ସଂସଦର ହୋ ହାଲ୍ଲା ଭିତରେ ପ୍ରେମୀକାଙ୍କୁ ପ୍ରପୋଜ୍‌ କଲେ ସାଂସଦ

ବହୁଥର ଦେଖିବାକୁ ମିଳେ ପ୍ରେମୀକାଙ୍କୁ ନିଜ ମନର କଥା କହିବା ପାଇଁ ପ୍ରେମୀକମାନେ ନିଆରା ଢ଼ଙ୍ଗ ଆପଣାଥାନ୍ତି। ହେଲେ କେବେ ଶୁଣିଛନ୍ତି କି, କେହି ଏମ୍‌ପି ସଂସଦ ଭିତରେ ନିଜ ପ୍ରେମୀକାଙ୍କୁ ପ୍ରେମ ନିବେଦନ କରିବା କଥା। ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ଇଟାଲୀର ସଂସଦରେ। ଗୁରୁବାର ସଂସଦର ଅଧିବେଶନ ଚାଲୁଥିଲା। ଗୃହରେ ଭୂକମ୍ପ ପରେ ପୁନଃନିର୍ମାଣକୁ ନେଇ ହୋ ହାଲ୍ଲା ଚାଲିଥିବା ସମୟରେ ୩୩ ବର୍ଷୀୟା ସାଂସଦ ଫ୍ଲୋବିୟୋ ଡି ମୁରୋ ନିଜ ଗର୍ଲଫ୍ରେଣ୍ଡ ଏଲିସା ଡି ଲିଓଙ୍କୁ ବିବାହ ପାଇଁ ନିବେଦନ କରିଥିଲେ। ସେହି ସମୟରେ ତାଙ୍କ ଗର୍ଲଫ୍ରେଣ୍ଡ ଦର୍ଶକଙ୍କ ଗ୍ୟାଲେରୀରେ ବସିଥିବା ବେଳେ ଉକ୍ତ ପ୍ରୋପଜାଲକୁ ସ୍ବୀକାର କରିଥିଲେ।

ଏହାପରେ ସଂସଦରେ ଉପସ୍ଥିତ ଥିବା ଅନ୍ୟ ସଦସ୍ୟମାନେ ଏନେଇ ଫ୍ଲୋବିୟୋଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଅନ୍ୟପଟେ ଗୃହରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆଲୋଚନା ଚାଲିଥିବା ବେଳେ ସାଂସଦଙ୍କ ଏଭଳି କାର୍ଯ୍ୟକୁ ଅନୁଚିତ୍‌ ବୋଲି କହିଛନ୍ତି ବାଚସ୍ପତି ରୋବଟ ଫିକୋ। ସୂଚନାଯୋଗ୍ୟ, ଗତ ୬ବର୍ଷରୁ ଇଟାଲୀର ଭେଣ୍ଟିମିଗ୍‌ଲିଆରେ ଫ୍ଲୋବିୟୋ ଓ ଏଲିସା ଏକାସାଙ୍ଗେ ରହୁଛନ୍ତି।

Share