ସଂକ୍ରମିତଙ୍କ ଛେପକୁ ସାବଧାନ !

ଓ୍ବାଶିଂଟନ,୨୪।୩: କରୋନା ଭୂତାଣୁ ସଂକ୍ରମଣ ନେଇ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ଏଥିରେ ସଂକ୍ରମିତଙ୍କ ଛେପ ପ୍ରତି ସାବଧାନ ରହିବାକୁ ପରାମର୍ଶ ଦିଆଯାଇଛି। କରୋନା ଭୂତାଣୁ ଆଦ୍ର ପୃଷ୍ଠଭୂମିରେ ଶୀଘ୍ର ବ୍ୟାପିଥାଏ। ତେଣୁ ସଂକ୍ରମିତ ବ୍ୟକ୍ତିଙ୍କୁ ଏଣେତେଣେ ଛେପ ପକାଇବାକୁ ବାରଣ କରାଯାଇଛି। ଛେପ ନ ଶୁଖିଲା ପର୍ଯ୍ୟନ୍ତ ଏଥିରେ ଲକ୍ଷ ଲକ୍ଷ କରୋନା ଭୂତାଣୁ ଜୀବିତ ରହିଥାନ୍ତି। କିନ୍ତୁ ଏହା ଶୁଖିଗଲେ ଭୂତାଣୁ ନଷ୍ଟ ହୋଇଯାଇଥାନ୍ତି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ଇଣ୍ଡିଆନ୍‌ ମେଡିକାଲ କାଉସିଲ୍‌ ରିସର୍ଚ୍ଚ ପକ୍ଷରୁ ମଧ୍ୟ ସମର୍ଥନ କରାଯାଇଛି। ହାତ ଧୋଇବା, ମାସ୍କ୍‌ ପିନ୍ଧିବା ଆଦି ସଚେତନତା ଅବଲମ୍ବନ କରିବା ସହିତ ଏଣେତେଣେ ଛେପ ନ ପକାଇବାକୁ ମଧ୍ୟ କୁହାଯାଇଛି।