‘ଷ୍ଟ୍ରିଟ୍‌ ଡ୍ୟାନ୍ସର ୩ଡି’ରେ ଶ୍ରଦ୍ଧା କପୁର

ମୁମ୍ବାଇ: ଅପ୍‌କମିଂ ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନ୍‌ସର ୩ଡି’ରେ ଅଭିନୟ କରୁଛନ୍ତି ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର। ସେ ଶୁଟିଂସେଟ୍‌ର ଏକ ଅବିସ୍ମରଣୀୟ ମୁହୂର୍ତ୍ତରେ ବେଶ୍‌ ଖୁସି ପ୍ରକାଶ କରି ପୂରା ଟିମ୍‌କୁ ଲମ୍ବା ଥ୍ୟାଙ୍କ-ୟୁ ଜଣାଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏହା ଏକ ଡ୍ୟାନ୍‌ସ ଡ୍ରାମା। ଏହାର ନିର୍ଦ୍ଦେଶନା ଦେଉଛନ୍ତି ରେମୋ ଡି’ସୁଜା। ଷ୍ଟ୍ରିଟ୍‌ ଡ୍ୟାନ୍‌ସରରେ ନୃତ୍ୟ କରିବା ବେଳେ ହୃଦୟ ଆନନ୍ଦରେ ଭରିଯାଇଥିବା ସେ ପ୍ରକାଶ କରିଛନ୍ତି। ଏହା ଏକ ଅବିଶ୍ୱସନୀୟ ଏବଂ ଅବିସ୍ମରଣୀୟ ମୁହୂର୍ତ୍ତ। ଏଥିପାଇଁ ଆମ କ୍ୟାପ୍‌ଟେନ୍‌ ରେମୋ ସାର୍‌ ଶ୍ରେୟ ପାଇବାର ଯୋଗ୍ୟ ବୋଲି ଶ୍ରଦ୍ଧା କହିବା ସହିତ ଇନ୍‌ଷ୍ଟାଗ୍ରାମ୍‌ରେ ଏ ସମ୍ପର୍କିତ ଲେଖା ପୋଷ୍ଟ କରିଛନ୍ତି। ସେ ମଧ୍ୟ ସହ-କଳାକାର ବରୁଣ ଧାଓ୍ବନ, ପ୍ରଭୁ ଦେବା ଏବଂ ନୋରା ଫତେଙ୍କୁ ପ୍ରଶଂସା କରିଛନ୍ତି। ‘ଷ୍ଟ୍ରିଟ୍‌ ଡ୍ୟାନ୍‌ସର ୩ଡି’ ୨୦୨୦ ଜାନୁୟାରୀ ୨୪ରେ ରିଲିଜ ହେବାକୁ ଯାଉଛି।

Share