ସଂଖ୍ୟାକୁ ଦେଖିଲେ ଲାଗେ ଡର …

ପୃଥିବୀର ବିଭିନ୍ନ ଲୋକଙ୍କଠାରେ ନାନା ପ୍ରକାର ସମସ୍ୟା ଦେଖାଦେଇଥାଏ। ସେଥିମଧ୍ୟରୁ ଗୋଟିଏ ସମସ୍ୟା ହେଉଛି ସଂଖ୍ୟାକୁ ଦେଖିଲେ ଡର ଲାଗିବା। ଏହାକୁ ଡାକ୍ତରୀ ଭାଷାରେ ଆରିଥ୍‌ମୋଫୋବିଆ କୁହାଯାଇଥାଏ। କେତେକ ଏହାକୁ ନ୍ୟୁମେରୋଫୋବିଆ ମଧ୍ୟ କୁହନ୍ତି। ଏଭଳି ସମସ୍ୟା ଥିବା ଲୋକ ଅବା ଛାତ୍ରୀଛାତ୍ରଙ୍କ ମଧ୍ୟରେ ଗଣିତ କଷିବା ବେଳେ ଏକ ପ୍ରକାର ଭୟ ସୃଷ୍ଟି ହୋଇଥାଏ। ଫଳରେ ସେମାନେ ସାଧାରଣ ଗଣିତ ମଧ୍ୟ ଭୁଲ୍‌ କରି ବସନ୍ତି। ମାନସିକ ରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି କିଛି ନିର୍ଦ୍ଦିଷ୍ଟ ଔଷଧ ଦ୍ୱାରା ଏହି ସମସ୍ୟାକୁ ଦୂର କରାଯାଇଥାଏ। ତେବେ ଏହା ସହିତ ନ୍ୟୁରୋ ଲିମ୍ବିଷ୍ଟିକ୍‌ ପ୍ରୋଗ୍ରାମିଙ୍ଗ୍‌ ଥେରାପି ମଧ୍ୟ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଏହି ସମସ୍ୟାର ନିରାକରଣ ପାଇଁ ଏକ୍ସପୋଜର ଥେରାପି ଏବଂ ହିପ୍ନୋ ଥେରାପି ବେଶ୍‌ ଲାଭପ୍ରଦ ହୋଇଥାଏ।

Share