ଶ୍ଵାସକଷ୍ଟ ନଚେତ୍ ଇନଫ୍ଲୁଏଞ୍ଜାରେ ଆକ୍ରାନ୍ତ ବ୍ୟକ୍ତିଙ୍କ ବିଷୟରେ ସରକାରଙ୍କୁ ଅବଗତ କରାନ୍ତୁ ଡାକ୍ତରଖାନା କର୍ତ୍ତୃପକ୍ଷ, ଖିଲାପୀ ହେଲେ କାର୍ଯ୍ୟନୁଷ୍ଠାନ: ବାଗ୍‌ଚୀ

ଭୁବନେଶ୍ବର, ୪।୪(ବ୍ୟୁରୋ) : ରାଜ୍ୟର ସମସ୍ତ ସରକାରୀ ଅଥବା ବେସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଶ୍ଵାସ କଷ୍ଟ ନଚେତ୍ ଇନଫ୍ଲୁଏଞ୍ଜାରେ ଆକ୍ରାନ୍ତ ବ୍ୟକ୍ତିଙ୍କ ବିଷୟରେ ସରକାରଙ୍କୁ ଅବଗତ କରାନ୍ତୁ l ଯଦି ଏଥିରେ ଢ଼ିଲା କରାଗଲା ତେବେ ସରକାରୀ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l ଉକ୍ତ ଡାକ୍ତରଖାନାର ଲାଇସେନ୍ସ ରଦ୍ଦ କରାଯିବା ସହ ସିଲ୍ କରାଯିବ ବୋଲି ଶନିବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ କହିଛନ୍ତି।