ସଂସଦର ଜଣେ ଅଧିକାରୀ କରୋନା ପଜିଟିଭ୍‌: ଆନେକ୍ସି ଭବନର ଦ୍ୱିତୀୟ ମହଲା ସିଲ୍‌

ନୂଆଦିଲ୍ଲୀ,୨୯।୫: ଦିଲ୍ଲୀ ସ୍ଥିତ ସଂସଦରେ ରାଜ୍ୟସଭା ସଚିବାଳୟର ଜଣେ ଅଧିକାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ନିର୍ଦ୍ଦେଶକ ସ୍ତରରେ କାର୍ଯ୍ୟ କରୁଥିବା ଅଧିକାରୀ ଓ ତାଙ୍କ ପୁରା ପରିବାର ମେ ୨୮ରେ କରୋନା ପଜିଟିଭ୍‌ ଭାବେ ଚିହ୍ନଟ ହୋଇଛନ୍ତି। ଏହାପରେ ସଂସଦର ଆନେକ୍ସି ଭବନର ଦ୍ୱିତୀୟ ମହଲାକୁ ପ୍ରଶାସନ ପକ୍ଷରୁ ସିଲ୍‌ କରିଦିଆଯାଇଛି। ତେବେ ସଂସଦ ପରିସରରୁ ଜଡିତ ଥିବା ଏହା ଚର୍ତୁଥ ମାମଲା।

Share