ସଂଗୀତ ଶୁଣିଲେ ଦୂର ହୋଇଥାଏ ଏହି ରୋଗ

ପ୍ରତିଦିନ ୩୦ ମିନିଟ୍‌ ସଂଗୀତ ଶୁଣିଲେ କ୍ୟାନସର ପରି ମାରାତ୍ମକ ରୋଗ ଭଲ ହୋଇଥାଏ ବୋଲି ତାଇବାନ୍‌ର ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ବିଶେଷଜ୍ଞଙ୍କ ମତରେ କ୍ୟାନସର ରୋଗୀ ଯେତେବେଳେ ସଂଗୀତ ଶୁଣିଥାନ୍ତି ତାଙ୍କର ମସ୍ତିଷ୍କରେ ଏମିତି ଏକ ରସାୟନ ପଦାର୍ଥ ବାହାରିଥାଏ ଯାହା ଖୁସି ଏବଂ ସକରାତ୍ମକ ଭାବନା ସୃଷ୍ଟି କରିଥାଏ। କ୍ୟାନସର ପୀଡ଼ିତ ରୋଗୀ ମାନସିକ ଅବସାଦରେ ରହିବା ସହ ଥକ୍କା ଅନୁଭବ କରିଥାନ୍ତି। ଏଥିରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ମାତ୍ର ୩୦ ମିନିଟ୍‌ ସଂଗୀତ ଶୁଣିଲେ ମସ୍ତିଷ୍କରୁ ଏଣ୍ଡୋରଫିନ୍‌, ସେରୋଟୋନିନ୍‌, ଡେପାମାଇନ୍‌ ପରି ହରମୋନ୍‌ ନିର୍ଗତ ହୋଇଥାଏ। ଯାହା ମନକୁ ଖୁସି ରଖେ। କ୍ୟାନସର ରୋଗର ଅପରେଶନ ପୂର୍ବରୁ ସାଧାରଣତଃ ମହିଳାମାନଙ୍କଠାରେ ଥକ୍କାପଣ କିମ୍ବା ଶରୀର ଦରଜ ହେବାର ଲକ୍ଷଣ ଦେଖାଦେଇଥାଏ। ସର୍ଜରୀର ୬, ୧୨ ଏବଂ ୨୪ ସପ୍ତାହରେ ପୁନର୍ବାର ଏହି ଲକ୍ଷଣ ଦେଖାଦେଇଥାଏ। ମାତ୍ର ସଂଗୀତ ଶୁଣିଲେ ସପ୍ତାହ ମଧ୍ୟରେ ଦରଜ କମିବା ସହ ଥକ୍କାପଣ ଦୂର ହୋଇ ରୋଗୀଙ୍କୁ ମାନସିକ ଶାନ୍ତି ମିଳିଥାଏ। ଏକ ରିପୋର୍ଟ ଅନୁଯାୟୀ, ଭାରତରେ ୨.୨୫ କୋଟି ଲୋକ କ୍ୟାନସରରେ ପୀଡ଼ିତ। ଏଥିରେ ପୁରୁଷଙ୍କ ସଂଖ୍ୟା ଅଧିକ। ୧୫ ବର୍ଷ ଧରି କ୍ୟାନସରରେ ପୀଡ଼ିତ ପୁଣେର ଜଣେ ମହିଳା ସଂଗୀତ ଶୁଣିବାରୁ କ୍ୟାନସର ରୋଗରୁ ଆରୋଗ୍ୟ ଲାଭ କରିଥିଲେ ବୋଲି ରିପୋର୍ଟରୁ ପ୍ରକାଶ।