Categories: ଜାତୀୟ

ଷ୍ଟ୍ରେଚର ନ ମିଳିବାରୁ ଅସୁସ୍ଥ ମା’ଙ୍କୁ କାନ୍ଧରେ ବୋହିଲେ ପୁଅ

ଲକ୍ଷ୍ନୌ,୨୧।୮: ଯୋଗୀ ସରକାର ଉତ୍ତରପ୍ରଦେଶରେ ଭଲ ସ୍ବାସ୍ଥ୍ୟସେବା ଯୋଗାଇଦେଉଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି। ହେଲେ ସ୍ବାସ୍ଥସେବାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ସିଦ୍ଧାର୍ଥନଗରରେ ଥିବା ଏକ ହସ୍ପିଟାଲରେ। ଜଣେ ରୋଗୀ ମହିଳାଙ୍କୁ ଷ୍ଟ୍ରେଚର ନ ମିଳିବାରୁ ତାଙ୍କ ପୁଅ ନିଜ କାନ୍ଧରେ ବୋହି ନେଇଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଆଶା ଦେବୀଙ୍କ ଗୋଡ଼ ଫ୍ରାକ୍‌ଚର ହୋଇଯାଇଥିବା ବେଳେ ଗତ ୩ ଦିନରୁ ସେ ହସ୍ପିଟାଲରେ ଚିକିତ୍ସା ପାଇଁ ବୁଲୁଛନ୍ତି। ଆଶା ଦେବୀ ଚଲାବୁଲା କରିପାରୁ ନ ଥିବା ବେଳେ ହସ୍ପିଟାଲରେ ଷ୍ଟ୍ରେଚର ଥାଇ ମଧ୍ୟ ତାଙ୍କୁ ଦିଆଯାଇ ନ ଥିବା ଅଭିଯୋଗ ହୋଇଛି। ଏହାପରେ ତାଙ୍କ ପୁଅ ଅମିତ ତାଙ୍କୁ କାନ୍ଧରେ ବୋହି ହସ୍ପିଟାଲର ବିଭିନ୍ନ ବିଭାଗ ବୁଲି ବୁଲି ଚିକିତ୍ସା କରାଇଥିଲେ। ସେହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଲୋକଲୋଚନକୁ ଆସିବା ପରେ ଜିଲାପାଳ ହସ୍ପିଟାଲର କର୍ତ୍ତୃପକ୍ଷଙ୍କୁ ଜବାବ ତଲବ କରିଛନ୍ତି।

Share