ଷ୍ଟାଇଲ ଷ୍ଟେଟ୍‌ମେଣ୍ଟରେ ଅଜବ ‘କ୍ଲଚ୍‌’

କ୍ଲଚ୍‌ ଏବେ ଷ୍ଟାଇଲ ଷ୍ଟେଟ୍‌ମେଣ୍ଟ ପାଲଟିଛି। ପାର୍ଟି ପାଇଁ ତ ଏହାର ଚାହିଦା ବେଶି। ତେବେ ଏମିତି ବି କିଛି କ୍ଲଚ୍‌ ଅଛି, ଯାହା ଦେଖିବାକୁ ବେଶ୍‌ ଅଜବ କିନ୍ତୁ ଆକର୍ଷକ। ଏହାକୁ କ୍ୟାରି କଲେ ଏକ ଡିଫରେଣ୍ଟ ଲୁକ୍‌ ମିଳିଥାଏ…

ମୋଶ୍ଚିନୋ ସ୍ପ୍ରେ ପେଣ୍ଟ ବ୍ୟାଗ୍‌-ଏହା ଦେଖିବାକୁ ଏକ ସ୍ପ୍ରେ ପେଣ୍ଟ କ୍ୟାନ୍‌ ଭଳି। ସେଥିରେ କମ୍ପାନୀର ନାମ ବି ଲେଖା ଯାଇଥାଏ । ହେଲେ ପ୍ରକୃତରେ ତାହା କୌଣସି ସ୍ପ୍ରେ ପେଣ୍ଟ କ୍ୟାନ୍‌ ନୁହେଁ ବରଂ କ୍ଲଚ୍‌ ବ୍ୟାଗ୍‌। ଏହାର ମୂଲ୍ୟ ୭୯୫ ଡଲାରଠାରୁ ବି କମ୍‌।

କ୍ରିସ୍‌ମାସ୍‌ ଟ୍ରି ପରି ବ୍ୟାଗ୍‌- କ୍ରିସ୍‌ମାସ୍‌ ଟ୍ରି ପରି ଦେଖିବାକୁ ଏହି ବ୍ୟାଗ୍‌। ଆନ୍ୟା ହିନ୍ଦମାର୍ଚ୍ଚ ଲିଟିଲ୍‌ ଟ୍ରି ଚାର୍ମ ନାମକ ଏହି ବ୍ୟାଗ୍‌ର ମୂଲ୍ୟ ହେଉଛି ୩୫୦ ଡଲାର।

ରୋବୋ କ୍ଲଚ୍‌ ବ୍ୟାଗ୍‌- ଭାରି କ୍ୟୁଟ୍‌ ଲାଗେ ଏହି ବ୍ୟାଗ୍‌। ଅବିକଳ ରୋବୋ ଭଳି। ଛୋଟିଆ କଳା ରଙ୍ଗର ଏହି କ୍ଲଚ୍‌ ବ୍ୟାଗ୍‌ରେ ନୀଳରଙ୍ଗର ଦୁଇଟି ଆଖି ସହ ରୋବୋ ଭଳି ହାତ ଗୋଡ଼ ବି ଅଛି। ଏମ୍‌ସିଏମ୍‌ ରୋବୋ କ୍ଲଚ୍‌ ନାମକ ଏହି ବ୍ୟାଗ୍‌ର ମୂଲ୍ୟ ୧୨୯୫ ଡଲାର।

ପଞ୍ଝା ପରି ବ୍ୟାଗ୍‌- ରୋବୋ ବ୍ୟାଗ୍‌ ପରେ କେଞ୍ଜୋ ମେଟାଲ ପ’ ବ୍ୟାଗ୍‌ ବହୁତ ମଜାଦାର। ଏହା ଦେଖିବାକୁ କୁକୁରର ପଞ୍ଝା ପରି। ରୋଜ୍‌ ଗୋଲ୍ଡ କଲର୍‌ର ଏହି ବ୍ୟାଗ୍‌ ବେଶ୍‌ ଆକର୍ଷକ। ଏହାର ମୂଲ୍ୟ ୬୦୫ ଡଲାର।

ଦିଆସିଲି ଖୋଳ କ୍ଲଚ୍‌- ପ୍ରଥମ ନଜରରେ ଏହା ଏକ ବଡ଼ ଆକାରର ଦିଆସିଲି ଖୋଳ ବା ମ୍ୟାଚ୍‌ ବକ୍ସ ପରି ଲାଗିବ। କିନ୍ତୁ ଏହା ଏକ କ୍ଲଚ୍‌ ବ୍ୟାଗ୍‌। ଦିଆସିଲି ଖୋଳ ଅଧା ଖୋଲି କାଠି ଦେଖାଗଲା ଭଳି ଚିତ୍ର ଏଥିରେ ହୋଇଛି। ୟାଜବୁକି ସମ୍‌ ଲାଇକ୍‌ ଇଟ୍‌ ହଟ୍‌ କ୍ଲଚ୍‌ ନାମକ ଏହି ବ୍ୟାଗ୍‌ର ମୂଲ୍ୟ ୭୨୫ ଡଲାର।

ବଜୁକା ବବଲ୍‌ ଗମ୍‌ କଭର୍‌ କ୍ଲଚ୍‌-ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ନ୍ୟୁୟର୍କର ଟପ୍ସ କମ୍ପାନୀର ଏହି ବବଲ୍‌ ଗମ୍‌ ବଜାରରେ ଉପଲବ୍ଧ ହେଉଥିଲା। ସେହି ବବଲ୍‌ ଗମ୍‌ର କଭର୍‌ ଦେଖିବାକୁ ଯେମିତି ଥିଲା ଠିକ୍‌ ସେହିଭଳି ଏକ କ୍ଲଚ୍‌ ତିଆରି ହୋଇଛି। ଏହାର ମୂଲ୍ୟ ୧୫୯୫ ଡଲାର।

ମଶରୁମ୍‌ କ୍ଲଚ୍‌- ଏହି କ୍ଲଚ୍‌ ଛତୁ ଭଳି ଦେଖିବାକୁ। ଲାଲ୍‌ରଙ୍ଗର ଅର୍ଦ୍ଧଗୋଲାକାର ଉପରେ ଧଳାରଙ୍ଗର ଟୋପା ଟୋପା ଥାଏ। ତଳଭାଗଟି ଈଷତ୍‌ ଧଳା ଓ ଛୋଟିଆ ନାଡ଼ ବି ଅଛି। ଏହାର ମୂଲ୍ୟ ୩୪୮ ଡଲାର।

ଅଣ୍ଡରଓ୍ବେର ବ୍ୟାଗ୍‌- ଏହି ବ୍ୟାଗ୍‌କୁ ଧରି ବାହାରକୁ ଯିବା ଲାଗି କେହି କେହି ସଙ୍କୋଚ କରିପାରନ୍ତି। କାରଣ ଏହା ଦେଖିବାକୁ ଅଣ୍ଡରଓ୍ବେର୍‌ ପରି। ମୋଶ୍ଚିନୋ କମ୍ପାନୀର ଏହି ବ୍ୟାଗ୍‌ର ମୂଲ୍ୟ ୭୯୫ ଡଲାର।

ରେଡ୍‌ ଲିପ୍‌ କ୍ଲଚ୍‌- ଲାଲ୍‌ରଙ୍ଗର ଓଠ ଭଳି ଏହି କ୍ଲଚ୍‌ ନାଇଟ୍‌ ପାର୍ଟି ପାଇଁ ଭଲ ଲାଗେ। ଚାହିଁଲେ ବ୍ଲାକ୍‌ ଡ୍ରେସ୍‌ ସାଙ୍ଗରେ ଏହାକୁ କ୍ୟାରି କରିପାରିବେ।

ହାପି କ୍ଲଚ୍‌- ସ୍ମାଇଲି ଥିବା ଏହି କ୍ଲଚ୍‌ ହଳଦିଆ ରଙ୍ଗର। ଆଶଲିନ୍‌ସ ହାପି କ୍ଲଚ୍‌ ନାମକ ଏହି ବ୍ୟାଗ୍‌ ବହୁତ ସିମ୍ପଲ୍‌ କିନ୍ତୁ କ୍ୟୁଟ୍‌ ଲାଗେ। ଏହାର ମୂଲ୍ୟ ୫୭୫ ଡଲାର।

ଓ୍ବାଟର ମେଲନ କ୍ଲଚ୍‌: କଟା ତରଭୁଜ ପରି ଦେଖାଯାଉଥିବା ଏହି କ୍ଲଚ୍‌କୁ ଆପଣ ସମର ଫ୍ୟାଶନରେ ସାମିଲ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରେ ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଆସୁଛି ଭଲ ସମୟ, ମାଲାମାଲ୍ ହେବେ….

ଏପ୍ରିଲ ମାସ ଚାରୋଟି ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ଏହି ରାଶିଗୁଡ଼ିକ ପ୍ରତ୍ୟେକ ପ୍ରୟାସରେ ସଫଳତା ହାସଲ କରିବେ। ବିଶେଷକରି,…

ଖରାଦିନେ ଶରୀର ପାଇଁ ଉପକାରୀ ଆଖୁରସ

ଶରୀର ପାଇଁ ବେଶ୍‌ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରି ରହିଛି। ଆଖୁରସ ପିଇବା ଦ୍ୱାରା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

ରାମନବମୀରେ ବିରଳ ସଂଯୋଗ, ଏହି ୩ ରାଶିର ଖୋଲିବ ଭାଗ୍ୟ

୨୭ ମାର୍ଚ୍ଚ ୨୦୨୬, ପ୍ରେମ ଏବଂ ସମ୍ପର୍କ ଦୃଷ୍ଟିରୁ ବିଶେଷ ଦିନ ହେବାକୁ ଯାଉଛି । ଆଜି ସାରା ଦେଶରେ ରାମନବମୀ ପାଳନ ହେଉଥିବା ବେଳେ ଅନେକ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଏମଏସ ଧୋନିଙ୍କ ମେରିଲର ଭାପି କ୍ୟାମ୍ପସକୁ ପ୍ରଥମ ଗସ୍ତ, ଏକ ଉତ୍ସର୍ଗୀକୃତ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପଦକ୍ଷେପ ସହିତ 'ଟ୍ରିଟମେଣ୍ଟ ଜରୁରୀ ହୈ' ଆନ୍ଦୋଳନକୁ ସୁଦୃଢ଼ କରେ।

“ପିଲାଦିନ ଅବସର ନ ନେବା ଉଚିତ୍”: ଆନନ୍ଦ, ଗାରିମା ଏବଂ ପ୍ରତିଷେଧକ ଯତ୍ନ ସହିତ ବାର୍ଦ୍ଧକ୍ୟକୁ ପୁନଃସଂଜ୍ଞାୟିତ କରିବା ପାଇଁ ଏକ ଜାତୀୟ ଆହ୍ୱାନ

ଭାପି, ୨୫।୩ : ମେରିଲର ଭାପିସ୍ଥିତ ବିଶ୍ୱ ମୁଖ୍ୟାଳୟକୁ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂଧୋନିଙ୍କର ପ୍ରଥମ ଗସ୍ତ ଅବସରରେ ଧୋନି “ପିଲାଦିନ ଅବସର ନ…

ଓଜନ କମାଇବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ

ନିୟମିତ ମହୁ ଖାଇଲେ ତାହା ଓଜନ କମାଇବାରେ ସାହାଯ୍ୟ କରିଥାଏ। ଏଭଳି ସମସ୍ୟା ସହ ଜଡିତ କେତେକ ବ୍ୟକ୍ତିଙ୍କୁ ପ୍ରତିଦିନ କିଛି ପରିମାଣରେ ମହୁ ଖାଇବାକୁ ଦିଆଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri