Categories: ଜାତୀୟ

ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ନାମରେ ନାମିତ ହେବ କୋଲକାତା ପୋର୍ଟ ଟ୍ରଷ୍ଟ୍‌: ମିଳିଲା କ୍ୟାବିନେଟ୍‌ ମଞ୍ଜୁରୀ

ନୂଆଦିଲ୍ଲୀ, ୩।୬: ପଶ୍ଚିମବଙ୍ଗର କୋଲାକାତା ପୋର୍ଟ ଟ୍ରଷ୍ଟ୍‌ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ନାମରେ ନାମିତ ହେବ। ଏସମ୍ପର୍କିତ ଏକ ପ୍ରସ୍ତାବକୁ ବୁଧବାର କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏହାର ନାମକରଣ ଶ୍ୟାମପ୍ରସାଦ ମୁଖାର୍ଜୀ ପୋର୍ଟ ଟ୍ରଷ୍ଟ୍‌ ଭାବେ କରାଯିବ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡ୍‌କର ଏକ ଗଣମାଧ୍ୟମ ସମ୍ମିଳନୀରେ ସୂଚନା ଦେଇଛନ୍ତି। ପୋର୍ଟର ନାମକରଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଜାନୁଆରୀ ୧୧ରେ ଘୋଷଣା କରିଥିଲେ। ଏହାକୁ ଏବେ କ୍ୟାବିନେଟ ମଞ୍ଜୁରୀ ମିଳିଥିବା ଜାଭେଡ୍‌କର କହିଛନ୍ତି। ପୋର୍ଟର ୧୫୦ତମ ବର୍ଷ ପାଳନ ଅବସରରେ ନାମକରଣ କରାଯିବ ବୋଲି ସେ କହିଛନ୍ତି।

Share