ଶ୍ୱଶୁରଙ୍କ ପାଇଁ ଭାବପ୍ରବଣ ହେଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଅଭିନେତା ରିତେଶ ଦେଶମୁଖ ତାଙ୍କ ସ୍ବର୍ଗତ ପିତା ବିଳାଶ ରାଓ ଦେଶମୁଖଙ୍କ ୭୬ତମ ଜନ୍ମଦିନ ଅବସରରେ ଏକ ପୋଷ୍ଟ ଶେୟାର କରିଛନ୍ତି। ପିତାଙ୍କ ସ୍ମୃତିରେ ସେ ତାଙ୍କ ପିତାଙ୍କ ସହ ଏକ ପୁରୁଣା ଫଟୋ ସହିତ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ଆପଣଙ୍କୁ ମନେ ପକାଇବା ସହଜ ଅଟେ। ମୁଁ ପ୍ରତିଦିନ ଏହା କରେ, ତୁମକୁ ମନେ ପକାଇବା ହେଉଛି ଏକ ହୃଦୟ ଯନ୍ତ୍ରଣା ଯାହା କେବେ ଦୂର ହୁଏ ନାହିଁ । ଜନ୍ମଦିନର ଶୁଭେଚ୍ଛା, ପ୍ରତିଦିନ ତୁମକୁ ମନେ ପକାଉଛି। କେବଳ ରିତେଶ ନୁହଁନ୍ତି, ତାଙ୍କ ସ୍ତ୍ରୀ ଜେନେଲିଆ ମଧ୍ୟ ଶ୍ୱଶୁରଙ୍କ ଜନ୍ମଦିନରେ ଏକ ଲମ୍ବା ଇନଷ୍ଟାଗ୍ରାମ ପୋଷ୍ଟ ଲେଖିଛନ୍ତି। ତାଙ୍କ ବିବାହ ସମୟର ଫଟୋରେ ସେ ଶ୍ୱଶୁରଙ୍କୁ ଆଲିଙ୍ଗନ କରୁଛନ୍ତି। ଜେନେଲିଆ ଲେଖିଛନ୍ତି, ପ୍ରିୟ ପାପା, ପ୍ରାୟତଃ ଯେତେବେଳେ ଏକ ବୋହୂ ଶାଶୁଘର ଆସେ, ସେତେବେଳେ ତାକୁ ସେଇ ପରିବାରର ଜଣେ ସଦସ୍ୟ ଭାବରେ ଗ୍ରହଣ ନ କରିବାର ଭୟ ଥାଏ। କିନ୍ତୁ ଆପଣ ମୋତେ ବିଶ୍ୱାସ ଦେଇଛନ୍ତି ଯେ ପରିବାର କେବଳ ରକ୍ତ ସମ୍ପର୍କ ସହିତ ଜଡିତ ନୁହେଁ। ଏହା ହେଉଛି ଏମିତି ଏକ ସମ୍ପର୍କ ଯାହା ପବିତ୍ର ଏବଂ ଆଶୀର୍ବାଦ ଅଟେ। ଅଭିନେତ୍ରୀ ଆହୁରି ଲେଖିଛନ୍ତି, ମୁଁ ତୁମର ଉତ୍ତରାଧିକାରୀ, ତୁମର ଧୈର୍ଯ୍ୟ, ତୁମର ପ୍ରେମକୁ ବିନା ସର୍ତ୍ତରେ ପାଇବାକୁ ଚାହୁଁଛି, ପାପା। ଏହି ଆଲିଙ୍ଗନ କେବଳ ଜଣେ ଶ୍ୱଶୁର ନୁହେଁ, ଏହା ଜଣେ ପିତାର ମଧ୍ୟ। ମୁଁ ଦେଖୁଛି ଯେ ମୋ ବାପା ପୃଷ୍ଠଭୂମିରେ ନିଜକୁ ସୁରକ୍ଷିତ ମଣୁଛନ୍ତି ଯେ ସେ ନିଜ ଝିଅକୁ ସର୍ବଶ୍ରେଷ୍ଠ ପରିବାରକୁ ପଠାଇଛନ୍ତି। ଜନ୍ମଦିନର ଶୁଭେଚ୍ଛା ପାପା।
ବିଳାଶ ରାଓ ଦେଶମୁଖ ଦୁଇଥର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲେ। ସେ ଅଗଷ୍ଟ ୨୦୧୨ରେ ମୃତ୍ୟୁବରଣ କରିଥିଲେ ।

Share