Categories: ଖେଳ

ଷ୍ଟାଡିୟମରେ ଦର୍ଶକ ନ ଥିବାରୁ ହଇରାଣ ହେଲେ ଫିଲ୍ଡର

ସିଡ୍‌ନୀ,୧୩।୩- ସ୍ଥାନୀୟ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ସରକାରଙ୍କ ନିର୍ଦ୍ଦେଶ କ୍ରମେ କୌଣସି ପ୍ରଶଂସକଙ୍କୁ ଷ୍ଟାଡିୟମରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନ ଥିଲା। ମ୍ୟାଚ୍‌ ବେଳେ କୌଣସି ଷ୍ଟାଣ୍ଡରେ ଦର୍ଶକ ନ ଥିବାରୁ ଫିଲ୍ଡରଙ୍କୁ ହଇରାଣ ହେବାକୁ ପଡ଼ିଛି। ମ୍ୟାଚ୍‌ର ୧୮ତମ ଓଭରରେ ଇଶ ସୋଧିଙ୍କ ବଲକୁ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଆରୋନ ଫିଞ୍ଚ ଏକ ବିରାଟ ଛକା ଲଗାଇଥିଲେ। ବଲ ସିଧା ଷ୍ଟାଣ୍ଡରେ ପଡ଼ିଥିଲା। କିନ୍ତୁ ଷ୍ଟାଣ୍ଡରେ କେହି ନ ଥିବାରୁ ଫିଲ୍ଡର ଲୋକି ଫର୍ଗୁସନଙ୍କୁ ବଲ ଆଣିବାକୁ ପଡ଼ିଥିଲା। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ଏହି ଘଟଣାରୁ କ୍ରିକେଟରେ ଦର୍ଶକଙ୍କ ଗୁରୁତ୍ୱ ଜଣାପଡ଼ୁଥିବା ବହୁ ପ୍ରଶଂସକ କମେଣ୍ଟ କରିଛନ୍ତି।

Share