ଷ୍ଟାର୍ଟଅପ୍‌ ଇକୋସିଷ୍ଟମରେ ନିବେଶ ଲାଗି ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

ନୂଆଦିଲ୍ଲୀ,୩୦-୧୦: ଭାରତରେ ଏକ ଶକ୍ତିଶାଳୀ ଷ୍ଟାର୍ଟଅପ୍‌ ଇକୋସିଷ୍ଟମ ରହିଥିବା ବେଳେ ଏହାର ସୁବିଧା ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱସ୍ତରର ନିବେଶକଙ୍କୁ ମଙ୍ଗଳବାର ଆହ୍ବାନ ଜଣାଇଛନ୍ତି। ଭାରତର ଷ୍ଟାର୍ଟଅପ ବ୍ୟବସ୍ଥା ସାରା ବିଶ୍ୱରେ ତୃତୀୟ ସର୍ବବୃହତ୍ତ। ଏଭଳି ସ୍ଥିତିରେ ଦେଶର ଉଦ୍ଭାବନ କ୍ଷେତ୍ରରେ ନିବେଶ ଦ୍ୱାରା ବୃହତ୍ତ ପରିମାଣର ରିଟର୍ନ ଆସିବ ବୋଲି ସୌଦି ଆରବଠାରେ ଅନୁଷ୍ଠିତ ହେଉଥିବା ଫ୍ୟୁଚର ଇନଭେଷ୍ଟମେଣ୍ଟ ଇନିସିଏଟିଭ(ଏଫ୍‌ଆଇଆଇ) କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୋଦି ଏହା କହିଛନ୍ତି।
ଦେଶର ଷ୍ଟାର୍ଟଅପ୍‌ ଉପରେ ମତ ରଖି ସେ ଆହୁରି କହିଛନ୍ତି ଯେ, ଦେଶର ଟାୟାର-୨ ଏବଂ ୩ ସହରଗୁଡିକରେ ଷ୍ଟାର୍ଟଅପ୍‌ଗୁଡିକ ପ୍ରତିଷ୍ଠା ହେଉଛି। ଉକ୍ତ ସଂସ୍ଥାଗୁଡିକରେ ବିଶ୍ୱ ସ୍ତରୀୟ ନିବେଶ ହେଉଛି। ଦେଶର ଛୋଟଛୋଟ ସହରଗୁଡିକ ଏବେ ଅଭିବୃଦ୍ଧି ଇଞ୍ଜିନ ଭାବେ ଉଭା ହୋଇଛନ୍ତି। ଭାରତରେ ଦକ୍ଷ ମାନବ ସମ୍ବଳ ରହିଥିବାରୁ ଏଠାକୁ ନିବେଶ ଲାଗି ବିଶ୍ୱସ୍ତରୀୟ କମ୍ପାନୀ ପସନ୍ଦ କରୁଛନ୍ତି।
ସେ କହିଛନ୍ତି, ଦେଶରେ ପାଇପ ଲାଇନ, ଗ୍ୟାସ ଟର୍ମିନାଲ ଏବଂ ରିଫାଇନିଂ ଭଳି କ୍ଷେତ୍ରରେ ୨୦୨୪ ସୁଦ୍ଧା ୧୦୦ ବିଲିୟନ ଡଲାର ନିବେଶ ହେବ। ସୌଦି ଆରବର ଆରାମକୋ କମ୍ପାନୀ ଦେଶର ଓ୍ବେଷ୍ଟ କୋଷ୍ଟ ରିଫାଇନେରୀ ପ୍ରକଳ୍ପରେ ନିବେଶ ଲାଗି ନିଷ୍ପତ୍ତି ନେଇ ଥିବାରୁ ଖୁସି ଥିବା ସେ ମତ ରଖିଛନ୍ତି। ଆଗାମି ୪ ବର୍ଷରେ ଦେଶର ୪୦୦ ନିୟୁତ ଲୋକଙ୍କୁ ଦକ୍ଷତା ତାଲିମ ଦିଆଯିବ। ଏହା ଦ୍ୱାରା କମ୍ପାନୀଗୁଡ଼ିକ ଦକ୍ଷ ମାନବ ସମ୍ବଳ ପାଇପାରିବେ। ଭାରତକୁ ୫ ଟ୍ରିଲିୟନ ଡଲାର ଅର୍ଥନୀତି ଭାବେ ଗଢି ତୋଳିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri