Categories: ଖେଳ

ସଇନି ଦଣ୍ଡିତ

ନୂଆଦିଲ୍ଲୀ,୫।୮(ପି.ଟି.)- ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ସିରିଜ୍‌ରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିବା ଭାରତୀୟ ପେସର ନପଦୀପ ସଇନିଙ୍କୁ ଦଣ୍ଡିତ କରାଯାଇଛି। ଆମେରିକାର ଫ୍ଲୋରିଡାଠାରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ରେ ସେ ଖେଳାଳିଙ୍କ ଲାଗି ଉଦ୍ଦିଷ୍ଟ ନିୟମ ଭଙ୍ଗ କରିଛନ୍ତି। ଏହି ଘଟଣା ଓ୍ବେଷ୍ଟଇଣ୍ଡିଜ ଇନିଂସର ୫ମ ଓଭରରେ ଘଟିଥିଲା। ବୋଲର ସଇନି ଓ୍ବେଷ୍ଟଇଣ୍ଡିଆନ ବ୍ୟାଟ୍ସମ୍ୟାନ ନିକୋଲାସ ପୁରାନଙ୍କ ଉଇକେଟ ନେବା ପରେ ତାଙ୍କୁ ପ୍ୟାଭେଲିଅନ ବାଟ ଦେଖାଇଥିଲେ। ନିଜ ଭୁଲ ସ୍ବୀକାର କରି ନେଇଥିବାରୁ ଏହି ଘଟଣାର କୌଣସି ଶୁଣାଣି ହେବ ନାହିଁ। ଏଥିନେଇ ସଇନିଙ୍କୁ ଏକ ବିଜୁତାତ୍ମକ ପଏଣ୍ଟ ପ୍ରଦାନ କରାଯାଇଛି।

Share