ସଂକଟରେ କାଠ ଶିଳ୍ପ: ଚିନ୍ତାରେ ଶ୍ରମିକ ପରିବାର

ବାଲେଶ୍ୱର ଅଫିସ,୧୨।୧୧- ବାଲେଶ୍ୱର ଜିଲାର କାଠ ଶିଳ୍ପ ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡ଼ିତ ଥିବା ବିଭିନ୍ନ ବର୍ଗର ୧୨ଶହରୁ ଊର୍ଦ୍ଧ୍ୱ ଶ୍ରମିକ ପରିବାର କାମଧନ୍ଦା ହରାଇ ସଙ୍କଟରେ ପଡ଼ିଛନ୍ତି। ରୋଜଗାର ନ ଥିବାରୁ ଆର୍ଥିକ ଦୁତ୍ଃସ୍ଥିତି ମଧ୍ୟରେ ସେମାନେ ଚିନ୍ତାରେ ଦିନ କାଟୁଛନ୍ତି ବୋଲି ଜୀବନ ଜୀବିକା ସୁରକ୍ଷା ସଂଯୁକ୍ତ ଗଣ ସଂଗ୍ରାମ କମିଟି ପକ୍ଷରୁ କୁହାଯାଇଛି। ସୋମବାର ପୂର୍ବାହ୍ନରେ ଷ୍ଟେଶନ ଛକ ସ୍ଥିତ ଏକ ଘରୋଇ ହୋଟେଲ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଅନୁଷ୍ଠାନର ସଭାପତି ମଣିଭଦ୍ର ସାହୁ, ସମ୍ପାଦକ ପ୍ରବୋଧ କୁମାର ପରିଡ଼ା, କୋଷାଧ୍ୟକ୍ଷ ଯୋଗେଶ ପଟେଲ ମିଳିତ ଭାବେ ଏହା ପ୍ରକାଶ କର କହିଛନ୍ତି, ସ’ ମିଲ୍‌ ସପିଟ୍‌ କଣ୍ଟ୍ରୋଲ ଆକ୍ଟ ୧୯୮୦-୮୧ ଅନୁଯାୟୀ ବାଲେଶ୍ୱର ଜିଲାରେ ୧୪ଟି କରତକଳକୁ ଅନୁମତି ମିଳିଥିଲା। ୧୯୯୬ ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜଙ୍ଗଲରୁ ୧୦କି.ମି. ପରିସରରେ କୌଣସି ସ’ମିଲ୍‌କୁୁ ଅନୁମତି ଦିଆ ନ ଯିବାରୁ ୨୦୦୨ରୁ ଏହି ଜିଲାର କୌଣସି ସ’ମିଲ୍‌କୁ ସରକାରୀ ଅନୁମତି ମିଳି ନାହିଁ। ସ୍ଥାନୀୟ ଆବଶ୍ୟକତାକୁ ଆଖି ଆଗରେ ରଖି କେତେକ ଲୋକ ବେଆଇନ୍‌ ଭାବେ ସ’ମିଲ୍‌ ଚଲାଇ ଥିଲେ। ୨୦୧୧ରେ ରାଜ୍ୟ ସରକାର ସ’ ମିଲ୍‌ ସପିଟ୍‌ କଣ୍ଟ୍ରୋଲ ଆକ୍ଟର (ଇଣ୍ଡଷ୍ଟ୍ରିଆଲ ଆକ୍ଟ) ଅନୁଯାୟୀ ପ୍ରତ୍ୟେକ ଜିଲାରେ ୨ଟି କରି ସ’ ମିଲ୍‌ ଚଳାଇବାକୁ ପାଇଁ ଅନୁମତି ଦେଇଥିଲେ। ଏହାପରଠାରୁ ଜିଲାରେ ପଣପଣାରେ ୨ଟି ଓ ସୋମନାଥପୁରରେ ୪ଟି ସ’ ମିଲ୍‌ କାର୍ଯ୍ୟ କରୁଛି। ଜିଲାରେ ଅନ୍ୟତ୍ର ଚାଲୁଥିବା ୬୦ରୁ ଊର୍ଦ୍ଧ୍ୱ ସ’ ମିଲ୍‌ ବନ୍ଦ ହୋଇ ପଡ଼ିଛି। ଏଥିରେ କାର୍ଯ୍ୟରତ ୧୨ଶହରୁ ଊର୍ଦ୍ଧ୍ୱ ଶ୍ରମିକ ବୃତ୍ତି ହରାଇ ଚିନ୍ତାରେ ରହିଛନ୍ତି। ଏଥିସହିତ କାଠ ଶିଳ୍ପ ସହିତ ଜଡ଼ିତ କାଠ ମିସ୍ତ୍ରି, ରାଜ ମିସ୍ତ୍ରି, ଡେକୋରେଟରଙ୍କୁ ନାହଁି ନ ଥିବା ଅସୁବିଧାରେ ପଡୁଛି। ଏପରିକି କୁକୁଡ଼ା ଫାର୍ମରେ ଆବଶ୍ୟକ ପଡୁଥିବା କାଠଗୁଣ୍ଡର ମଧ୍ୟ ଅଭାବ ଦେଖାଦେଇଛି। ଏଣୁ କାଠ ଶିଳ୍ପର ଆବଶ୍ୟକତା ଓ ଜୀବନ ଜୀବିକାର ସୁରକ୍ଷାକୁ ଦୃଷ୍ଟି ରଖି ସରକାର ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ସଂଯୁକ୍ତ ଗଣ ସଂଗ୍ରାମ କମିଟି ପକ୍ଷରୁ ଦାବି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

ରକ୍ତରେ ଭିଜିଲା ସପ୍ତାମାତୃକା ଶୈବପୀଠ, ଶହ ଶହ ପଶୁପକ୍ଷୀଙ୍କୁ ଦିଆଗଲା ବଳି

ତୁଣ୍ଡଲା,୧୭।୨(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକ ବେଲଖଣ୍ଡି ସ୍ଥିତ ତେଲ ଓ ଉତେଇ ନଦୀର ସଙ୍ଗମରେ ଥିବା ସର୍ବପୁରାତନ ତଥା ଐତିହାସିକ ସପ୍ତମାତୃକା ଶୈବପୀଠ…

ବଜେଟ୍ ଅଧିବେଶନ: ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ, ରାଜ୍ୟରେ ବଢ଼ିଛି ଚାଷୀଙ୍କ ମୁଣ୍ଡ ପିଛା ଆୟ

ଭୁବନେଶ୍ବର,୧୭।୨:  ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ । ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିଲେ । ୨୦୩୬ରେ ଓଡ଼ିଶା…

ଥୁଆମୂଳ ରାମପୁର: DMF ପାଣ୍ଠି ପାଇଁ ବିଡିଓଙ୍କୁ ସ୍ମାରକପତ୍ର

ଥୁଆମୂଳ ରାମପୁର,୧୭।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକକୁ ସମ୍ପୂର୍ଣ୍ଣ ଭାବେ ଜିଲା ଖଣିଜ ପ୍ରତିଷ୍ଠାନ (DMF) ପାଣ୍ଠିରେ ଅନ୍ତର୍ଭୁକ୍ତ କରିବା ସହ ସରପଞ୍ଚମାନଙ୍କୁ କ୍ଷମତା…

ପୂର୍ବତନ ବିଧାୟକଙ୍କ ବିବାଦୀୟ ଫାର୍ମ ହାଉସରେ ମାପଚୁପ ଆରମ୍ଭ, ଜବରଦଖଲ ଅଭିଯୋଗରେ ହୋଇଥିଲା ନୋଟିସ

ଧର୍ମଶାଳା,୧୭।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ଗ୍ରାମପଞ୍ଚାୟତସ୍ଥିତ ପନ୍ତୁରୀ ଠାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ ଫାର୍ମହାଉସରେ ଆରମ୍ଭ ହୋଇଛି…

ଦଶମ ବୋର୍ଡ ପରୀକ୍ଷା ଦେବାକୁ ଯିବା ବେଳେ କାର୍ ଦୁର୍ଘଟଣା, ଦୁଇ ପରୀକ୍ଷାର୍ଥୀ ସମେତ ୬ ଆହତ

କେନ୍ଦୁଝର,୧୭।୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ମଙ୍ଗଳବାର ବା ଆଜିଠାରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେଉଛି । ତେବେ ସକାଳ ପ୍ରାୟ ୮ଟା୩୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri