ସଂରକ୍ଷିତ ଲିଫ୍ଟରେ ଧସେଇ ପଶୁଛନ୍ତି ଲୋକେ

ଭୁବନେଶ୍ୱର,୩୦(ବ୍ୟୁରୋ): ବଜେଟ୍‌ରେ ବ୍ୟୟ ଅଟକଳ ବଢ଼ାଇ ନୂଆ ଟ୍ରେନ, ଟ୍ରାକ୍‌ ଓ ଷ୍ଟେଶନକୁ ଚକାଚକ୍‌ କରିବାରେ ଲାଗିଛି ଭାରତୀୟ ରେଳବାଇ। ହେଲେ ଷ୍ଟେଶନ ଓ ଟ୍ରେନ ଭିତରେ ଥିବା କେତେକ ଗୁରୁତ୍ୱପୂର୍ଣ୍ଣ ତଥା ସମ୍ବେଦନଶୀଳ ସମସ୍ୟାକୁ ଅଣଦେଖା କରୁଛନ୍ତି ରେଳ ବିଭାଗ। ଫଳରେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି କେତେକ ନିର୍ଦ୍ଧିଷ୍ଟ ଶ୍ରେଣୀର ଯାତ୍ରୀ। ଏଭଳି କିଛି ସମସ୍ୟା ଭୁବନେଶ୍ୱର ରେଳ ଷ୍ଟେଶନରେ ଦେଖିବାକୁ ମିଳିଛି। ଏଠାରେ ଦୈନିକ ୪୮ ହଜାର ଯାତ୍ରୀ ଷ୍ଟେଶନକୁ ଯିବାଆସିବା କରୁଥିବାବେଳେ ୨୦୦ରୁ ଊର୍ଦ୍ଧ୍ୱ ରେଳ ଗାଡି ଚାଲୁଛି। ତେବେ ଯାତ୍ରୀମାନଙ୍କୁ ଯିବାଆସିବାରେ ଅସୁବିଧା ନ ହେବା ପାଇଁ ବିଭାଗ ପକ୍ଷରୁ ଷ୍ଟେଶନରେ ରହିଛି ତିନୋଟି ଫୁଟ ଓଭର ବ୍ରିଜ୍‌। ସେଥିମଧ୍ୟରୁ ଦୁଇଟି ବ୍ୟବହାର ହେଉଥିବା ବେଳେ ଆଉ ଗୋଟିଏ ଅତି ପୁରୁଣା ହୋଇଯିବାରୁ ବ୍ରିଜକୁ ବନ୍ଦ କରାଯାଇଛି। ଦୀର୍ଘ ବର୍ଷ ଧରି ବ୍ୟବହାର ହେବା ପରେ ବ୍ରିଜଟିକୁ ଅସୁରକ୍ଷିତ ମନେ କରି ବନ୍ଦ କରିଦିଆଯାଇଛି। ତେବେ ୬ଟି ପ୍ଲାଟଫର୍ମକୁ ଯୋଡିବା ଲାଗି ଏବେ ମାତ୍ର ଦୁଇଟି ଓଭରବ୍ରିଜ ବ୍ୟବହାର ହେଉଛି। ପ୍ଲାଟଫର୍ମରେ ଗାଡି ଲାଗିବା ବେଳକୁ ନାହଁି ନ ଥିବା ଗହଳି ହେଉଥିବାର ଦେଖିବାକୁ ମିଳିଛି। ବର୍ତ୍ତମାନ ବ୍ୟବହାର ହେଉଥିବା ଦୁଇଟି ବ୍ରିଜ ଭିତରୁ ଗୋଟିଏ ଉଭୟ ପଟର ମୁଖ୍ୟଦ୍ୱାରଠାରୁ ଦୂରରେ ଥିବାରୁ ଯାତ୍ରୀମାନେ ଲଗେଜ ଧରି ଯିବାକୁ କଷ୍ଟ ମଣି ପ୍ରବେଶ ପଥ ପାଖ ବ୍ରିଜଟିକୁ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି। ଗୋଟିଏ ଦୂରରେ ଓ ଆଉ ଗୋଟିଏରେ ଗହଳି ଦେଖି ଲୋକେ ଲିଫ୍ଟ ବ୍ୟବହାର କରିବାକୁ ଖୁବ୍‌ ସହଜ ମଣୁଛନ୍ତି। ସୂଚନାଯୋଗ୍ୟ, ଷ୍ଟେଶନରେ ଥିବା ଲିଫ୍ଟ କେବଳ ବୟସ୍କ, ଦିବ୍ୟାଙ୍ଗ ଓ ଗର୍ଭବତୀ ମହିଳାଙ୍କ ଲାଗି ଉଦ୍ଦିଷ୍ଟ। ଏ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଲିଫ୍ଟ ବାହାରେ ଓଡ଼ିଆ, ହିନ୍ଦୀ ଓ ଇଂଲିଶରେ ତିନୋଟି ଭାଷାରେ ସ୍ପଷ୍ଟ ଉଲ୍ଲେଖ ରହିଛି। ବଡ଼ ବଡ଼ ଶବ୍ଦ ଓ ସ୍ପଷ୍ଟ ଭାବେ ଲେଖାଥିଲେ ସୁଦ୍ଧା କୌଣସି ବି ସକ୍ଷମ ବ୍ୟକ୍ତି ଏହାକୁ ମାନିବାକୁ ନାରାଜ। ବୟସ୍କ, ଦିବ୍ୟାଙ୍ଗ ଓ ଗର୍ଭବତୀ ହୋଇ ନ ଥିଲେ ସୁଦ୍ଧା ଜବରଦସ୍ତି ଲିଫ୍ଟ ବ୍ୟବହାର କରୁଥିବାର ସୋମବାର ଦେଖିବାକୁ ମିଳିଥିଲା। ଏପରିକି ଲିଫ୍ଟରେ ୨୦ଜଣ ଓ ୧୩ ଜଣଙ୍କ ଭାର ସମ୍ଭାଳିବା ସୂଚନା ଲେଖାଥିଲେ ସୁଦ୍ଧା ଅତ୍ୟଧିକ ଲୋକ ହୋଇଗଲେ ଭିତରେ ଥିବା ଲୋକେ ବୟସ୍କଙ୍କୁ ବାହାର କରିଦେଉଥିବାର ଦେଖିବାକୁ ମିଳିଥିଲା। ସୋମବାର ସନ୍ଧ୍ୟାରେ ୪ଜଣ ଯୁବକ ୩ଜଣ ଦୃଷ୍ଟିହୀନଙ୍କୁ ଲିଫ୍ଟ ବ୍ୟବହାର କରିବା ବେଳେ ଦୁର୍ବ୍ୟବହାର ମଧ୍ୟ କରିଥିଲେ। ଲିଫ୍ଟରେ ଅତ୍ୟଧିକ ଲୋକ ହୋଇଯିବାରୁ ବାଦ୍‌ ପଡିଯାଇଥିବା ଜଣେ ବୟସ୍କ ବ୍ୟକ୍ତିଙ୍କୁ ଏ ବିଷୟରେ ପଚାରିବାରୁ ସେ କହିଥିଲେ ଏହା ନୂଆ ନୁହେଁ ସବୁଦିନିଆ କଥା। ଲୋକଙ୍କ ଚିନ୍ତାଧାରା ବଦଳିବନି କି ଆମ ବ୍ୟବସ୍ଥା ସୁଧୁରିବନି ବୋଲି ସେ କହିଥିଲେ।
ଏ ସମ୍ପର୍କରେ ଭୁବନେଶ୍ୱର ରେଳ ଷ୍ଟେଶନ ନିର୍ଦ୍ଦେଶକ ଚିତ୍ତରଞ୍ଜନ ନାୟକ କୁହନ୍ତି, ସୂଚନାଫଳକ ଲଗାଯାଇଛି। ଆଉ ରେଳବାଇ ପାଖରେ ଯଥେଷ୍ଟ ବଳ ନାହଁି ଏ ସମସ୍ୟାକୁ ମୁକାବିଲା କରିବା ଲାଗି। ଲୋକେ ସଚେତନ ହେବା ଦରକାର, ଆଗକୁ କୌଣସି ବଡ଼ ପଦକ୍ଷେପ ନେବାକୁ ଚେଷ୍ଟା କରିବେ ବୋଲି ଶ୍ରୀ ନାୟକ ସୂଚନା ଦେଇଥିଲେ। ତା’ସହ ରେଳ ସୁରକ୍ଷା ବଳକୁ ଲିଫ୍ଟ ନିକଟରେ କର୍ମଚାରୀ ମୁତୟନ କରିବାକୁ ଅନୁରୋଧ କରିବେ ବୋଲି କହିଥିଲେ। ବନ୍ଦ ଥିବା ଫୁଟ ଓଭର ବ୍ରିଜ ବିଷୟରେ ଶ୍ରୀ ନାୟକ କହିଥିଲେ, ଏହା ୩ ମାସ ହେବ ବନ୍ଦ ହୋଇପଡ଼ିଛି। ପ୍ରଥମେ ଏହାକୁ ଭଙ୍ଗାଯିବ ଓ ନୂଆ ବ୍ରିଜ ତିଆରି ହେବାର ପ୍ରସ୍ତାବ ରହିଛି। କିନ୍ତୁ ସେଥିଲାଗି ବର୍ଷେରୁ ଅଧିକ ସମୟ ଲାଗିଯିବ। ବର୍ତ୍ତମାନ ସୁଧା ଟେଣ୍ଡର ମଧ୍ୟ ହୋଇନାହଁି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri