Posted inଖେଳ

ସଇନୀଙ୍କ କ୍ୟାରିୟର ଆରମ୍ଭ

ଭୁବନେଶ୍ୱର, ୨୩।୧୨(କ୍ରୀଡ଼ା ପ୍ରତିନିଧି)- କଟକର ବାରବାଟୀ ଷ୍ଟାଡିୟମରେ ରବିବାର ଭାରତର ୨୨୯ତମ ଖେଳାଳିଭାବେ ଏକଦିବସୀୟ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ଆରମ୍ଭ କରିଛନ୍ତି ଦ୍ରୁତ ବୋଲର ନବଦୀପ ସଇନୀ। ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚ ପୂର୍ବରୁ ଅଧିନାୟକ ବିରାଟ କୋହଲି ତାଙ୍କୁ ଟିମ୍‌ ଇଣ୍ଡିଆ କ୍ୟାପ ପ୍ରଦାନ କରିଥିଲେ। ଆହତ ଦୀପକ ଚହରଙ୍କ ସ୍ଥାନରେ ସେ ଦଳରେ ସ୍ଥାନ ପାଇଥିଲେ। ମ୍ୟାଚର ୭ମ ଓଭରରେ କ୍ଲବ ହାଉସ ପଟରୁ ଶାର୍ଦ୍ଦୁଳ ଠାକୁରଙ୍କ ସ୍ଥାନରେ ବୋଲିଂଭାର ପାଇଥିଲେ ସଇନୀ। ପ୍ରଥମ ବଲ୍‌ରେ ଚୌକା ମାରି ତାଙ୍କୁ ସ୍ବାଗତ କରିଥିଲେ ଇଭିନ ଲିୱିସ। ପ୍ରଥମ ଓଭରରେ ସଇନୀ ୮ ରନ ବ୍ୟୟ କରିଥିଲେ। ମାତ୍ର ପରବର୍ତ୍ତୀ ଓଭରରେ ମାତ୍ର ୧ ରନ ଦେଇ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ ଏହି ଡାହାଣହାତୀ ପେସର। ୧୫ତମ ଓଭରର ଶେଷ ବଲ୍‌ରେ ରବୀନ୍ଦ୍ର ଜାଡେଜାଙ୍କ ବଲ୍‌ରେ ଲଙ୍ଗ୍‌ଅନ୍‌ରେ ଏକ ଚିତ୍ତାକର୍ଷକ କ୍ୟାଚ ନେଇ ସେ ଇଭିନ ଲିୱିସଙ୍କୁ ପ୍ୟାଭିଲିୟନ ଫେରାଇଥିଲେ। କେବଳ ସେତିକି ନୁହେଁ ନିଜ ୫ମ ଓଭରର ଦ୍ୱିତୀୟ ବଲ୍‌ରେ ବିପଜ୍ଜନକ ଶିମରନ ହେଟମେର ଏବଂ ୬ଷ୍ଠ ଓଭରର ତୃତୀୟ ବଲ୍‌ରେ ରଷ୍ଟନ ଚେଜ୍‌ଙ୍କୁ ଆଉଟ କରି ୱେଷ୍ଟଇଣ୍ଡିଜର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ ସଇନୀ। ଶେଷ ଭାଗରେ ମହଙ୍ଗା ରହିଥିବା ସଇନୀ ନିଜ ୧୦ ଓଭର ସ୍ପେଲରେ ୫୮ ରନ ଦେଇ ୨ଟି ଉଇକେଟ ନେଇଥିଲେ। ୧୯୯୨ ନଭେମ୍ବର ୨୩ରେ ହରିୟାଣାର କର୍ନଲରେ ଜନ୍ମିତ ସଇନୀ ପୂର୍ବରୁ ୫ଟି ଟି୨୦ ଅନ୍ତର୍ଜାତୀୟ, ୪୫ଟି ପ୍ରଥମଶ୍ରେଣୀ ଓ ୪୭ଟି ଲିଷ୍ଟ-ଏ ମ୍ୟାଚ ଖେଳିଥିଲେ। ଲିଷ୍ଟ-ଏ ମ୍ୟାଚରେ ସେ ୧୯୯୬ ରନ ଦେଇ ୭୫ ଉଇକେଟ ନେଇଥିଲେ। ଗତ ଟି୨୦ ସିରିଜରେ ଭଲ ପ୍ରଦର୍ଶନ ପାଇଁ ତାଙ୍କୁ ଦିନିକିଆ ଦଳରେ ସ୍ଥାନ ମିଳିଛି।
ହୋପ୍‌ଙ୍କ ୩୦୦୦ ରନ ପୂରଣ-
ବାରବାଟୀରେ ୱେଷ୍ଟଇଣ୍ଡିଜର ଶାଇ ହୋପ୍‌ ଦିନିକିଆ କ୍ରିକେଟରେ ୩୦୦୦ ରନ ପୂରଣ କରିଛନ୍ତି। ୧୫ତମ ଓଭରର ପ୍ରଥମ ବଲ୍‌ରେ ରବୀନ୍ଦ୍ର ଜାଡେଜାଙ୍କ ବୋଲିଂରେ ସିଙ୍ଗଲ ରନ ନେଇ ସେ ଏହି ମାଇଲଖୁଣ୍ଟ ସ୍ପର୍ଶ କରିଛନ୍ତି। ସେତେବେଳକୁ ତାଙ୍କ ସ୍କୋର ଥିଲା ୩୫।
ଉତ୍କଣ୍ଠା, ଉତ୍ସାହ-
ବାରବାଟୀରେ ରବିବାର ଅନୁଷ୍ଠିତ ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ପାଇଁ ନାହିଁ ନ ଥିବା ଉତ୍କଣ୍ଠା ପରିଲକ୍ଷିତ ହୋଇଛି। ମ୍ୟାଚ ଅପରାହ୍ନ ୧ଟା ୩୦ରେ ଆରମ୍ଭ ହୋଇଥିଲେ ହେଁ ଷ୍ଟାଡିୟମ ଗେଟ୍‌ ସକାଳ ୧୦ଟାରେ ଖୋଲିଥିଲା। ମାତ୍ର ଏହାର ଅନେକ ସମୟ ପୂର୍ବରୁ ଦର୍ଶକମାନେ ଲମ୍ବା ଲାଇନ୍‌ରେ ଛିଡ଼ା ହୋଇଥିଲା ଦେଖା ଯାଇଥିଲା। ମୁହଁରେ ରଙ୍ଗବୋଳି ନିଜ ପ୍ରିୟ ତାରକାଙ୍କୁ ଉତ୍ସାହିତ କରିବାକୁ ଷ୍ଟାଡିୟମରେ ପ୍ରବେଶ କରିଥିଲେ ଓଡ଼ିଶା ଦର୍ଶକ। ମ୍ୟାଚ ଆରମ୍ଭ ପୂର୍ବରୁ ଷ୍ଟାଡିୟମ ଦର୍ଶକରେ ଭରି ଯାଇଥିଲା। ଅଧିକାଂଶ ଦର୍ଶକ ଭାରତୀୟ ଖେଳାଳିଙ୍କ ସଦୃଶ ଜର୍ସି ପିନ୍ଧିଥିବାରୁ ପୂରା ଷ୍ଟାଡିୟମ ନୀଳ ରଙ୍ଗରେ ରଙ୍ଗୀନ ହୋଇଥିଲା।
୭ ନମ୍ବର ଶୂନସାନ
ଫନୀ ବାତ୍ୟାର ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବାରୁ ୭ ନମ୍ବର ଗ୍ୟାଲେରି ଦର୍ଶକଙ୍କ ପାଇଁ ଉପଲବ୍ଧ ନ ଥିଲା। ତେଣୁ ଷ୍ଟାଡିୟମର ଅନ୍ୟ ଗ୍ୟାଲେରି ଗୁଡ଼ିକ ଦର୍ଶକଙ୍କ କୋଳାହଳରେ ପ୍ରକମ୍ପିତ ହେଉଥିବାବେଳେ ୭ ନମ୍ବର ଶୂନସାନ ଥିଲା। ଏଠାରେ ଦର୍ଶକଙ୍କ ପାଇଁ ବାଲୁକାକଳା ପ୍ରଦର୍ଶିତ ହୋଇଥିଲା। ଏଥିରେ ‘ୱେଲକମ୍‌’ ଲେଖାଯାଇ ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ ଦଳକୁ ସ୍ବାଗତ କରାଯାଇଥିଲା।
ସ୍ପାଇଡର, ସ୍ପାଇକମ୍‌ ଅନ୍ୟତମ ଆକର୍ଷଣ-
ଅନ୍ତର୍ଜାତୀୟ କ୍ରିକେଟର ପ୍ରତିଟି ମୁହୂର୍ତ୍ତକୁ ଧରି ରଖିବାପାଇଁ ଦିନକୁ ଦିନ ଆଧୁନିକ ଟେକ୍ନୋଲୋଜିର ବ୍ୟବହାର ବଢ଼ୁଛି। ସେହି କ୍ରମରେ ବାରବାଟୀରେ ମ୍ୟାଚର ବିଭିନ୍ନ ସମୟର ଫଟୋ ଉତ୍ତୋଳନ ପାଇଁ ସ୍ପାଇଡର ଓ ସ୍ପାଇକମ୍‌ କ୍ୟାମେରା ବ୍ୟବହୃତ ହୋଇଥିଲା। ସ୍ପାଇଡର କ୍ୟାମେରା ଉପରେ ଝୁଲି ରହିଥିବାବେଳେ ଚକଲଗା ସ୍ପାଇକମ୍‌ କ୍ୟାମେରା ପଡ଼ିଆରେ ବିଶେଷ ମୁହୂର୍ତ୍ତର ଫଟୋ ନେଉଥିଲା। ବିଶେଷ କରି ବ୍ୟାଟ୍ସମ୍ୟାନ ଆଉଟ ହୋଇ ପ୍ୟାଭିଲିୟନ ଫେରିବା ସମୟରେ ଏବଂ ନୂଆ ବ୍ୟାଟ୍ସମ୍ୟାନ କ୍ରିଜକୁ ଯିବାବେଳେ ଏହା ତାଙ୍କ ଚାରିପଟରେ ବୁଲି ଚିତ୍ର ଉତ୍ତୋଳନ କରୁଥିଲା। ଏହାକୁ ରିମୋଟରେ କଣ୍ଟ୍ରୋଲ କରାଯାଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ ମ୍ୟାଚରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ସ୍ଥାପନ ହେଲା ନୂଆ ‘ବିଶ୍ୱ ରେକର୍ଡ’, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୦।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚ ୧୫ ଫେବୃଆରୀରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧ ରନରେ ଏକ ବଡ଼…

ସୁପର ୮ରେ ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନରୁ ବାଦ ପଡିପାରନ୍ତି ଅଭିଷେକ ଶର୍ମାଙ୍କ ସମେତ ଏହି ୩ ଖେଳାଳି, ନାମ ଜାଣିଲେ ବିଶ୍ୱାସ ହେବନି

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପର୍ଯ୍ୟାୟ ଫେବୃଆରୀ ୨୧ରେ ଆରମ୍ଭ ହେଉଛି। ପରବର୍ତ୍ତୀ ପର୍ଯ୍ୟାୟକୁ ଯାଉଥିବା ସମସ୍ତ ଆଠଟି ଦଳକୁ ଚାରିଟି ଦଳରେ ବିଭକ୍ତ…

ଟି-୨୦ ବିଶ୍ୱକପ୍‌ରେ ପୁଣି ହେବ କି ଭାରତ-ପାକିସ୍ତାନ ମ୍ୟାଚ୍‌: ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୦।୨: ଟି୨୦ ବିଶ୍ୱକପର ୨୭ତମ ଲିଗ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧…

ନିଜ ନିଜ ଭିତରେ ଲଢିଲେଣି ପାକିସ୍ତାନ ଖେଳାଳି, ଏବେ ଶାହିଦ ଆଫ୍ରିଦି ଶାଦାବଙ୍କୁ ଗାଳି ଦେଇ କହିଲେ, ‘ପୁଅ, ତୁମେ…’

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ, ପାକିସ୍ତାନୀ କ୍ରିକେଟର ଶାଦାବ ଖାନ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଥିଲେ ଏବଂ ନିଜ…

୩ ଥର ଶୂନ୍ୟରେ ଆଉଟ ହେବାରୁ ଅଭିଷେକଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୨: ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ କହିଥିଲେ ଯେ ସେ କେବଳ ଜଣେ ଚଳ ଚଞ୍ଚଳ ଖେଳାଳି। ଏହି ବକ୍ତବ୍ୟକୁ ବହୁଳ…

ସେମିଫାଇନାଲରୁ ବାଦ୍‌ ପଡ଼ିବ ଟିମ୍‌ ଇଣ୍ଡିଆ: ଏହି କ୍ରିକେଟର୍‌ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୦।୨: ICC ଟି୨୦ ବିଶ୍ୱକପ ୨୦୨୬ର ସୁପର ୮ ରାଉଣ୍ଡ ଫେବୃଆରୀ ୨୧ରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ୮ଟି ଦଳ ସେମିଫାଇନାଲରେ ସ୍ଥାନ ପାଇବା ପାଇଁ…

୩୯ ବର୍ଷୀୟ କ୍ରିକେଟର୍‌ କଲେ ବଡ଼ କାରନାମା: ଭାଙ୍ଗିଲା ରୋହିତ ଶର୍ମାଙ୍କ ରେକର୍ଡ

ନୂଆଦିଲ୍ଲୀ,୨୦।୨: ଜିମ୍ବାୱେ ୨୦୨୬ ଟି୨୦ ବିଶ୍ୱକପରେ ଆଉ ଏକ ବଡ଼ ବିପର୍ଯ୍ୟୟ ଘଟାଇବାରେ ସଫଳ ହୋଇଛି। ଜିମ୍ବାୱେ ତା’ର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬…

ମଟନ-ଚିକେନ ଖାଇବା ଛାଡ଼ିଦେଲେ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୦।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆକୁ ଟାଇଟଲ ଦେବା ପରେ ଜିମ୍ବାୱେ ଏବଂ ନାମ୍ବିଆରୁ ଫେରିଥିବା ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ରାଜସ୍ଥାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri