Categories: ଫୁରସତ

ଷ୍ଟାଚ୍ୟୁ ଅଫ୍‌ ୟୁନିଟିରେ ବେଟି ବଚାଓ-ବେଟି ପଢ଼ାଓ ବାର୍ତ୍ତା

ଗାନ୍ଧିନଗର: ସରକାର ‘ବେଟି ବଚାଓ-ବେଟି ପଢ଼ାଓ’ ଯୋଜନା ଆରମ୍ଭ କରିଛନ୍ତି। ଏନେଇ ସଚେତନତା ବାର୍ତ୍ତା ଦେଶବ୍ୟାପୀ ଜାରି ରହିଛି। ଗୁଜରାଟ କଓ୍ବେଡ଼ିଆଠାରେ ଥିବା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଷ୍ଟାଚ୍ୟୁ ଅଫ୍‌ ୟୁନିଟିରେ ଲେଜର ଲାଇଟ୍‌ ମାଧ୍ୟମରେ ବେଟି ବଚାଓ-ବେଟି ପଢ଼ାଓ ବାର୍ତ୍ତା ଦିଆଯାଇଛି। ୧୮୨ ମିଟର ଉଚ୍ଚ ସର୍ଦ୍ଦାରଙ୍କ ପ୍ରତିମୂର୍ତ୍ତି ଏଭଳି କରାଯାଇଛି। ସର୍ଦ୍ଦାରଙ୍କ ପ୍ରତିଭାର ହୃଦୟସ୍ଥଳରେ ବାଳିକା ଫଟୋ ରହିଥିବାବେଳେ ଏଥିରେ ବେଟି ବଚାଓ-ବେଟି ପଢ଼ାଓ ସଚେତନତା ବାର୍ତ୍ତା ରହିଛି। ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଏହି ବାର୍ତ୍ତା ନେଇ ସଚେତନତା ସୃଷ୍ଟି କରାଯିବାର ପ୍ରୟାସ କରାଯାଉଥିବା କୁହାଯାଉଛି। ସୂଚନାଯୋଗ୍ୟ, ଗୋଟିଏ ବର୍ଷରେ ଷ୍ଟାଚ୍ୟୁ ଅଫ୍‌ ୟୁନିଟି ଦେଖିବା ପାଇଁ ୪୦ ଲକ୍ଷରୁ ଅଧିକ ପର୍ଯ୍ୟଟକ ଆସିଛନ୍ତି।

Share