ସଂକ୍ରମଣ ରୋକିବ ‘ସେନ୍ସର ଚାଳିତ ବିଶୋଧନ ଯନ୍ତ୍ର’: ୩ ଦିନରେ ତିଆରି କରି ଚର୍ଚ୍ଚାରେ ଯୁବକ

ପଦ୍ମପୁର, ୧୮ା୪(ଡି.ଏନ.ଏ.)-ସାରା ବିଶ୍ୱ ଏବେ କରୋନା କବଳରୁ ମୁକ୍ତି ପାଇବା ପାଇଁ ଲଢ଼େଇ କରୁଛି। ଏଭଳି ସ୍ଥିତିରେ ମଣିଷ ଶରୀରକୁ ମାତ୍ର ଦୁଇ ସେକେଣ୍ଡରେ ପ୍ରାକୃତିକ ବିଶୋଧନ ଦ୍ରବଣ ବ୍ୟବହାର କରି ସେନ୍ସର ଦ୍ୱାରା ମୋଟରଚାଳିତ ସିଞ୍ଚନ ଯନ୍ତ୍ରରେ ପୁରା ମଣିଷ ଶରୀରକୁ ବିଶୋଧନ କରାଯାଇପାରିବ। ଏପରି ଏକ ଯନ୍ତ୍ର ତିଆରି କରିଛନ୍ତି ବାସୁଦେବପୁର ପୌରପାଳିକା ୧୬ ନଂ. ୱାର୍ଡ଼ର ସେକ୍‌ ତାଜଉଦ୍ଦିନ(ସକିଲ) ଓ ତାଙ୍କର ମାଉସୀ ପୁଅ ତାଜଉଦ୍ଦିନ। ଏକ ଅଧା କିଲୋୱାଟ୍‌ର ମୋଟର, ମୋବାଇଲ ଚାର୍ଜର, ସେନ୍ସର, ନିପ୍ପଲ, କିଛି ଓ୍ବେୟାରିଂ ପ୍ଲାଷ୍ଟିକ୍‌ ପାଇପ ବ୍ୟବହାର କରି ତିଆରି ହୋଇଛି ଏହି ସିଞ୍ଚନ ଯନ୍ତ୍ର। ୬ଫୁଟ ଉଚ୍ଚତା ଓ ୩.୫ ଫୁଟ ଓସାର ଏହି ଯନ୍ତ୍ରରେ ମଣିଷ ପ୍ରବେଶ କରିବା ମାତ୍ରେ ସେନ୍ସର ଦ୍ୱାରା ସିଞ୍ଚନ ଆରମ୍ଭ ହେବ। ବାହାରକୁ ବାହାରି ଗଲେ ଆପେ ଆପେ ଏହା ବନ୍ଦ ହେବ। ଏହାକୁ ଚଳାଇବା ପାଇଁ କୌଣସି ସୁଇଚ ଆବଶ୍ୟକତା ନାହିଁ। ଜଣେ ମଣିଷକୁ ସିଞ୍ଚନ ଦ୍ୱାରା ବିଶୋଧନ କରିବା ପାଇଁ ଦୁଇ ସେକେଣ୍ଡ ଲାଗିବ। ମୋଟର ଚଳାଇବା ପାଇଁ ବିଦ୍ୟୁତ ଶକ୍ତି ଆବଶ୍ୟକ। ଆବଶ୍ୟକ ସ୍ଥଳେ ବ୍ୟାଟେରି ଦ୍ୱାରା ମୋଟର ଚାଲିପାରିବ। ବିଶୋଧକ ଦ୍ରବଣ ପାଇଁ ଘିକୁଅଁାରି ଇଥାଇଲ ଆଲକୋହଲ, ଭିଟାମିନ ଇ, ଗୋଲାପ ଜଳ ଓ ପାଣି ବ୍ୟବହାର କରାଯାଇଛି। ଯାହା ସହଜରେ ବହୁଳ ପରିମାଣରେ ମିଳିପାରିବ। ଏହି ସିଞ୍ଚନ ଯନ୍ତ୍ରକୁ ବାସୁଦେବପୁର ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ ଦେଖିବା ସହ ଏହାର କାର୍ଯ୍ୟକାରିତା ଓ ଉପଯୋଗିତା ବିଷୟରେ ପଚାରି ବୁଝି ଯୁବକଦ୍ୱୟଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଏହି ସିଞ୍ଚନ ଯନ୍ତ୍ରକୁ ସେ ଜନସାଧାରଣଙ୍କର ସେବା ପାଇଁ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଦାନ କରିବେ ବୋଲି ସୂଚନା ଦେଇଛନ୍ତି। ଏହି ଯନ୍ତ୍ର ତିଆରି କରିବା ପାଇଁ ୧୦ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୩ଦିନ ସମୟ ଲାଗିଛି। ଆଗକୁ ସରକାରଙ୍କ ତରଫରୁ ସହାୟତା ମିଳିଲେ ଏହି ଯନ୍ତ୍ରକୁ ଅଧିକ ଉନ୍ନତ କରିବା ପାଇଁ ଉଦ୍ୟମ କରିବେ ବୋଲି ସେମାନେ କହିଛନ୍ତି। ତାଜଉଦ୍ଦିନଙ୍କ ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ। ସେ ପେଶାରେ ଜଣେ ଇଲେକ୍ଟ୍ରିକାଲ ମିସ୍ତ୍ରୀ।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ସଚେତନ ନାଗରିକ ମଞ୍ଚ ନୂତନ ସଭାପତି ହେଲେ ଗୋବିନ୍ଦ ବନଛୋର, ଛୁଟିଲା ଶୁଭେଚ୍ଛାର ସୁଅ

କେସିଙ୍ଗା,୧୨ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଅଗ୍ରଣୀ ସାମାଜିକ ସଂଘ ସଚେତନ ନାଗରିକ ମଞ୍ଚ କେସିଙ୍ଗାର ନୂତନ ସଭାପତି ଭାବେ ପୂର୍ବତନ କେସିଙ୍ଗା ଏନଏସି ଉପାଧ୍ୟକ୍ଷ ଗୋବିନ୍ଦ ବନଛୋର…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri