ଭଗବାନ ଶିବଙ୍କୁ ଅର୍ପଣ କରାଯାଉଥିବା ଅରଖ ଫୁଲର ବେଶ୍ ଉପକାରୀ ଗୁଣ ରହିଛି। ବିଭିନ୍ନ ରୋଗ ପାଇଁ ଏହି ଫୁଲ ମହୌଷଧୀ ଭାବେ କାର୍ଯ୍ୟ କରେ। କେବଳ ଫୁଲ ନୁହେଁ ଏହାର ପତ୍ର ମଧ୍ୟ ଉପକାରୀ। ଅରଖ ଫୁଲ ଏବଂ ପତ୍ରକୁ ବ୍ୟବହାର କରି ଶ୍ୱାସ, ଡାଇବେଟିସ, ଶ୍ୱାସରୋଗ, ମଧୁମେହ, ଆଲର୍ଜି, କୁଷ୍ଠ ଓ ପାଇଲ୍ସ ପରି ରୋଗକୁ ଭଲ କରା ଯାଇପାରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଶ୍ୱାସରୋଗୀ ପ୍ରତିଦିନ ସକାଳେ ନିୟମିତ ଅରଖ ଫୁଲ ସହିତ ଉଷୁମ ପାଣି ପିଇଲେ ଉପକାର ମିଳିଥାଏ। ସେହିପରି କୌଣସି ସ୍ଥାନରେ ଖଣ୍ଡିଆ ହୋଇଗଲେ, ସେହି ସ୍ଥାନରେ ଅରଖ ପତ୍ରକୁ ଗରମ କରି ବାନ୍ଧି ଦିଅନ୍ତୁ। ଏପରି କଲେ ଖଣ୍ଡିଆ ସ୍ଥାନରୁ ରକ୍ତ ବାହାରିବା ବନ୍ଦ ହେବା ସହିତ ଯନ୍ତ୍ରଣା ଏବଂ ଜଳାପୋଡା ମଧ୍ୟ ବନ୍ଦ ହୋଇଯିବ।


