣ୍ଡ ଗୁଞ୍ଜିବାକୁ ସେତେବେଳେ ଯାହାଯେମିତି ଉପାୟରେ ଆଜବେଷ୍ଟ ଘରଖଣ୍ଡେ କରିଥିଲି । ଘରେ ଖାଇବାକୁ ମୁଠେ ଦାନା ନାହିଁ। ଅଭାବ ଅନଟନରେ ଭୋକ ଉପାସରେ ରହିବାକୁ ପଡ଼େ। ଏବେ ମୋର କିଡ୍‌ନୀ ଏବଂ ହାର୍ଟ ଅସୁବିଧା ଥିବାରୁ ଔଷଧ ଖାଇବାକୁ ପଡ଼ୁଛି । ଏହି ବୟସରେ ଟାଣିଟୁଣି ହୋଇ କେବଳ ବଞ୍ଚିବା ପାଇଁ ମାଛ ବେପାର କରୁଛି। ସବୁ ଦୁଃଖ ଯନ୍ତ୍ରଣାର ଭାର ମୋରି କାନ୍ଧରେ ଲଦି ହୋଇପଡ଼ୁଛି। କ’ଣ କରିବି କିଛି ବୁଦ୍ଧିବାଟ ଦିଶୁ ନାହିଁ। ଏମିତିରେ କୈଳାସଙ୍କ ନାଁରେ ରାଶନ କାର୍ଡଟିଏ ନାହିଁ କି ଗ୍ରାମପଞ୍ଚାୟତରୁ ସେଭଳି କିଛି ସରକାରୀ ସହାୟତା ବି ମିଳିପାରୁ ନାହିଁ। ଯେଉଁଠି ପେଟ ଚାଖଣ୍ଡକ ପାଇଁ ସଂଘର୍ଷ ସେଠି ଆଉ ଭବିଷ୍ୟତ କଥା କିପରି ଚିନ୍ତା କରିପାରିବୁ ।

ତା’ ମାଆ ଆଖିରୁ ଲୁହ ଶୁଖୁନି, ସବୁବେଳେ ଚିନ୍ତାରେ ରହୁଛି । ଯାହା କେବଳ ଭଗବାନଙ୍କ ଉପରେ ଭରସା । ସେ ଯାହା କରିବେ । ମୋର ଆଉ କିଛି ଉପାୟ ନାହିଁ। ବଞ୍ଚିଛୁ କେବଳ ଏଇ ପିଲାଙ୍କ ମୁହଁକୁ ଚାହିଁ। ଅନ୍ୟପକ୍ଷେ ଗ୍ରାମର ପବିତ୍ର ପ୍ରଧାନ କୁହନ୍ତି, ଅସହାୟ, ଗରିବ ଓ ଦୁରାରୋଗ୍ୟ ବ୍ୟାଧି ପୀଡ଼ିତଙ୍କୁ ସରକାରୀସ୍ତରରେ ଚିକିତ୍ସାଠାରୁ ଆରମ୍ଭ କରି ବିଭିନ୍ନ ସହାୟତା ମିଳିପାରିବାର ଯୋଜନା ରହିଛି। କିନ୍ତୁ ଏଠି ଏସବୁ ସ୍ବପ୍ନ ପାଲଟିଛି।

-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri