Categories: ଫୁରସତ

ଷ୍ଟାଚ୍ୟୁ, ଷ୍ଟାଡିୟମ୍‌ ପରେ ଗୁଜରାଟରେ ହେବ ବିଶ୍ୱର ସବୁଠାରୁ ଉଚ୍ଚ ମନ୍ଦିର

ଅହମଦାବାଦ: ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ ଷ୍ଟାଡିୟମ୍‌ ମୋଟେରା ଓ ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମା ଷ୍ଟାଚ୍ୟୁ ଅଫ୍‌ ୟୁନିଟି ପରେ ଏବେ ଗୁଜରାଟରେ ସବୁଠାରୁ ଉଚ୍ଚ ମନ୍ଦିର ତିଆରି ହେବାକୁ ଯାଉଛି। ଏହା ସହିତ ଗୁଜରାଟ ଇତିହାସରେ ଆଉ ଏକ ରେକର୍ଡ ଯୋଡା ହେବାକୁ ଯାଉଛି। ଗୁଜରାଟର ଏହି ମନ୍ଦିର ବୈଷ୍ଣୋଦେବୀ-ଜାସପୁର ନିକଟ ପାଟିଦାର ସମ୍ପ୍ରଦାୟର କୁଳଦେବୀ ମାଁ ଉମିଆଙ୍କ ହେବ ବୋଲି ଜଣାପଡ଼ିଛି। ଏହି ମନ୍ଦିର ପ୍ରାୟ ୧୦୦ ବର୍ଗଫୁଟ୍‌ ଜମିରେ ତିଆରି କରାଯିବ।

ଏହାର ଉଚ୍ଚତା ୪୩୧ ଫୁଟ୍‌ ଥିବା ବେଳେ ନିର୍ମାଣ ପାଇଁ ୧ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଜର୍ମାନ ଓ ଭାରତୀୟ ଆର୍କିଟେକ୍‌ ମିଶି ଏହି ମନ୍ଦିରର ଡିଜାଇନ୍‌ କରିଥିବା ଜଣାପଡ଼ିଛି। ମନ୍ଦିର ଭିତର ଭାଗର ଦର୍ଶକ ଗ୍ୟାଲେରୀରୁ ଅହମଦାବାଦ ସହରର ପୂରା ଦୃଶ୍ୟ ଦେଖାଯିବ। ଏହି ଗ୍ୟାଲେରୀ ପ୍ରାୟ ୮୨ ମିଟର ଉଚ୍ଚ ରହିବ। ସେହିପରି ଏହାର ଗର୍ଭଗୃହକୁ ଭାରତୀୟ ସଂସ୍କୃତି ଅନୁସାରେ ତିଆରି କରାଯିବ ଓ ମନ୍ଦିର ଗର୍ଭଗୃହରେ ମାଁ ଉମିଆଙ୍କ ପ୍ରତିମୂର୍ତ୍ତି ୫୨ ମିଟର ଉଚ୍ଚରେ ସ୍ଥାପନ କରାଯିବ। ଏଥିସହ ମନ୍ଦିରରେ ଶିବଲିଙ୍ଗ ମଧ୍ୟ ସ୍ଥାପନା କରାଯିବ। ମନ୍ଦିରର ଶିଳାନ୍ୟାସରେ ସାରା ବିଶ୍ୱରୁ ୨ଲକ୍ଷ ଭକ୍ତ ଯୋଗଦେବେ ବୋଲି ସୂଚନା ମିଳିଛି।

Share