ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

ଭଦ୍ରକ ଅଫିସ, ୧।୧: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଜଳଙ୍ଗା ଗ୍ରାମରେ ସଂଘବଦ୍ଧ ଆକ୍ରମଣରେ ସତ୍ୟବ୍ରତ ଶିଅଳ(୨୫)ଙ୍କ ମୃତ୍ୟୁ ଘଟିଛି। ବୁଧବାର ସକାଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରଛି। ଭୋରୁ ବ୍ୟାଙ୍କ ନିକଟରେ ସତ୍ୟବ୍ରତଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ସେଠାରୁ ତାଙ୍କୁ ମେଡିକାଲ ଅଣାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ନୂଆବର୍ଷ ଭୋଜି ପାଇଁ ଡାକି ନେଇ ତାଙ୍କୁ ସଂଘବଦ୍ଧ ଭାବେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ହତ୍ୟା କରାଯାଇଥିବା ମୃତକଙ୍କ ଦାଦା ଅଭିଯୋଗ କରିଛନ୍ତି।