ଷ୍ଟଟଗାର୍ଟ,୧୪।୬(ଏଏଫ୍ପି): ବିଶ୍ୱର ୫ମ ର଼୍ୟାଙ୍କଧାରୀ ପୁରୁଷ ସିଙ୍ଗଲ୍ସ ଟେନିସ ଖେଳାଳି ଆଲେକ୍ସଜାଣ୍ଡାର ଜେଭରେଭ ଏଠାରେ ଚାଲିଥିବା ଷ୍ଟଟଗାର୍ଟ ଏଟିପି ଇଭେଣ୍ଟରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି। ତାଙ୍କୁ ଜର୍ମାନୀର ସାଥୀ ଖେଳାଳି ତଥା ନିମ୍ନ ର଼୍ୟାଙ୍କଧାରୀ ଡଷ୍ଟିନ ବ୍ରାଉନ ହରାଇ ଦେଇଛନ୍ତି। ୧୭୦ ର଼୍ୟାଙ୍କ ବ୍ରାଉନଙ୍କଠାରୁ ଟପ ସିଡ୍ ଜେଭରେଭ ୬-୪, ୬-୭(୩/୭), ୬-୩ ସେଟ୍ରେ ମ୍ୟାଚ୍ ହାରିଯାଇଛନ୍ତି। ୩୪ ବର୍ଷୀୟ ବ୍ରାଉନ କ୍ୟାରିୟରରେ ୫ମ ଥର ପାଇଁ ଟପ୍ ୧୦ ର଼୍ୟାଙ୍କର ଖେଳାଳିଙ୍କୁ ହରାଇଛନ୍ତି। ସେ ୪ ବର୍ଷ ପୂର୍ବେ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଓ୍ବିମ୍ବେଲଡନ ଓପନର ଦ୍ୱିତୀୟ ରାଉଣ୍ଡରେ ରାଫାଲ ନାଡାଲଙ୍କୁ ହରାଇ ଦେଇଥିଲେ।


