Categories: ଜାତୀୟ

ସଂସଦରେ ପ୍ରଦୂଷଣକୁ ନେଇ ଚର୍ଚ୍ଚା: ବୁଝିପାରିଲେନି ସାଧାରଣ କୃଷକ

ନୂଆଦିଲ୍ଲୀ,୨୨।୧୧: ରାଜଧାନୀ ଦିଲ୍ଲୀର ପ୍ରଦୂଷଣକୁ ନେଇ ଏଥର ଗୃହରେ ହଟ୍ଟଗୋଳ କରିଛନ୍ତି ବିରୋଧି। ତେବେ ହରିୟାଣା, ପଞ୍ଜାବ ଓ ଏହାର ଆଖପାଖରେ କୃଷକମାନେ ନଡା ଜାଳୁଥିବାରୁ ଏହାଦ୍ୱାରା ଦିଲ୍ଲୀର ପ୍ରଦୂଷଣ ବଢୁଛି ବୋଲି କୁହାଯାଉଥିଲା। ଏହାକୁ ନେଇ ଏଥର ସଂସଦର ଶୀତ କାଳିନ ଅଧିବେଶନରେ ଚର୍ଚ୍ଚା ହୋଇଥିଲା। ତେବେ ସମସ୍ତ ଆଲୋଚନା ଇଂରାଜୀରେ ହୋଇଥିବାରୁ କୃଷକମାନେ ଏହାକୁ ବୁଝି ପାରି ନ ଥିଲେ ବୋଲି ଭାରତୀୟ ଜନତା ପାର୍ଟି ଏମ୍‌ପି ଲେପ୍ଟନାଣ୍ଟ ଜେନରାଲ ଡିପି ବତ୍ସ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଏହି ଆଲୋଚନାକୁ ନେଇ ଏବେ କୃଷକମାନେ ଦ୍ୱନ୍ଦ୍ୱରେ ପଡିଛନ୍ତି ଯେ ଏଥିଲାଗି ତାଙ୍କୁ ପ୍ରଶଂସା କରାଯାଇଛି ନା ସମାଲୋଚନା। କାରଣ ସେମାନେ ଇଂରାଜୀ ବୁଝନ୍ତି ନାହିଁ। ବତ୍ସଙ୍କ ଏକଥା ଶୁଣିବା ପରେ ସଂସଦରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟଙ୍କ ମୁହଁରେ ହସ ଦେଖିବାକୁ ମିଳିଥିଲା।

Share