ଶ୍ରେଷ୍ଠ ଅଭିନେତା ପୁରସ୍କାର ଲାଗି ନାମ ଘୋଷଣା ପରେ ଅଙ୍କିତାଙ୍କୁ ଆଲିଙ୍ଗନ କରିଥିଲେ ସୁଶାନ୍ତ

ମୁମ୍ବାଇ : ଏକତା କପୁର ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ତାଙ୍କ ସିରିୟଲ ‘ପବିତ୍ର ରିସ୍ତା’ପାଇଁ ସୁଶାନ୍ତ ସିଂ ରାଜପୁତଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଥିଲା। ୧୦ମ ଇଣ୍ଡିଆନ୍‌ ଟେଲିଭିଜନ ପକ୍ଷରୁ ୧୦ମ ଏକାଡେମୀ ଆଓ୍ବାର୍ଡରେ ସୁଶାନ୍ତ ଏହି ପୁରସ୍କାର ପାଇଥିଲେ। ଛୋଟପରଦାରୁ କ୍ୟାରିୟର ଆରମ୍ଭ କରିଥିଲେ ସୁଶାନ୍ତ। ‘ପବିତ୍ର ରିସ୍ତା’ତାଙ୍କୁ ଘରେ ଘରେ ପରିଚୟ କରାଇଥିଲା। ଏହି ସିରିୟଲରେ ସେ ମାନବ ଚରିତ୍ରରେ ଅଭିନୟ କରିଥିଲେ। କ୍ୟାରିୟରରେ ପ୍ରଥମ ଥର ସେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ।
ଏକତା ପୋଷ୍ଟ କରିଥିବା ଭିଡିଓରେ ଯେତେବେଳେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଁ ସୁଶାନ୍ତଙ୍କ ନାମ ଘୋଷଣା କରାଯାଉଛି, ସେତେବେଳେ ସୁଶାନ୍ତଙ୍କ ନିକଟରେ ବସିଥିବା ଅଙ୍କିତା ଲୋଖଣ୍ଡେଙ୍କୁ ଆଲିଙ୍ଗନ କରୁଥିବା ନଜର ଆସିଛି। ସୁଶାନ୍ତଙ୍କ ନାଁ ଘୋଷଣା ପରେ ଅଙ୍କିତା ଖୁବ୍‌ ଉତ୍ସାସିତ ଜଣାପଡୁଥିଲେ। ଏହି ପୁରସ୍କାର ସୁଶାନ୍ତ ତାଙ୍କ ମା’ଙ୍କୁ ଉତ୍ସର୍ଗ କରିଥିଲେ। ସୁଶାନ୍ତ ବାଲାଜୀ ଟେଲିଫିଲ୍ମ ଏବଂ ଏକତା କପୁରଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ। ଏଥିରେ ସୁଶାନ୍ତ ଏବଂ ଅଙ୍କିତାଙ୍କ ଯୋଡ଼ିକୁ ଦର୍ଶକେ ଖୁବ୍‌ ପସନ୍ଦ କରିଥିଲେ। କିନ୍ତୁ ସୁଶାନ୍ତ ଅଧାରୁ ଏହି ସିରିୟଲ ଛାଡ଼ି ଦେଇଥିଲେ। ପରେ ଫିଲ୍ମରେ କ୍ୟାରିୟର ଆରମ୍ଭ କରିଥିଲେ। ସେ ଫିଲ୍ମ ‘କାଇ ପୋ ଚେ’ ଜରିଆରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ଏହି ଫିଲ୍ମ ହିଟ୍‌ ହୋଇଥିଲା। ଏହା ପରେ ସୁଶାନ୍ତ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଚାଲିଥିଲେ। କିନ୍ତୁ ଏବେ ତାଙ୍କ ମୃତ୍ୟୁ ଖବର ଯେମିତି ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ତାଙ୍କ ଆତ୍ମହତ୍ୟାର କାରଣ ଖୋଜି ପାଉନାହାନ୍ତି ପ୍ରଶଂସକ। ପୋଲିସ ଏହି ଘଟଣାର ମଧ୍ୟ ଖୋଳତାଡ଼ ଜାରି ରଖିଛି। ଦେଖାଯାଉ କେବେ ହଟୁଛି ଏହା ଉପରୁ ପରଦା।

Share