ସଂକ୍ରମିତ କୋଭିଡ୍‌ ଯୋଦ୍ଧାଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ଓଲଟିଲା

ଗୋପାଳପୁର,୨୩ା୬- ଗଞ୍ଜାମ ଜିଲା କନିଷି ବ୍ଲକର ଜଣେ କରୋନା ଯୋଦ୍ଧାଙ୍କ ଗତ ୧୮ ତାରିଖରେ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଶୀତଳାପଲ୍ଲୀସ୍ଥିତ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ କଟକ ଅଶ୍ୱିନୀ ହସ୍ପିଟାଲ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ହୋଇଥିଲା। କୋଭିଡ୍‌ ଆମ୍ବୁଲାନ୍ସରେ ମଙ୍ଗଳବାର ସକାଳୁ କଟକ ନିଆଯାଉଥିବା ବେଳେ ଟାଙ୍ଗି ଥାନା ୧୬ନଂ. ଜାତୀୟ ରାଜପଥ ପଥରାବନ୍ଧ ନିକଟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି। ଚକା ଫାଟିଯିବାରୁ ଆମ୍ବୁଲାନ୍ସଟି ରାସ୍ତା କଡକୁ ଓଲଟି ପଡିଥିଲା। ଚାଳକଙ୍କ ଗୋଡ ଭାଙ୍ଗି ଯାଇଥିବାବେଳେ କରୋନା ଯୋଦ୍ଧା ଓ ଫାର୍ମାସିଷ୍ଟ ଅଳ୍ପକେ ବର୍ତ୍ତି ଯାଇଥିଲେ। ଟାଙ୍ଗି ଥାନାଧିକାରୀ ସରୋଜ କୁମାର ଉପାଧ୍ୟାୟ ପହଞ୍ଚତ୍ ଆହତଙ୍କୁ ଉଦ୍ଧାର କରି ଚାନ୍ଦିପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ଅନ୍ୟଏକ ଆମ୍ବୁଲାନ୍ସରେ କୋଭିଡ୍‌ ଯୋଦ୍ଧାଙ୍କୁ ଅଶ୍ୱିନୀ ହସ୍ପିଟାଲକୁ ନିଆଯାଇଥିଲା।