ଜି-୨୦ ଦେଶ ମଧ୍ୟରେ ଭାରତର ସ୍ଥିତି ଉନ୍ନତ

ନୂଆଦିଲ୍ଲୀ,୧୮।୪: ବର୍ତ୍ତମାନ ସାରା ବିଶ୍ୱରେ କୋଭିଡ୍‌-୧୯ ଏହାର କାୟାବିସ୍ତାର କରିଛି। ଲକ୍‌ଡାଉନ ପାଇଁ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥା ଏବେ କ୍ଷତିଗ୍ରସ୍ତ ହୋଇଛି। ଅର୍ଥ ବ୍ୟବସ୍ଥାକୁ ସହାୟତା କରିବା ଲାଗି ରିଜର୍ଭ ବ୍ୟାଙ୍କ ଶୁକ୍ରବାର ଆଉ ଏକ ବୁଷ୍ଟର ପ୍ୟାକ ଘୋଷଣା କରିଛି। ଦୀର୍ଘମିଆଦୀ ରେପୋ ଅପରେଶନରେ ୫୦ ହଜାର କୋଟି ଏବଂ ବ୍ୟାଙ୍କ ତଥା ସରକାରୀ ଅନୁଷ୍ଠାନଗୁଡିକ ଆଉ ୫୦ ହଜାର କୋଟି ଟଙ୍କାର ସହାୟତା ବଜାରକୁ ଯୋଗାଇ ଦେବେ। ଏଭଳି ସ୍ଥିତିରେ ବଜାରକୁ ଆଉ ୧ ଲକ୍ଷ କୋଟି ଟଙ୍କା ଆସିବ ବୋଲି କୁହାଯାଉଛି। କୋଭିଡ୍‌-୧୯ ଲଢେଇ ଦିଗରେ କେନ୍ଦ୍ରୀୟ ବ୍ୟାଙ୍କ ଏହାର ପ୍ରୟାସ ଜାରି ରଖିଛି। ନୂଆ ଘୋଷଣା କରି ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ଜି ୨୦ ଦେଶ ସମୂହଙ୍କ ମଧ୍ୟରେ ଭାରତୀୟ ଅର୍ଥ ବ୍ୟବସ୍ଥାର ସ୍ଥିତି ଉନ୍ନତ ରହିଛି। ୨୦୨୧-୨୨ରେ ଭାରତୀୟ ଅର୍ଥ ବ୍ୟବସ୍ଥା ପୁଣି ଥରେ ଦ୍ରୁତ ଅଭିବୃଦ୍ଧି ପଥକୁ ଫେରିବ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଆକଳନ ମୁତାବକ ଭାରତର ଅଭିବୃଦ୍ଧି ହାର ୧.୯% ରହିବ ବୋଲି ଶକ୍ତିକାନ୍ତ ଗୁରୁତ୍ୱାରୋପ କରିଛନ୍ତି।

ଇଣ୍ଡିଆ ଇଙ୍କ୍‌ର ସ୍ବାଗତ
କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ରିଫାଇନାନ୍ସିଂ ଓ୍ବିଣ୍ଡୋର ପୁନଃ ଆରମ୍ଭ ପଦକ୍ଷେପକୁ ଦେଶର ଶିଳ୍ପଜଗତ ପକ୍ଷରୁ ସ୍ବାଗତ କରାଯାଇଛି। ଏହାଦ୍ୱାରା ସିଷ୍ଟମକୁ ୫୦ ହଜାର କୋଟି ଟଙ୍କାର ନଗଦ ଆସିପାରିବ। ଫଳରେ ବ୍ୟାଙ୍କଗୁଡିକ ଋଣ ପ୍ରଦାନ ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିପାରିବେ। ଏଭଳି ପଦକ୍ଷେପ କୋଭିଡ୍‌-୧୯ ଯୋଗୁ ବଜାରରେ ଉପୁଜିଥିବା ସମସ୍ୟାକୁ ସମାଧାନ କରିବା ଦିଗରେ ସହାୟକ ହୋଇପାରିବ ବୋଲି ଶିଳ୍ପଜଗତ ପକ୍ଷରୁ ସୂଚନା ରହିଛି। ବଜାରରେ ନଗଦ ଉପଲବ୍ଧ କରାଇବା, କ୍ଷତିଗ୍ରସ୍ତ କ୍ଷେତ୍ରଗୁଡିକୁ ବିଚାର କରି ସେହି ଅନୁଯାୟୀ ଯୋଜନା ଭଳି ପଦକ୍ଷେପ ନିଶ୍ଚିତ ପକ୍ଷେ ସ୍ବାଗତଯୋଗ୍ୟ ବୋଲି କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜର ମହାନିର୍ଦ୍ଦେଶକ ଚନ୍ଦ୍ରଜିତ ବାନାର୍ଜୀ କହିଛନ୍ତି। ବ୍ୟାଙ୍କଗୁଡିକ ଲାଗି ବିଭିନ୍ନ ରେଗୁଲେଟୋରି ପଦକ୍ଷେପ କୋଭିଡ୍‌-୧୯ ପ୍ରଭାବକୁ କମାଇବା ଦିଗରେ ସହାୟକ ହେବ ବୋଲି ଫିିକି ସଭାପତି ସଙ୍ଗୀତା ରେଡି କହିଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କର ପଦକ୍ଷେପ ସାଧାରଣ ଲୋକଙ୍କୁ ସହାୟତା କରିବା ଦିଗରେ ଏନ୍‌ବିଏଫ୍‌ସିଗୁଡିକୁ ସହାୟକ ହେବ ବୋଲି ମୁଥୁଟ ପାପାଚାନ ଗ୍ରୁପ୍‌ର ପ୍ରତିଷ୍ଠାତା ନିର୍ଦ୍ଦେଶକ ଥୋମାସ ମୁଥୁଟ କହିଛନ୍ତି।

ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି
ବଜାରରେ ଅଧିକ ପରିମାଣର ନଗଦ ସୁବିଧା ଦେବାରେ ରିଜର୍ଭ ବ୍ୟାଙ୍କର ପଦକ୍ଷେପ ସହାୟତା କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କର ଏଭଳି ପଦକ୍ଷେପକୁ ମୋଦି ଶୁକ୍ରବାର ପ୍ରଶଂସା କରିଛନ୍ତି। ଟୁଇଟ ଯୋଗେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶର କ୍ଷୁଦ୍ର ବାଣିଜ୍ୟ, ଏମ୍‌ଏସ୍‌ଏମ୍‌ଇ, କୃଷକଙ୍କ ଏବଂ ଗରିବ ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହା ରାଜ୍ୟଗୁଡିକର ଓ୍ବେଜ ଆଣ୍ଡ ମିନ୍ସ ଆଡଭାନ୍ସ ଲିମିଟକୁ ମଧ୍ୟ ବଢାଇବା ଦିଗରେ ସହାୟକ ହେବ ବୋଲି ସେ ମତ ପ୍ରକାଶ କରିଛନ୍ତି।

ଋଣ ଯୋଗାଣ ନେଇ ବ୍ୟାଙ୍କ ଉତ୍ସାହିତ ହେବେ:ସୀତାରାମନ
କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ବଜାରରେ ଅତିରିକ୍ତ ନଗଦ ସୁବିଧା ଯୋଗାଣ, ଆର୍ଥତ୍କ ଚାପକୁ କମାଇବା, ବଜାରରେ ସ୍ଥିତାବସ୍ଥା ଜାରି ସହ ବ୍ୟାଙ୍କଗୁଡିକ ଅଧିକ ପରିମାଣରେ ଋଣ ଯୋଗାଣ ନେଇ ସୁବିଧା ପ୍ରଦାନ କରିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି। ସୀତାରାମନ ଟୁଇଟ ଯୋଗେ କହିଛନ୍ତି ଯେ, ଆର୍‌ବିଆଇର ଟାର୍ଗେଟେଡ୍‌ ଦୀର୍ଘମିଆଦୀ ରେପୋ ଅପରେଶନ ( ଟିଏଲ୍‌ଟିଆର୍‌ଓ) ଏନ୍‌ବିଏଫ୍‌ସି ଏବଂ ମାଇକ୍ରୋ ଫାଇନାନ୍ସଗୁଡିକ ଲାଗି ସହାୟକ ହୋଇପାରିବ। ଅନ୍ୟ ପଦକ୍ଷେପଗୁଡିକ ମଧ୍ୟ ବଜାରରେ ରହିଥିବା କରୋନା ପ୍ରଭାବକୁ କମ୍‌ କରିବା ଦିଗରେ ସହାୟକ ହୋଇପାରିବ ବୋଲି ସେ ଆଶାବାଦୀ।


Enter your email to get our daily news in your inbox.

All Right Reserved By Dharitri.Com

Term Insurance ପାଇଁ ୫୫ ନା ୮୦ ବର୍ଷର କଭର୍‌ ଶ୍ରେଷ୍ଠ? ଜାଣନ୍ତୁ କେଉଁଥିରେ ଅଛି ଆପଣଙ୍କ ଫାଇଦା

ନୂଆଦିଲ୍ଲୀ,୧୧।୬: ନିଜ ପରିବାରର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଟର୍ମ ଇନସ୍ୟୁରାନ୍ସ ବା ଟର୍ମ ପ୍ଲାନ ନେବା ହେଉଛି ସବୁଠାରୁ ପ୍ରଥମ ଏବଂ ବୁଦ୍ଧିମାନ ପଦକ୍ଷେପ। କିନ୍ତୁ…

୩୦ ଜୁନ୍ ସୁଦ୍ଧା କରିନିଅନ୍ତୁ ଇ-କେୱାଇସି, ନଚେତ୍ ବନ୍ଦ ହୋଇଯିବ ଗ୍ୟାସ୍ ସବ୍‌ସିଡି-ସିଲିଣ୍ଡର ଡେଲିଭରି!

ନୂଆଦିଲ୍ଲୀ,୧୧ା୬: ଯଦି ଆପଣ ସମୟ ଅନୁସାରେ ଘରକୁ ଗ୍ୟାସ୍ ସିଲିଣ୍ଡରର ଡେଲିଭରି ଚାହୁଁଛନ୍ତି ଏବଂ ଏହା ଉପରେ ମିଳୁଥିବା ସବ୍‌ସିଡିର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଏହି…

ଫ୍ରିଜ୍ କିଣିବାକୁ ଯାଉଛନ୍ତି କି? ଜାଣନ୍ତୁ ଷ୍ଟାବିଲାଇଜର୍ ଲଗାଇବା ଜରୁରୀ କି ନୁହେଁ…

ନୂଆଦିଲ୍ଲୀ,୧୧ା୬: ଆଜିକାଲି ପ୍ରତ୍ୟେକ ଘର ପାଇଁ ରେଫ୍ରିଜରେଟର ବା ଫ୍ରିଜ୍ ଏକ ଅତ୍ୟାବଶ୍ୟକ ସାମଗ୍ରୀ ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ପାଣି ଥଣ୍ଡା କରିବା ଠାରୁ…

Inverter Care: ବାରମ୍ବାର କାର୍ବନ ଜମି ଇନଭର୍ଟର ଖରାପ ହେଉଛି କି? ଜାଣନ୍ତୁ ସଫା କରିବାର ୩ ସହଜ ଉପାୟ…

ନୂଆଦିଲ୍ଲୀ,୧୦।୬: ଇନଭର୍ଟର ଆଜିର ସମୟରେ ପ୍ରତ୍ୟେକ ଘରର ଏକ ଅତି ଜରୁରୀ ଆବଶ୍ୟକତା ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ଯେତେବେଳେ ବାରମ୍ବାର ବିଦ୍ୟୁତ କାଟ୍ (Power Cut)…

ଶସ୍ତା ହେଲା ସୁନା; ୪ହଜାରରୁ ଅଧିକ ହ୍ରାସ, ଜାଣନ୍ତୁ କେତେ ରହିଛି ୨୨-୨୪ କ୍ୟାରେଟର ଦାମ୍

ନୂଆଦିଲ୍ଲୀ,୧୦।୬: ଆଜି ଅନ୍ତର୍ଜାତୀୟ ଏବଂ ଘରୋଇ ସୁନା ବଜାରରେ ସୁନା ଏବଂ ରୂପା ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ପରିଲକ୍ଷିତ ହେଉଛି । ପଶ୍ଚିମ ଏସିଆରେ ଇରାନ…

ପେଟ୍ରୋଲ-ସିଲିଣ୍ଡର ପରେ ଏବେ ମହଙ୍ଗା ହେବ ବିମାନ ଯାତ୍ରା

ନୂଆଦିଲ୍ଲୀ,୧୦।୬: ସରକାରଙ୍କ ନୂତନ ମୂଲ୍ୟ ସ୍ଥିରୀକରଣ ଯୋଜନା ଅନୁଯାୟୀ, ଘରୋଇ ବିମାନ କମ୍ପାନୀଗୁଡ଼ିକ ଏବେ ତିନି ବର୍ଷ ପର୍ଯ୍ୟନ୍ତ ବିମାନ ଟର୍ବାଇନ ଇନ୍ଧନ (ATF) ମୂଲ୍ୟ ସ୍ଥିର…

ପ୍ରଥମ ଥର ଘର କିଣିବାକୁ ଯାଉଛନ୍ତି କି? କରନ୍ତୁନି ଏଭଳି ଭୁଲ, ନଚେତ ବୁଡ଼ିଯିବ ସାରା ଜୀବନର କଷ୍ଟାର୍ଜିତ ସଞ୍ଚୟ!

ନୂଆଦିଲ୍ଲୀ,୯।୬: ନିଜର ଗୋଟିଏ ସୁନ୍ଦର ଘରଟିଏ ହେଉ ବୋଲି ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ ଥାଏ। କିନ୍ତୁ ପ୍ରଥମ ଥର ପାଇଁ ଘର କିଣୁଥିବା ଲୋକଙ୍କ ପାଇଁ ଏହି…

ଭାରତୀୟ ମୁଦ୍ରାକୁ ବଡ଼ ଝଟ୍‌କା! ଡଲାର ତୁଳନାରେ ୫୬ ପଇସା ହ୍ରାସ ପାଇଲା ଟଙ୍କା

ନୂଆଦିଲ୍ଲୀ,୯।୬:  ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଘଟିବା ପରେ ଆମେରିକୀୟ ଡଲାର ଆହୁରି ପ୍ରଭାବଶାଳୀ ହୋଇଥିବାରୁ ଡଲାର ତୁଳନାରେ ଭାରତୀୟ ଟଙ୍କା ମୂଲ୍ୟ ପୁଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri