Posted inଖେଳ

ଷ୍ଟାଡିୟମ ନିର୍ମାଣକୁ ଜୟବର୍ଦ୍ଧନେଙ୍କ ନାପସନ୍ଦ

କଲମ୍ବୋ, ୧୯ା୫ (ପି.ଟି.)-ଶ୍ରୀଲଙ୍କା ସରକାର ହୋମାଗାମାଠାରେ ଦେଶର ସର୍ବବୃହତ୍‌ କ୍ରିକେଟ ଷ୍ଟାଡିୟମ ନିର୍ମାଣ ଯୋଜନା ଚଳାଇଛନ୍ତି। ପୂର୍ବତନ ଅଧିନାୟକ ମାହେଲା ଜୟବର୍ଦ୍ଧନେ କିନ୍ତୁ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ବର୍ତ୍ତମାନ ଦେଶରେ ଯେତିକି ଭିତ୍ତିଭୂମି ରହିଛି ତାହାର ସଦୁପଯୋଗ ହୋଇପାରୁ ନ ଥିବାବେଳେ ସରକାର କେଉଁ ଦୃଷ୍ଟିରୁ ଆଉ ଏକ ଷ୍ଟାଡିୟମ ନିର୍ମାଣ ପାଇଁ ଅଗ୍ରସର ହେଉଛନ୍ତି ବୋଲି ସେ କହିଛନ୍ତି। ଦେଶରେ ସର୍ବବୃହତ୍‌ ଷ୍ଟାଡିୟମ ନିର୍ମାଣ ହେବାକୁ ଯାଉଥିବା ସମ୍ପର୍କରେ ସରକାର ରବିବାର ଶ୍ରୀଲଙ୍କା କ୍ରିକେଟ ସହ ମିଳିତଭାବେ ଘୋଷଣା କରିଛନ୍ତି। ହୋମାଗାମା ଅନ୍ତର୍ଗତ ଦିୟାଗାମାଠାରେ ୨୬ ଏକର ପରିମିତ ଅଞ୍ଚଳରେ ନିର୍ମିତ ହେବାକୁଥିବା ଏହି ଷ୍ଟାଡିୟମର ଦର୍ଶକ କ୍ଷମତା ୬୦,୦୦୦ ରଖାଯାଇଛି। ଏଥିରେ ଫ୍ଲଡ୍‌ଲାଇଟ୍‌ ବ୍ୟବସ୍ଥା ରହିବ। ୩ବର୍ଷ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ। ଏଥିରେ ୩୦ରୁ ୪୦ନିୟୁତ ଆମେରିକୀୟ ଡଲାର ବ୍ୟୟ ହେବ। ଶ୍ରୀଲଙ୍କାରେ ବର୍ତ୍ତମାନ ୮ଟି ଅନ୍ତର୍ଜାତୀୟ ଷ୍ଟାଡିୟମ ରହିଛି। ସେଗୁଡ଼ିକ ହେଲା କାଣ୍ଡି, ଗାଲେ, କଲମ୍ବୋ, ହାମ୍ବାନ୍‌ଟୋଟା, ଦାମ୍ବୁଲା, ପାଲିକେଲ୍‌ ଏବଂ ମୋରାତୁଓ୍ବା। ଜୟବର୍ଦ୍ଧନେ କହିଛନ୍ତି, ଦେଶରେ ବର୍ତ୍ତମାନ ଯେତୋଟିି ଷ୍ଟାଡିୟମ ରହିଛି ସେଥିରେ ଯଥେଷ୍ଟ ସଂଖ୍ୟାରେ ଅନ୍ତର୍ଜାତୀୟ ଅବା ଘରୋଇ ପ୍ରଥମଶ୍ରେଣୀ ମ୍ୟାଚ ଖେଳାଯାଇ ପାରୁ ନ ଥିବା ବେଳେ ନୂଆ ଷ୍ଟାଡିୟମର କୌଶସି ଆବଶକତା ନ ଥିଲା। ଅନ୍ୟପରେ ଭବିଷ୍ୟତରେ ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ (ଆଇସିସି) ଇଭେଣ୍ଟ ଆୟୋଜନ ଅଧିକାର ହାସଲ କରିବା ଉଦ୍ଦେଶ୍ୟ ରଖି ଏହି ଷ୍ଟାଡିୟମ ନିର୍ମାଣ କରାଯାଉଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ ମ୍ୟାଚରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ସ୍ଥାପନ ହେଲା ନୂଆ ‘ବିଶ୍ୱ ରେକର୍ଡ’, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୦।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚ ୧୫ ଫେବୃଆରୀରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧ ରନରେ ଏକ ବଡ଼…

ସୁପର ୮ରେ ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନରୁ ବାଦ ପଡିପାରନ୍ତି ଅଭିଷେକ ଶର୍ମାଙ୍କ ସମେତ ଏହି ୩ ଖେଳାଳି, ନାମ ଜାଣିଲେ ବିଶ୍ୱାସ ହେବନି

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପର୍ଯ୍ୟାୟ ଫେବୃଆରୀ ୨୧ରେ ଆରମ୍ଭ ହେଉଛି। ପରବର୍ତ୍ତୀ ପର୍ଯ୍ୟାୟକୁ ଯାଉଥିବା ସମସ୍ତ ଆଠଟି ଦଳକୁ ଚାରିଟି ଦଳରେ ବିଭକ୍ତ…

ଟି-୨୦ ବିଶ୍ୱକପ୍‌ରେ ପୁଣି ହେବ କି ଭାରତ-ପାକିସ୍ତାନ ମ୍ୟାଚ୍‌: ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୦।୨: ଟି୨୦ ବିଶ୍ୱକପର ୨୭ତମ ଲିଗ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧…

ନିଜ ନିଜ ଭିତରେ ଲଢିଲେଣି ପାକିସ୍ତାନ ଖେଳାଳି, ଏବେ ଶାହିଦ ଆଫ୍ରିଦି ଶାଦାବଙ୍କୁ ଗାଳି ଦେଇ କହିଲେ, ‘ପୁଅ, ତୁମେ…’

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ, ପାକିସ୍ତାନୀ କ୍ରିକେଟର ଶାଦାବ ଖାନ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଥିଲେ ଏବଂ ନିଜ…

୩ ଥର ଶୂନ୍ୟରେ ଆଉଟ ହେବାରୁ ଅଭିଷେକଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୨: ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ କହିଥିଲେ ଯେ ସେ କେବଳ ଜଣେ ଚଳ ଚଞ୍ଚଳ ଖେଳାଳି। ଏହି ବକ୍ତବ୍ୟକୁ ବହୁଳ…

ସେମିଫାଇନାଲରୁ ବାଦ୍‌ ପଡ଼ିବ ଟିମ୍‌ ଇଣ୍ଡିଆ: ଏହି କ୍ରିକେଟର୍‌ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୦।୨: ICC ଟି୨୦ ବିଶ୍ୱକପ ୨୦୨୬ର ସୁପର ୮ ରାଉଣ୍ଡ ଫେବୃଆରୀ ୨୧ରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ୮ଟି ଦଳ ସେମିଫାଇନାଲରେ ସ୍ଥାନ ପାଇବା ପାଇଁ…

୩୯ ବର୍ଷୀୟ କ୍ରିକେଟର୍‌ କଲେ ବଡ଼ କାରନାମା: ଭାଙ୍ଗିଲା ରୋହିତ ଶର୍ମାଙ୍କ ରେକର୍ଡ

ନୂଆଦିଲ୍ଲୀ,୨୦।୨: ଜିମ୍ବାୱେ ୨୦୨୬ ଟି୨୦ ବିଶ୍ୱକପରେ ଆଉ ଏକ ବଡ଼ ବିପର୍ଯ୍ୟୟ ଘଟାଇବାରେ ସଫଳ ହୋଇଛି। ଜିମ୍ବାୱେ ତା’ର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬…

ମଟନ-ଚିକେନ ଖାଇବା ଛାଡ଼ିଦେଲେ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୦।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆକୁ ଟାଇଟଲ ଦେବା ପରେ ଜିମ୍ବାୱେ ଏବଂ ନାମ୍ବିଆରୁ ଫେରିଥିବା ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ରାଜସ୍ଥାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri