ସଂଗମର ସମ୍ମାନଧାରୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
ବ୍ରିଟିଶ୍‌ ପାର୍ଲାମେଣ୍ଟରୁ ମର୍ଯ୍ୟାଦାଜନକ କନ୍‌ଫ୍ଲୁଏନ୍ସ ଏକ୍ସଲେନ୍ସ ଆଓ୍ବାର୍ଡ ଗ୍ରହଣ କରୁଥିବା ବ୍ୟକ୍ତି ଗର୍ବ ଅନୁଭବ କରିବା ସ୍ବାଭାବିକ। କୌଣସି ଏକ କ୍ଷେତ୍ରରେ ଅଭିନବ ଶୈଳୀରେ ନେତୃତ୍ୱ ନେବାର ଦକ୍ଷତା ପ୍ରଦର୍ଶନ କରିପାରୁଥିବା ବ୍ୟକ୍ତିବିଶେଷଙ୍କୁ କନ୍‌ଫ୍ଲୁଏନ୍ସ (ସଂଗମ) ସମ୍ମାନ ପ୍ରଦାନ କରାଯାଇଥାଏ। କନ୍‌ଫ୍ଲୁଏନ୍ସ ଫାଉଣ୍ଡେଶନ ପକ୍ଷରୁ ଏଭଳି ସମ୍ମାନ ପ୍ରତିଷ୍ଠା କରାଯାଇଛି। ସ୍ମିତା ଶ୍ରୀବାସ୍ତବଙ୍କ ଦ୍ୱାରା ଗଢ଼ା ଯାଇଥିବା ସଂସ୍ଥାରେ ସନ୍ଦିପ ମାରଓ୍ବା, ରିନା ଢାକା ଓ ଅନୁରାଧା ଗୋଏଲ ପରାମର୍ଶଦାତା ଭାବେ ରହିଛନ୍ତି। ଲଣ୍ଡନଠାରେ କନ୍‌ଫ୍ଲୁଏନ୍ସ ଫାଉଣ୍ଡେଶନ ଭାରତ କନ୍‌କ୍ଲେଭ୍‌ ୨୦୧୯ ଅବସରରେ ୨୭ ସେପ୍ଟେମ୍ବରରେ ଭାରତୀୟ ସାମ୍ବାଦିକା କଲି ପୁରି ଭାରତୀୟ ଗଣମାଧ୍ୟମରେ ସର୍ବାଧିକ କ୍ଷମତାଶାଳୀ ମହିଳା ଭାବେ ଏହି ପୁରସ୍କାର ପାଇଛନ୍ତି। ‘ଇଣ୍ଡିଆ ଟୁଡେ ଗ୍ରୁପ୍‌’ର ଭାଇସ୍‌ ଚେୟାରମ୍ୟାନ୍‌ ଭାବେ କାର୍ଯ୍ୟରତା କଲି ସମ୍ମାନ ଗ୍ରହଣ କରିବା ପରେ କହିଛନ୍ତି, ତାଙ୍କ ସଂସ୍ଥା ପକ୍ଷରୁ କରାଯାଉଥିବା କାର୍ଯ୍ୟ ଅନ୍ତର୍ଜାତୀୟ ସ୍ତରରେ ମାନ୍ୟତା ପାଇବା ଏକ ସନ୍ତୋଷଜନକ ଖବର।
ଯୋଗ୍ୟ ପିତାଙ୍କ ସୁଯୋଗ୍ୟା କନ୍ୟା ହେଉଛନ୍ତି କଲି। ଇଣ୍ଡିଆ ଟୁଡେ ଗ୍ରୁପ୍‌ର ପ୍ରତିଷ୍ଠାତା ଅରୁନ୍‌ ପୁରିଙ୍କ ଝିଅ କଲି ନୂଆଦିଲ୍ଲୀଠାରେ ଜନ୍ମଗ୍ରହଣ କରିଥିଲେ। ନୂଆଦିଲ୍ଲୀସ୍ଥିତ ମଡର୍ନ ସ୍କୁଲରୁ ଶିକ୍ଷା ସମାପ୍ତ କରିବା ପରେ ଉଚ୍ଚଶିକ୍ଷା ଲାଗି ଲଣ୍ଡନର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟକୁ ଯାଇଥିଲେ। ସେଠାରେ ରାଜନୀତି, ଦର୍ଶନ ଓ ଅର୍ଥନୀତିରେ ଡିଗ୍ରୀ ହାସଲ କରିଥିଲେ। ତାଙ୍କ କର୍ମମୟ ଜୀବନ ୧୯୯୬ରେ ପିତାଙ୍କ ପ୍ରତିଷ୍ଠିତ ସଂସ୍ଥାରୁ ଆରମ୍ଭ ହୋଇଥିଲା। ମାର୍କେଟିଂ ଏକ୍‌ଜିକ୍ୟୁଟିଭ୍‌ ଭାବେ ଯୋଗଦେବା ପରେ ସେ ‘ଇଣ୍ଡିଆ ଟୁଡେ’ ପତ୍ରିକା ପାଇଁ ରିପୋର୍ଟିଂରେ ମନୋନିବେଶ କରିଥିଲେ। ପରବର୍ତ୍ତୀ ସମୟରେ ଇଣ୍ଡିଆ ଟୁଡେ ଗ୍ରୁପ୍‌ ଡିଜିଟାଲର ଚିଫ୍‌ ଅପରେଟିଂ ଅଫିସର (ସିଓଓ) ହୋଇଥିଲେ। ସେବେଠାରୁ ସେ ସଂସ୍ଥାର ପ୍ରସାରିତ ଶାଖା ‘ଆଜ୍‌ ତକ୍‌’, ‘ଇଣ୍ଡିଆ ଟୁଡେ ଟେଲିଭିଜନ’, ‘ଆଜ୍‌ତକ୍‌ ଏଚ୍‌ଡି’, ‘ତେଜ୍‌’ ଏବଂ ‘ଦିଲି ଆଜ୍‌ତକ୍‌’କୁ ପରିଚାଳନା କରି ବେଶ୍‌ ଅଭିଜ୍ଞତା ଅର୍ଜନ କରିଛନ୍ତି। ଭବିଷ୍ୟତ ଖବର ଉପରେ କଲିଙ୍କ ସ୍ପଷ୍ଟ ଦୃଷ୍ଟିଭଙ୍ଗୀ ରହିଥିବାରୁ ଭାରତୀୟ ଗଣମାଧ୍ୟମରେ ତାଙ୍କ ନାମ ଶୁଣିବାକୁ ମିଳିଥାଏ। ୨୦୧୭ରେ ଇମ୍ପାକ୍ଟ ମାଗାଜିନ୍‌ ଆଓ୍ବାର୍ଡର ଷଷ୍ଠ ସଂସ୍କରଣରେ ପ୍ରକାଶିତ ତାଲିକାରେ ତାଙ୍କ ନାମ ପଞ୍ଚମ ସ୍ଥାନରେ ରହିଥିଲା। ଦୁଇ ସପ୍ତାହ ତଳେ ଲଣ୍ଡନରେ ଏକବିଂଶ ଶତାବ୍ଦୀ ଆଇକନ୍‌ ବାର୍ଷିକ ଆଓ୍ବାର୍ଡ ପ୍ରଦାନ ବେଳେ ତାଙ୍କୁ ‘ଆଉଟ୍‌ଷ୍ଟାଣ୍ଡିଂ ମେଡିଆ ଆଣ୍ଡ୍‌ ଏଣ୍ଟରଟେନ୍‌ମେଣ୍ଟ ଆଓ୍ବାର୍ଡ’ ମିଳିଥିଲା। ଏବେ କନ୍‌ଫ୍ଲୁଏନ୍ସ ଏକ୍ସଲେନ୍ସ ଆଓ୍ବାର୍ଡ ତାଙ୍କ ବ୍ୟକ୍ତିତ୍ୱକୁ ଅଧିକ ବିକଶିତ କରିଛି।
ପିତାଙ୍କ ଲେଗାସି କଲିଙ୍କୁ ତାଙ୍କ ସଂସ୍ଥାରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅବସ୍ଥାପିତ କରିପାରିଥିଲେ ହେଁ କାର୍ଯ୍ୟ ପ୍ରତି ଅଙ୍ଗିକାରବଦ୍ଧତା ତାଙ୍କୁ ଗଣମାଧ୍ୟମ ଶିଳ୍ପରେ ନେତୃତ୍ୱ ନେଉଥିବା ଅନ୍ୟତମ ପ୍ରଭାବଶାଳୀ ମହିଳା ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ପାରିବାରିକ ସମ୍ବନ୍ଧ କଥା କହିଲେ ଅରୁଣ ପୁରି ତାଙ୍କ ପିତା ହୋଇଥିବା ବେଳେ ମାତା ହେଉଛନ୍ତି ରେଖା ପୁରି। ଭାଇ ଅଙ୍କୁର ପୁରି ଓ ଭଉଣୀ ଅଭିନେତ୍ରୀ କୋଏଲ ପୁରି। ସ୍ବାମୀ ରାଜସିଂ ଭଣ୍ଡଲ ଏବଂ ପୁଅ ଜେହାନ୍‌ବିର ଓ ଝିଅ ଜିଆନୁର୍‌ଙ୍କୁ ନେଇ ତାଙ୍କ ସଂସାର।


Enter your email to get our daily news in your inbox.

All Right Reserved By Dharitri.Com

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri